ତର୍ଜମା ନ୍ୟୁଜ ବ୍ୟୁରୋ:- ପୁରୀ: ଖୋଲିଲା ଶ୍ରୀମନ୍ଦିରର ଚାରି ଦ୍ବାର । ମଙ୍ଗଳ ଆଳତୀ ପରେ ଭକ୍ତଙ୍କ ପାଇଁ ଚାରି ଦ୍ବାର ଖୋଲାଯାଇଛି । ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦୁଇ ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଥମ କରି ମୋହନ ମାଝୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଛନ୍ତି ।
ନୂଆ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ଯ ମଧ୍ଯ ପୁରୀ ଯାଇଛନ୍ତି । ଶ୍ରୀମନ୍ଦିରରେ ମୁଖ୍ଯ ଶାସନ ସଚିବଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଶ୍ରଦ୍ଧାଳୁମାନେ ଚାରି ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି ।



Post a Comment