//BREAKING//
Loading...

ଦେଶରେ ଉପ ନିର୍ବାଚନ ଏକ ସମୀକ୍ଷା !!

 ଦେଶରେ ଉପ ନିର୍ବାଚନ ଏକ ସମୀକ୍ଷା !!



କୁହାଯାଉଥିଲା 7 ରାଜ୍ୟ ର 13 ସ୍ଥାନ ପାଇଁ ଉପନିର୍ବାଚନ ଉଭୟ NDA ଓ INDIA ପାଇଁ ଲିଟମସ ଟେଷ୍ଟ ହେବ. ଫଳାଫଳ କୁହାଯାଇ ପାରେ  । ଏହା ନିରଙ୍କୁଶ ଭାବେ INDIA ସପକ୍ଷରେ ଗଲା. ଫଳାଫଳ ରୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆପ୍ ଓ ଡିଏମକେ ଉତ୍ସାହିତ ଅବଶ୍ୟ ହେବେ, କିନ୍ତୁ INDIA ମେଣ୍ଟ ରେ ଏକତା ଅନିବାର୍ଯ୍ୟ । ଏଇଥି ପାଇଁ ଜନତା ଏବେବି ଏ ମେଣ୍ଟ କୁ ସନ୍ଦେହ କରୁଛି । ଯଦିଓ ଏ ଉପନିର୍ବାଚନ ରେ କୌଣସି ମେଣ୍ଟ INDIA ର ନଥିଲା, କିନ୍ତୁ ସ୍ବାଗତ ଯୋଗ୍ୟ କଥା ଯେ ରାହୁଲ ଗାନ୍ଧୀ ଏହାକୁ ତାଙ୍କ ଦଳର ବିଜୟ ନ କହି INDIA ମେଣ୍ଟ ର ବିଜୟ ବୋଲି କହିଲେ. ତାଙ୍କର ଏହି ବାର୍ତ୍ତା, ମେଣ୍ଟ ର ସବୁ ଦଳର ନେତା ବୁଝିବା କଥା. । ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଯଦି ମେଣ୍ଟ ରୁ ବିଛିନ୍ନତା ର ଗନ୍ଧ ବାହାରେ ତେବେ ଜନତା ପୁଣି ରାସ୍ତାରେ ଠିଆ କରିଦେବେ. ଖାସ୍ କରି ଦିଦୀଙ୍କୁ ଏକଥା ବୁଝିବାକୁ ପଡିବ. ସେ କେଉଁ INDIA କଥା କହୁଛନ୍ତି ତାହା ଏବେବି ଅସ୍ପଷ୍ଟ. ଆଜି ବେଙ୍ଗଲ ତାଙ୍କୁ ଭରସା କରୁଛି ଯାହା ଶତ କିନ୍ତୁ ବାମ ମେଣ୍ଟ  ବର୍ଷ ବର୍ଷ ଧରି ସେଠାରେ ରାଜ କଲା ଓ ଆଜି ଲୋକେ ସେମାନଙ୍କ ଚିହ୍ନବର୍ଣ୍ଣ ଲିଭେଇ ଦେଇଛନ୍ତି । ସଦ୍ୟ ଓଡିଶା ନିର୍ବାଚନ ଏହାର ଏକ ଅନ୍ୟ ଉଦାହରଣ. କାଲି ସେ ମୁମ୍ବାଇ ଆସିଲେ, ଉଦ୍ଧବ ଠାକରେ ଓ ଶରଦ ପାୱାର ଙ୍କୁ ଭେଟିବା କଥା ପ୍ରେସ ରେ କହିଲେ କିନ୍ତୁ କଂଗ୍ରେସ ନାଁ ନେଲେନି ଓ ଗଲାବେଳେ କହିଲେ ଆଗାମୀ ମହାରାଷ୍ଟ୍ର ନିର୍ବାଚନ ରେ କାମ କରିବେ ଓ ଉଦ୍ଧବଙ୍କ ପାଇଁ ପ୍ରଚାର କରିବେ. ଏ କଥା ର ଉଦ୍ଦେଶ୍ୟ କିଛି ସ୍ପଷ୍ଟ ନୁହେଁ । ଲୋକେ ଶୁଣିଛନ୍ତି ଓ ବିଚାର ମଧ୍ୟ କରୁଥିବେ. ଦେଶର ଏକତା ଓ ସମ୍ବିଧାନ ର ସୁରକ୍ଷା ସମୟର ଆହ୍ବାନ. ଏଥିପାଇଁ ସଂକୀର୍ଣ୍ଣତା ରୁ ଉର୍ଦ୍ଧ କୁ ଉଠି ଦେଶ ର ସ୍ବାର୍ଥ ପାଇଁ ଏକତାବଦ୍ଧ ହୋଇ ଅକ୍ଲାନ୍ତ ପରିଶ୍ରମ କଲେ ଯାଇ ଫାସିଷ୍ଟ ଶକ୍ତି କବଳ ରୁ ଦେଶ ମୁକ୍ତ ହେବ. କଂଗ୍ରେସ ର ଦୁର୍ଗୁଣ ଯେ ଗୋଟେ ପାଦ ଆଗକୁ ଗଲେ ପୁଣି ପାଞ୍ଚ ପାଦ ପଛକୁ ଠେଲି ହେଉଛି । ଗତକାଲି ମହାରାଷ୍ଟ୍ର Legislative Council ନିର୍ବାଚନ ଏହାର ଏକ ଦୃଷ୍ଟାନ୍ତ. ଦଳ ମଧ୍ୟରେ ଏବେବି ମିର ଜାଫର ଓ ଜୟଚନ୍ଦ୍ର ଭର୍ତି ହୋଇ ରହିଛନ୍ତି । Sooner the Better ଫର୍ମୁଲା ଦ୍ଵାରା ଏମାନଙ୍କୁ ନିଷ୍କାସିତ କରିବା ଆବଶ୍ୟକ. ବିହାର ର ପୂର୍ଣିଆ ରାଗ ଏବେବି ଲୋକଙ୍କ ମନରେ ରହିଛି । ଏଣୁ ଲୋକେ ଲାଲୁଙ୍କ ପ୍ରାର୍ଥୀ ଙ୍କୁ ତୃତୀୟ ସ୍ଥାନକୁ ଖସେଇ ଦେଲେ ଓ ନୀତିଶ ଙ୍କ ପ୍ରାର୍ଥୀଙ୍କୁ ମଧ୍ୟ ହରେଇ, ସ୍ଵାଧୀନ ପ୍ରାର୍ଥୀ ଙ୍କୁ ଜିତେଇଦେଲେ. ଏହା ମଧ୍ୟ ଏକ ସତର୍କ ସୂଚନା । ଗୋଟିଏ କଥା ସ୍ପଷ୍ଟ ଯେ ହିମାଚଳ ପ୍ରଦେଶରେ MLA ମାନଙ୍କୁ ଗଦ୍ଦାର ବନେଇବା ଆଉ ସହଜ ନୁହେଁ ଓ ଉପନିର୍ବାଚନ ଜଣେଇ ଦେଲା, ମୋଦି ମ୍ୟାଜିକ କାମ ଦେବନି, ବିଜେପି କୁ ନେତା ଖୋଜିବାକୁ ପଡିବ । ଆଶା ବାଡି ସାହାଜ୍ୟରେ ସରକାର ଗଠନ କରି ମୋଦି ତାଙ୍କ ପୂର୍ବ ତେବର ରେ ସରକାର ଚଳେଇବା ଅହଙ୍କାର ତାଙ୍କୁ ଛାଡ଼ିବାକୁ ପଡିବ, ନଚେତ୍ ଆଗକୁ ସରକାର ଚଳେଇବା ତାଙ୍କ ପାଇଁ ସମ୍ଭବ ନୁହେଁ ।


ଉପସ୍ଥାପନା:-----

ଜନାବ୍ ଇକବାଲ ଅଲି, 

ବରିଷ୍ଠ ଆଇନଜୀବି, କଟକ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe