//BREAKING//
Loading...

ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି କଲମପୁର -ସି‍ଂଘାରିଘାଟି ରାସ୍ତା, ପ୍ରଶାସନ ନିଦାବିଷ୍ଣୁ !!!

 ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି କଲମପୁର -ସି‍ଂଘାରିଘାଟି ରାସ୍ତା, ପ୍ରଶାସନ ନିଦାବିଷ୍ଣୁ !!!


କଲମପୁର:----- (ତର୍ଜମା ନ୍ୟୁଜ) ସରକାର ବର୍ଷକୁ ବର୍ଷ କୋଟି କୋଟି ଟଙ୍କା ସିଂଘାରିଘାଟି ରାସ୍ତା ଉନ୍ନତିକରଣ ପାଇଁ ଖର୍ଚ୍ଚ କରିଚାଲିଛନ୍ତି, ବିଡ଼ମ୍ବନା ଯେ ଦଶନ୍ଧି ଦଶନ୍ଧି ବିତି ଚାଲିଥିଲେ ମଧ୍ୟ ଏହି ରାସ୍ତା ଦେଇ ଗମନାଗମନ ସ୍ଵଭାବିକ ହୋଇ ପାରି ନାହିଁ, କଲମପୁର ଠାରୁ ଥୁଆମୂଳ ରାମପୁର ହେଉଛି ୧୮ କିଲୋମିଟର । ଏହି ପ୍ରମୁଖ ରାସ୍ତା ମଝିରେ ରହିଛି ସିଂଘାରି ଘାଟି, ସେତେବେଳେ ଲୋକେ ଚାଲିଚାଲି ଯିବା ଆସିବା କରୁଥିଲେ, ଲୋକଙ୍କ ଯାତାୟାତ ସୁବିଧା କରିବାକୁ ସରକାର ଘାଟିଖୋଳି ରାସ୍ତା ନିର୍ମାଣ କରିଦେଲେ । ବିଭାଗୀୟ କର୍ମଚାରୀ ମାନଙ୍କ ଦୁରଦୃଷ୍ଟିର ଅଭାବ ଫଳରେ ଘାଟି ଠିକ ଭାବେ କଟା ହୋଇ ପାରିଲା ନାହିଁ । ଏଥିଯୋଗୁଁ ଛୋଟମୋଟ ଯାନବାହାନ ବ୍ୟତିତ ଯାତ୍ରିବାହି ଯାନବାହାନ ଯାତାୟାତ କରିପାରିଲା ନାହିଁ, ତିନି ଦଶନ୍ଧୀ ହେଲା ଏହି ସମସ୍ୟା ଏଠାରେ ଲାଗି ରହିଛି, କିନ୍ତୁ କୋଟି କୋଟି ଟଙ୍କା ବର୍ଷକୁ ବର୍ଷ ମରାମତି ଆଳରେ ଖର୍ଚ୍ଚ ହୋଇ ଚାଲିଛି, ଏହି କିଛି ମାସ ତଲେ ଏହି ଘାଟି ରାସ୍ତା ମରାମତି ହୋଇଥିଲା, ଏବେ ସେସବୁ ଫାଟି ଆଁ କଲାଣି,ଖାଲଖମା ଭରପୁର ହୋଇ ପଡ଼ିଲାଣି, ସତେକି ମୃତ୍ୟୁଫାଶ ଏଠାରେ ଅପେକ୍ଷା କରି ରହିଥିବା ଭଳି ମନେହେଉଛି । ତଥାପି ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ପାରୁନାହିଁ, ଜୁନାଗଡ଼ ପିଡବ୍ଲୁଡି ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ଏହି ରାସ୍ତା ପ୍ରତିବର୍ଷ କାର୍ଯ୍ୟକାରୀ ହେଉଥିବା ବେଳେ ଦୀର୍ଘ ବର୍ଷରୁ ସିଂଘାରି ଘାଟି ରାସ୍ତା ବିଭାଗୀୟ କର୍ମଚାରୀ ମାନଙ୍କ ଦୁଧିଆଳୀ ଗାଇ ପାଲଟିଛି ବୋଲି ଅଭିଯୋଗ ହୋଇ ଆସୁଛି, କଲମପୁରରେ ମଧ୍ୟ ସଂପୃକ୍ତ ବିଭାଗର ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନବ ନିର୍ମିତ ଦୁଇ ମହଳା କାର୍ଯ୍ୟାଳୟ କୋଠା ରହିଛି, ହେଲେ ସେଠାରେ କୌଣସି ଅଧିକାରୀ ରହୁନଥିବାରୁ ଭୂତକୋଠି ପାଲଟିଛି । ସିଂଘାରି ଘାଟି ରାସ୍ତାର ଦୁରାବସ୍ତା ବିଷୟରେ ପ୍ରତିକ୍ରିୟା ନେବାକୁ ବିଭାଗୀୟ ଯନ୍ତ୍ରୀ ସହିତ ବାରମ୍ବାର ଯୋଗାଯୋଗ କରି ଆସୁଥିଲେ ମଧ୍ୟ ଫୋନ ଉଠାଉ ନ ଥିବାରୁ ମତାମତ ମିଲିପାରି ନଥିବା ବେଳେ ଜିଲ୍ଲା ଉଚ୍ଚ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।

କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ "ତର୍ଜମା ନ୍ୟୁଜ"

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe