ଭିଜିଲାନ୍ସ ପଞ୍ଝା ରେ ଗୋଲାମୁଣ୍ଡା ବିଡ଼ିଓ -- ଜାରିଙ୍ଗ ନିକଟ ରେ ସରକାରୀ ବୋଲେରୋ ରୁ ୪ ଲକ୍ଷ ୯୨ହଜାର ଟଙ୍କା ଜବତ, ତଦନ୍ତ ଜାରି
!!
ଭବାନୀ ପାଟଣା:---( ତର୍ଜମା ବ୍ୟୁରୋ ନ୍ୟୁଜ)
ଭବାନୀପାଟଣା ପଟୁ ଗୋଲାମୁଣ୍ଡା ଯାଉଥିବା ବେଳେ ଗୁରବାର ସନ୍ଧ୍ୟାରେ ଜାରିଙ୍ଗ ଛକ ନିକଟରେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତିକଙ୍କ ଗାଡିକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା । ବିଡ଼ିଓ ଅକ୍ଷମିତା କାର୍ତିକ ଗାଡି ନମ୍ବର ଓଡ଼ି ୦୨ ସିଏଚ ୨୪୨୪ ବୋଲେରୋ ଗାଡିରେ ୪ ଲକ୍ଷ ୯୨ ହଜାର ଟଙ୍କା ନେଉଥିବା ନେଇ ଆଗରୁ ଖବର ପାଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ପ୍ରକାଶ । ଉକ୍ତ ଟଙ୍କା ସମ୍ପର୍କରେ ସଠିକ ଉତ୍ତର ଦେଇ ନ ପାରିବାରୁ ବିଡ଼ିଓଙ୍କ ସମେତ ସେହି ଗାଡିରେ ଥିବା ଏପିଓ କ୍ଷେତ୍ରମୋହନ ମାଝୀ, ବ୍ଲକ ପ୍ରୋଗ୍ରାମ କୋଡ଼ିନେଟର ମଧୁସୂଦନ ସାହୁଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଟକ ରଖିଥିବା ଜଣାପଡିଛି । ସେହିଭଳି ଅକ୍ଷମିତା କାର୍ତ୍ତିକଙ୍କ ପୈତୃକ ଘର କୋରାପୁଟ, ଭୁବନେଶ୍ୱର, ରାୟଗଡ଼ା ଏବଂ ଗୋଲାମୁଣ୍ଡା ବ୍ଲକ ର ଦୁଇ ଜାଗା ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।
ବିଡ଼ିଓ ଅକ୍ଷମିତା କାର୍ତ୍ତିକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଳକ ରେ ମଧ୍ୟ ଅନିୟମିତତା କରି ନିଲମ୍ବନ ହୋଇ ଥିବା ବେଳେ ରାୟଗଡା ଜିଲ୍ଲା ଅଧିନ ଗୁଣପୁର ତହସିଲଦାର ଥିବା ସମୟରେ ମଧ୍ୟ ଆଇନଜୀବୀ ମାନଙ୍କ ସହିତ ଝଗଡା କରି ଥାନା ରେ ଶ୍ରୀମତୀ କାର୍ତିକ ମେଡମ ଙ୍କ ନାମରେ କେସ ହୋଇଥିବାର ଜଣାପଡିଛି । ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତିକ ଙ୍କୁ ଗିରଫ କରିଛି ଜୟପୁର ଭିଜିଲାନ୍ସ, ବିଡ଼ିଓ ମହାଶୟା ପୂର୍ବ ସମୟ ରେ ନବରଙ୍ଗପୁର ଜିଲ୍ଲା କୋଷାକୁମଡ଼ା ବ୍ଲକ ରେ କୋଭିଡ ଟଙ୍କା ଆତ୍ମ ସାତ କରି ନିଲମ୍ବନ ହୋଇ କୋରାପୁଟ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ରେ କାମ କରୁଥିଲେ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ବର୍ତ୍ତମାନ ବିଡିଓ ଶ୍ରୀମତୀ କାର୍ତ୍ତିକ ଗୋଲାମୁଣ୍ଡା ସିଡ଼ିପିଓ ଦାୟିତ୍ୱ ରେ ଥିବା ବେଳେ ଛତୁଆ ଯୋଗାଣ ସମ୍ପର୍କରେ ବ୍ୟାପକ କାରବାର ହେଉଥିବା ଏବଂ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା । ତେବେ ଅକ୍ଷାମିତା ଙ୍କ ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା, ସରକାରୀ କାର୍ଯ୍ୟାଳୟ ଓ ବାସ ଭବନ ରେ ଚଢ଼ାଉ ଜାରି ରହିଥିବା ଜଣା ପଡ଼ିଛି ।
Post a Comment