//BREAKING//
Loading...

୫ ହଜାର କେଜି ଦେଶୀ ମହୁଲି ପୋଚ ଏବଂ ୩ଶହ ଲିଟର ଆଇଡି ଲିକର୍ ଜବତ !!!

 ୫ ହଜାର କେଜି ଦେଶୀ ମହୁଲି ପୋଚ ଏବଂ ୩ଶହ ଲିଟର ଆଇଡି ଲିକର୍ ଜବତ !!!



ଜୟପାଟଣା:_________( ତର୍ଜମା ବ୍ୟୁରୋ)

     

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ଼ କର୍ଲାକୋଟ ପଞ୍ଚାୟତ ଅନ୍ତର୍ଗତ ତୁମୁରିଖୋଲ ଜଙ୍ଗଲ ଝରଣା ନାଳ ପାଖରୁ ବଡ଼ ଧରଣ ର ଦେଶୀ ମଦ ତିଆରୀ ସାମଗ୍ରୀ ଧରା ପଡ଼ିଛି ।

ସୂଚନାରୁ ପ୍ରକାଶ ମୋବାଇଲ ଇନ୍ସପେକ୍ଟର ଦୁର୍ଯ୍ୟଧନ ଦିଗାଲ୍ ଙ୍କ ନେତୃତ୍ୱରେ ତାଙ୍କ ଷ୍ଟାଫ୍ ଏବଂ ଜୟପାଟଣା ଏକ୍ସାଇଜ୍ ସବ୍ ଇନ୍ସପେକ୍ଟର ନରେନ୍ଦ୍ର ମିଞ୍ଜ ଏବଂ ଷ୍ଟାଫ୍ ତଥା ଜୟପାଟଣା ପୋଲିସ  କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଆଜି ଏହି ଚଢାଉ ହୋଇଥିଲା ।


ଏଥିରେ ପ୍ରାୟ ୫ହଜାର କେଜି ମହୁଲ ପୋଚ ନଷ୍ଟ କରାଯାଇଛି, ୩୦୦ଲି ଆଇଡି ଲିକର ଏବଂ ୪୦ଟି ଡ୍ରମ ପୋଡ଼ି ଦିଆ ଯାଇଛି ।

ତୁମରିଖୋଲ ଜଙ୍ଗଲରେ ନିୟମିତ ଏପରି ଦେଶୀ ମଦ ତିଆରି ହେବା ପଛରେ କାହାର ହାତ ରହିଛି ତଦନ୍ତ ସାପେକ୍ଷ । ଏପରିକି ଜୟପାଟଣା ଅଞ୍ଚଳ ରେ ଅନେକ ଆଣ ସିକୃତି ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ କୋଠୀ ଅବାଧରେ ଚାଲିଥିବା ଅଭିଯୋଗ ହେଉଛି । ପୋଲିସ ଓ ଅବକାରୀ ବିଭାଗ ଏଥି ପ୍ରତି  ଯତ୍ନବାନ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe