//BREAKING//
Loading...

ଭିଜିଲାନ୍ସ କବଜାରେ ଗୋଳାମୁଣ୍ଡା ବ୍ଲକ ବୃନ୍ଦାବହାଲ ସରପଞ୍ଚ, ନଗଦ 5.4 ଲକ୍ଷ ଟଙ୍କା ସହିତ ବୋଲେରୋ ଜବତ !!

 ଭିଜିଲାନ୍ସ କବଜାରେ ଗୋଳାମୁଣ୍ଡା ବ୍ଲକ ବୃନ୍ଦାବହାଲ ସରପଞ୍ଚ, ନଗଦ 5.4 ଲକ୍ଷ ଟଙ୍କା ସହିତ ବୋଲେରୋ ଜବତ !!



କଳାହାଣ୍ଡି,ତା.୧୯।୭ ( , ତର୍ଜମା ବ୍ୟୁରୋ ) କଳାହାଣ୍ଡି ଜିଲ୍ଲା ର ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବହାଲ ସରପଞ୍ଚ ଦିନେଶ କୁମାର ରାଉତ ଙ୍କୁ ନଗଦ ୫.୪ ଲକ୍ଷ ଟଙ୍କା ସହିତ ଧରିଲା ଭିଜିଲାନ୍ସ ଟିମ୍ । ସରପଞ୍ଚ ଦୀନେଶ କୁମାର ରାଉତ  ଗୋଲାମୁଣ୍ଡାରୁ ବୃନ୍ଦାବାହାଲ ଅଭିମୁଖେ ନିଜର ଓଡ଼ି୦୮ସି୫୩୩୫ ନମ୍ବର  ବୋଲେରୋ ଗାଡିରେ ଟଙ୍କା ସହିତ ଘରକୁ ଯାଉଥିବା ବେଳେ ଖାଲିଆକାନି ନିକଟରେ ଓଡିଶା ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଅଟକାଇଥିଲା। ତାଙ୍କ ପାଖରୁ ସନ୍ଦେହଜନକ ଭାବେ ନଗଦ ୫.୪ ଲକ୍ଷ ଟଙ୍କା ମିଳିଥିବାର ଜଣାପଡିଛି ।  ଶ୍ରୀ ରାଉତ ସନ୍ତୋଷଜନକ ହିସାବ ଦେଇନପାରିବାରୁ ତାଙ୍କଠାରୁ  ଟଙ୍କା ଜବତ କରାଯାଇଥିବା ଜଣାପଡିକିଛି ।  ତାଙ୍କ ବୋଲେରୋ ଗାଡି ମଧ୍ୟ ଜବତ ହୋଇଥିବା ଜଣାପଡିଛି । ଏସଂକ୍ରାନ୍ତରେ ଭିଜିଲାନ୍ସ ଟିମ୍ ଶ୍ରୀ ରାଉତଙ୍କୁ ଅଟକ ରଖି ତାଙ୍କ ଘର ସହିତ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ କରି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍ । ନିକଟ ଅତୀତରେ ସରପଞ୍ଚ ଇଂ ଦିନେଶ କୁମାର ରାଉତ ନିଜେ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ବେଳେ ସେଥିର ବିଳ ହୋଇଥିବା କୁହାଯାଉଥିବା ବେଳେ ବିଭାଗୀୟ ସୂତ୍ରରେ ହେଉଥିବା କାର୍ଯ୍ୟ କିପରି ଭାବେ ସରପଞ୍ଚ ନିଜେ ସମ୍ପାଦନ କରୁଥିଲେ ତାହା ସନ୍ଦେହ ଜନକ । ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ଜଣାଶୁଣା ଦିନେଶ କୁମାର ରାଉତ ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରୁଥିବା ଜଣାପଡିଛି । ଖବର ଲେଖା ହେବା ପର୍ଯ୍ୟନ୍ତ କୁ ଭିଜିଲାନ୍ସ ଟିମ ଦ୍ବାରା ତଦନ୍ତ ଚାଲିଥିବା ଜଣାପଡିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe