//BREAKING//
Loading...

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓ ମୋଦି ଙ୍କ ବିଜେପି ମଧ୍ୟରେ ବିବାଦ!!!

 ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓ ମୋଦି ଙ୍କ ବିଜେପି ମଧ୍ୟରେ ବିବାଦ!!!



ସାଂପ୍ରତିକ ରାଜନୈତିକ ପରିସ୍ଥିତି ରେ ମୁଖ୍ୟ ଚର୍ଚ୍ଚାର ବିଷୟ RSS (ରାଷ୍ଟ୍ରୀୟସ୍ବୟଂ ସେବକ ସଂଘ) ଓ ମୋଦୀଙ୍କ ବିଜେପି ମଧ୍ୟରେ ଘନଉ ଥିବା ବିବାଦ. ବିଭିନ୍ନ ଗଣ ମାଧ୍ୟମ, ଓ ରାଜନୈତିକ ବିଶାରଦ ମାନେ ନିଜ ନିଜ ତରିକା ରେ ନିଜ ନିଜ ମତ ରଖୁଛନ୍ତି. ରଖିବା ଉଚିତ୍ ମଧ୍ୟ. ମୋ ଚିନ୍ତାରେ ଏହା କୌଣସି ବିବାଦ ନୁହେଁ ବରଂ ଆଗାମୀ ଦିନ ର ରାଜନୈତିକ strategy ବା କୌଶଳ. କାହିଁକି ନା ମୋଦି ସରକାର ଯାଇ NDA ସରକାର ଗଠନ ହୋଇଛି. ମୋହନ ଭଗବତ ଓ RSS ର ଆଗ ଧାଡ଼ିର ନେତା ମାନେ ଯାହା କହୁଛନ୍ତି, ତାହା ସ୍ପଷ୍ଟ ଭାବରେ ମୋଦୀଙ୍କ ଆଚରଣ ଓ ତାଙ୍କ ସରକାର ବିରୁଦ୍ଧ ରେ ଯେତେ ନ ଯାଉଛି, ବରଂ NDA ରେ ସାମିଲ୍ ଦଳ ଓ ବିରୋଧୀ ପକ୍ଷ ଙ୍କୁ ମଧ୍ୟ ସେତିକି ଇଙ୍ଗିତ କରୁଛି. ବିଚାର କଲେ ଦେଖାଯାଏ , ମୋଦୀଙ୍କ ଗତ 10 ବର୍ଷର ଶାସନ କାଳରେ RSS ର ନେତାଙ୍କ ଠୁ ଆରମ୍ଭ କରି ସାଧାରଣ ସଂଘୀ ପର୍ଯ୍ୟନ୍ତ ଅମ୍ବାନୀ ଓ ଆଦାନୀ ଭଳି କେଉଁ ସୁବିଧା ସୁଯୋଗ ପାଇନାହାଁନ୍ତି..? 10 ବର୍ଷ ମଧ୍ୟରେ RSS ର ବାର୍ଷିକ ଆୟ ବ୍ୟୟ ର ହିସାବ କେଭେ ସର୍ବ ସାଧାରଣରେ ପ୍ରକାଶ ପାଇଥିବା ଦୃଷ୍ଟି କୁ ଆସିନି ନା ED ଓ IT ର ତଦନ୍ତ ପରିସର କୁ ଆସିବା କେହି ଜାଣନ୍ତି ନାହିଁ. ସଂଘ ଯେତେବେଳେ ଯାହା ଚାହିଁଛି ସବୁ ନିମିସେକେ ଉପଲବ୍ଧ ହୋଇଛି. RSS ର ବିଚାରଧାରା ର ସଫଳ ରୂପାୟନ ମୋଦୀଙ୍କ ଛଡ଼ା ଆଉ କେହି କରିପାରିବେ ନାହିଁ. ଏହା ସତ୍ତ୍ୱେ ସରସଂଘ ଚାଳକ ଓ ମୋଦି ଙ୍କ ମଧ୍ୟରେ ବିବାଦ କାହିଁକି ହେବ? ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରୁ ଯଦି କେହି ଠିକ୍ ତାଲିମ ପ୍ରାପ୍ତ ଛାତ୍ର ବାହାରି ଥିବେ ତେବେ ସେ ହେଉଛନ୍ତି ନରେନ୍ଦ୍ର ଭାଇ ମୋଦି. ସେ ଶତକଡ଼ା ସହେ ରୁ ସହେ ସଙ୍ଘି ଶିକ୍ଷା ରେ ଅଭିଜ୍ଞ. ସଂଘର ବିଚାରଧାରା କୁ ଯଦି କେହି ସଫଳ ଭାବେ ପ୍ରଣୟନ ଓ ରୂପାୟନ ର ସାହାସ କରିଥାଏ, ତେବେ ସେ ହେଉଛନ୍ତି ଶ୍ରୀମାନ ନରେନ୍ଦ୍ର ମୋଦି. ସଂଘର ସାମାଜିକ, ଧାର୍ମୀୟ, ରାଷ୍ଟ୍ରୀୟ ଭାବନା, ଶିକ୍ଷା ସଂସ୍କୃତି, ଅର୍ଥନୀତି, ପ୍ରଭୃତି ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ମୋଦି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଛାପ ଛାଡ଼ି ନାହାନ୍ତି. ଭାରତୀୟ ଯୌଥ ସମାଜ (Unity in Diversity) ରୁ ଭାଇଚାରା ବନ୍ଧା ସୂତାଖିଅ କୁ ଛିଣ୍ଡେଇ ତଥାକଥିତ ସଙ୍ଘୀୟ ହିନ୍ଦୁତ୍ବ ସମାଜ ଗଠନ ର ପ୍ରାୟାସ ମୋଦିଜି ହିଁ କରି ଚାଲିଛନ୍ତି. ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ କୁ ଆଖି ଆଗରେ ରଖି NRC ଓ CAA ଭଳି ଆଇନ୍ ପ୍ରଣୟନ କଣ ସଙ୍ଘୀୟ ରୂପରେଖ ରୁ ଭିନ୍ନ? ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଯଦି ଦେଖିବା, ତେବେ ସଂଘ ବିଚାରର ଶିକ୍ଷା ନୀତି 10 ବର୍ଷ ଧରି ଆଗେଇ ଚାଲିଛି. ସ୍କୁଲ ଠୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସିଲାବସ ରେ କେବଳ ସଙ୍ଘୀୟ ଶିକ୍ଷା ହିଁ ପ୍ରତିଫଳିତ. ବିଶ୍ଵ ଅନୁମୋଦିତ ଇତିହାସ ବଦଳରେ ସଙ୍ଘ ଅନୁମୋଦିତ ଇତିହାସ ପ୍ରଚଳିତ ହେଇଛି. NCERT, UGC, VC ପଦବୀ ଓ ଗବେଷଣାରତ ସଂସ୍ଥା ମାନଙ୍କ ରେ ଏବେ RSS ଆଦର୍ଶବାଦ ସହ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି. ଏପରିକି ସବୁ ରଙ୍ଗ ଗୌଣ ହୋଇ କେବଳ ଗେରୁଆ ରଙ୍ଗ ର ସଂସ୍କୃତି ସବୁ ଆଡେ ବିସ୍ତୃତ. ରାଜନୈତିକ କ୍ଷେତ୍ର କୁ ଦେଖିଲେ RSS ସଂପୃକ୍ତ ନେତା ମାନେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଅଧିଷ୍ଟିତ କରାଯାଇଛି. ଯେଉଁ କେତେକ ରାଜ୍ୟରେ ହୋଇ ନାହାନ୍ତି, ତାହା ସେଠାକାର ରାଜନୈତିକ ଓ ସାମାଜିକ ସ୍ଥିତି କୁ ବିଚାର କରାଯାଇ ଓ କ୍ଷମତା କୁ ହାତଛଡ଼ା ନ କରିବା ପାଇଁ ସାଲିସ ଆଧାର ରେ ନିଯୁକ୍ତି କରାଯାଇଛି. 370 ଧାରା ଉଚ୍ଛେଦ ସଂଘର ଅନ୍ୟ ଏକ ଏଜେଣ୍ଡା ଯାହା ଅତି ଚତୁରତା ସହ ଗୃହରେ 2 ଘଣ୍ଟା ରେ ପାଳନ ମୋଦି କରେଇ ପାରିଲେ. ପୁଞ୍ଜିପତି ବ୍ୟବସ୍ଥା ସଂଘର ଅର୍ଥନୈତିକ ପଲିସି, ଜାହା ସୁରୁଖୁରୁରେ ଆଗେଇ ଚାଲିଛି. ଆହୁରି ଅଗଣିତ ସଂଘ ର ବିଚାର କୁ ମୋଦି କର୍ଯ୍ୟନୂୟାନ କରିବାରେ କେଭେ ଥକି ନାହାନ୍ତି. ଏତେ ସବୁ ବିଚାର କଲେ RSS ଓ ମୋଦି ଙ୍କ ମଧ୍ୟରେ ବିବାଦ କାହିଁକି ହେବ? ଯାହା ମୋହନ ଭଗବତ ଓ ଅନ୍ୟ ଜଣେ ବରିଷ୍ଠ RSS ନେତା କହିଛନ୍ତି, ତାହା BJP ଉପରେ ମୂରବୀ ପଣିଆ ବୋଲି ଭାବିବା ଉଚିତ୍ ହେବ ଏବଂ RSS ନିଜକୁ ଭାରତୀୟ ଙ୍କ ଶୁଭେଚ୍ଛୁ ସାବ୍ୟସ୍ତ କରିବାର ପ୍ରାୟସ ବୋଲି କୁହାଯାଇ ପାରେ ।

  ଉପସ୍ଥାପନା

____________

   ଇକବାଲ ଅଲ୍ଲୀ, 

ବରିଷ୍ଠ ଆଇନଜିବୀ 

କଟକ, ଓଡ଼ିଶା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe