କରଣ ସମାଜ ମହିଳାଙ୍କଦ୍ୱାରା ବୃକ୍ଷ ରୋପଣ !!
ଭବାନୀ ପାଟଣା:-----
( ତର୍ଜମା ବ୍ୟୁରୋ)
କଳାହାଣ୍ଡି କରଣ ସମାଜର ମହିଳା ଶାଖା ତରଫରୁ ଭବାନୀପାଟଣା ସ୍ଥିତ ତାରିଣୀ ମନ୍ଦିର ପାଖ ସ୍ମଶାନଘାଟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଅଛି I ମହିଳା କମିଟିର ସଭାନେତ୍ରୀ ସୁଶ୍ରୀ ସବିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ପୌରପାଳିକା ର ନିର୍ବାହୀ ଅଧିକାରୀ ଡା. ସତ୍ୟସମ୍ପର୍ଣ୍ଣI ରାଉତ ଉପସ୍ଥିତ ଥିବାବେଳେ କଳାହାଣ୍ଡି କରଣ ସମାଜର ସଭାପତି ରାମ ଶଙ୍କର ଦାସ ଏବଂ ସମ୍ପାଦକ ପ୍ରଦୀପ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଥିଲେ I ମହିଳା କମିଟି ର ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ପଟ୍ଟନାୟକ, ରଚିତା ମହାନ୍ତି, ଜ୍ୟୋତି ରାଣୀ ଦାସ, ପ୍ରୀତି ପଟ୍ଟନାୟକ, ମମତା ପଟ୍ଟନାୟକ, ସୁପ୍ରଭା ପଟ୍ଟନାୟକ, ନୁପୁର ପଟ୍ଟନାୟକ, ରାଜଶ୍ରୀ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ମହିଳା ସଦସ୍ୟାଗଣ ଉପସ୍ଥିତ ରହି ସର୍ବମୋଟ 30 ଗୋଟି ଗଛ ଲଗାଇଥିଲେ I
Post a Comment