ତର୍ଜମା ନ୍ୟୁଜ ବ୍ୟୁରୋ:- କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ସାପ ଦୁହୁନୀ ପାଖ ଜଙ୍ଗଲ ଭିତରେ ଚାଲିଥିଲା ବେଆଇନ୍ ମଦ କାରଖାନା, କଳାହାଣ୍ଡି ଅବକାରୀ ବିଭାଗ ଦେବାଶିଷ ସିର୍ଦାର, ଇନ୍ସପେକ୍ଟର ଇନ୍ ଚାର୍ଜ ନର୍ଲା ପ୍ରଶାନ୍ତି ସ୍ୱାଇଁଙ୍କ ସହଯୋଗରେ ଷ୍ଟାଫ୍ ଆସିଷ୍ଟେନ୍ ୧୫ ଜଣ ଭଗତ ଜେନା, ସାମୁଏଲ ଆଚାର୍ଯ୍ୟ, ମହାଦେବ ମାଝୀଙ୍କ ସମେତ ନର୍ଲା ରେଞ୍ଜର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆଜି ଚଢ଼ାଉ କରି ୭୫ ଡ୍ରମ ମହୁଲ ମଦ ପୋଚ ନଷ୍ଟ କରିଛି ।
ସୂଚନା ଅନୁସାରେ କୋଭିଡ ମହାମାରୀ ସମୟରେ ଚାରିଆଡ଼େ ଲାଇସେନ୍ସ ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ବନ୍ଦ୍ ହେବାରୁ ଏହି ଜଙ୍ଗଲ ଭିତରେ ମଦମାଫିଆ ମାନେ ମଦ ତିଆରି କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚାଲାଣ କରି ମାଲା ମାଲ୍ ହେଉଥିଲେ ।
ଏବେ ବି ସେହି ମଦ ବେବାରି ମାନେ ଉକ୍ତ ଜଙ୍ଗଲ ଭିତରେ ମଦ ତିଆରି କରୁ ଥିଲେ, ଉକ୍ତ ମଦ ରେ ସ୍ପିରିଟ, ୟୁରିଆ,ସୋଲୁସ ନ, ବୋନ୍ ଫିକ୍ସ ପରି ବିଷାକ୍ତ ପଦାର୍ଥ ମିଶାଇ ମଦ କୁ ଆହୁରି ନିଶା ଯୁକ୍ତ କରି ପ୍ରସ୍ତୁତ କରି ବିକ୍ରୀ କରୁ ଥିଲେ, ଏହି ମଦ ର ଚାହିଦା ମଧ୍ୟ ଅଧିକା ଥିଲା କମ୍ ପଇସା ପ୍ରବଳ ନିଶା ।
କୋଭିଦ୍ ମହାମାରୀ ଠାରୁ ଆଜି ଯାଏଁ
ଏହି ଅଞ୍ଚଳରେ ଶତାଧିକ ଲୋକ ଏହି ବିଷାକ୍ତ ମଦ ପିଇ ମୃତୁ ବରଣ କରିଛନ୍ତି, କାହାର ଭେଣ୍ଡିଆ ପୁଅ ମରିଛି ତ ଆଉ କିଏ ଅକାଳରେ ବିଧବା ହୋଇଛି । ଏହି ବିଷାକ୍ତ ମଦ
କେବଳ ସାଧାରଣ ଗରିବ ଖଟିଖିଆ ଲୋକେ ହିଁ ପିଇ ସର୍ବସାନ୍ତ ହୋଇ ମୃତ୍ୟୁମୁଖରେ ପଡିଛନ୍ତି ।
ଦୀର୍ଘ ଦିନ ଧରି ଏହି ଜଙ୍ଗଲ ଭିତରେ ମଦ ମାଫିଆ ମାନେ ମଦ ତିଆରି କରୁଥିବା କଥା କଳାହାଣ୍ଡି ଅବକାରୀ ବିଭାଗ କୁ ଅଭିଯୋଗ ହୋଇଥିଲା ସେହି ଅଭିଯୋଗ ଆଧାର ରେ ଆଜି
ସାପ ଦୂହୁନି ଜଙ୍ଗଲ ଭିତରେ ଚଢ଼ାଉ କରି ୭୫ ଡ୍ରମ ମଦ ପୋଉଚ୍ଚ ନଷ୍ଟ କରିବାରେ ସଫଳ ହୋଇଛି କଳାହାଣ୍ଡି ଅବକାରୀ ବିଭାଗ
କିଛି ବର୍ଷ ହେଲା ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟ ଓଡ଼ିଶାରେ ମଦ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଜଣାପଡିଛି, ଗତ ବିଜେଡି ସରକାର୍ ସମୟରେ ମଦ ବ୍ୟବସାୟ ବ୍ୟାପକ ମାତ୍ରା ରେ ବଢିଥିଲା ଓ ସରକାର୍ ପ୍ରଚୁର ରାଜସ୍ବ ପାଇ ଦୀର୍ଘ ୨୫ ବର୍ଷ ଶାସନ ର ସ୍ଵାଦ ଚାଖିଛି କିନ୍ତୁ ବର୍ତ୍ତମାନ ସରକାର୍ ପରିବର୍ତ୍ତନ ହୋଇଛି, ରାଜ୍ୟରେ ବିଜେପି ସରକାର ଗଠନ ହୋଇଛି ଲୋକଙ୍କ ଆଶା ଅଛି ଯେ ଏହି ସରକାର୍ ସମୟରେ ମଦ ସମ୍ପୂର୍ଣ୍ଣ ବନ୍ଦ ନ ହେଲେ ମଧ୍ୟ ଏହି ଭଳି ବିଷାକ୍ତ ମଦ ତିଆରି କୁ ବନ୍ଦ୍ କଲେ ଅନେକ ଗରିବ ଖଟିଖିଆ ଙ୍କ ଜୀବନ ବଞ୍ଚି ଯାଆନ୍ତା
Post a Comment