//BREAKING//
Loading...

କଲମପୁରରେ ବ୍ଳକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

 କଲମପୁରରେ ବ୍ଳକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ !!

 କଲମପୁର -୩/୯(ତର୍ଜମା ନ୍ୟୁଜ)।     


 କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ତ ପ୍ରତ୍ୟୋକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଜି ବ୍ଲକ ସ୍ତରୀୟ ପ୍ରାଥମିକ ଓ ମାଧ୍ୟମିକ କୁଇଜ୍ ପ୍ରତିଯୋଗିତା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ମଧୂସ୍ମିତା ନାଏକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଳକ ଅଞ୍ଚଳର ୮୭ଟି ବିଦ୍ୟାଳୟର ନିଜସ୍ବ ବିଦ୍ୟାଳୟ ମାନଙ୍କରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ବ୍ଳକ ସ୍ତରୀୟ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ପ୍ରତିଯୋଗି ମାନଙ୍କୁ ସବ ଜୁନିୟର, ଜୁନିୟର ଓ ସିନିୟର ଭାବେ ବିଭକ୍ତ କରାଯାଇ ପ୍ରଥମରୁ ପଞ୍ଚମ, ଷଷ୍ଠରୁ ଅଷ୍ଟମ ଓ ନବମ ଦଶମକୁ ତିନି ସ୍ତରରେ ଅନୁଷ୍ଠିତ ହୋଇଥିଲା । କଲମପୁର ସରକାରୀ ଉଚ୍ଚବିଦ୍ୟାଳୟରେ କନିଷ୍ଠ ବର୍ଗ ଓ ବରିଷ୍ଠ ବର୍ଗକୁ ଦୁର୍ଗା ମାଧବ ହାଇସ୍କୁଲରେ ପ୍ରତିଯୋଗିତା କରାଯାଇଥିବା ବେଳେ ଅପରାହ୍ନ ମାନପତ୍ର ସହିତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଉଦଯାପନୀ ଉତ୍ସବରେ ଯୋଗ ଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଶ୍ରୀମତୀ ନାଏକ ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ ଓ ଅନ୍ତର୍ନିହିତ ପ୍ରତିଭାର ବିକାଶ ଲକ୍ଷ୍ୟରେ ଏହା ହେଉଛି ପ୍ରୟାସ ବୋଲି ନିଜ ବ୍ୟକ୍ତବ୍ୟରେ ମତ ପ୍ରକାଶ କରିଥିଲେ ।ଅନ୍ୟତମ ଅତିଥି କଲମପୁର ପୋଲିସ ଏଏସଆଇ ଶେଖର ଜେନା ଛାତ୍ର ଜୀବନର ଚପଲାମି ଓ ସମୟର ସଦୁପଯୋଗ ନେଇ ଉପସ୍ଥିତ ଛାତ୍ରଛାତ୍ରୀ ପରାମର୍ଶ ଦେବା ସହିତ ଶ୍ରୀଜଗନ୍ନାଥଙ୍କ ଭକ୍ତିପୂତ ଭଜନ ଗାନ କରି ଛାତ୍ରଛାତ୍ରୀ ମାନଙ୍କୁ ବିମୋହିତ କରିଥିଲେ । କାର୍ଯ୍ୟାଳୟର ବିଆରସିସି ହେମନ୍ତ କୁମାର ପଣ୍ଡା ଆୟୋଜନର ପ୍ରମୁଖ ଭୁମିକା ଗ୍ରହଣ କରିଥିବା ବେଳେ ମଞ୍ଚାସିନ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଦୁର୍ଗା ମାଧବ ହାଇସ୍କୁଲର ପରିଚାଳନା ସଭାପତି ସୁଭେନ୍ଦୁ କୁମାର ପଣ୍ଡା, ପ୍ରଧାନଶିକ୍ଷକ ଅଶ୍ଵିନୀ କୁମାର ମୁଣ୍ଡ, ସୁଶାନ୍ତ କୁମାର ଖମାରୀ, ସୁଶିଲ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ମନ୍ମଥ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ମନୋଜ କୁମାର ମେହେର, ଶ୍ରୀରାମ ପଣ୍ଡା,ନବଘନ ସାହୁ,ସତ୍ୟାନନ୍ଦ ନାଏକ,ଉଦୟ ମାଝି,ଜୟସୁର ଦେଓ,ରାହାସ ତେଣ୍ଡକାରି,ବବୃ ବାହନ ବାଗ,ପୂର୍ଣ୍ଣ ପାତ୍ର ଅଭିନାଶ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ,ତର୍ଜମା ନ୍ୟୁଜ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe