କଳାହାଣ୍ଡି ଜିଲ୍ଳାର ଲୋକକଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କ ରେ ସମ୍ୟକ ସୁଚନା !!
---------------
ସଂସ୍କୃତି ଏବଂ ଐତିହ୍ୟ
ଏହି ଜିଲ୍ଲା ସଂସ୍କୃତି ଏବଂ ଐତିହ୍ୟ ରେ ପରିପୂର୍ଣ । ଉଣେଇଶ ( ୧୯ ) ପ୍ରକାର ର କଳାକୃତି ଦେଖିବାକୁ ମିଳେ।
ଘୁମୁରା :- ବୀର ବାଦ୍ୟ ଘୁମୁରା କୁ ସାମୁହିକ ଭାବରେ ୧୮/୨୦ କଳାକାର ଘୁମାର ଏବଂ ଘୁମୁରା ବାଦ୍ୟ କୁ ନେଇ ନୃତ୍ୟ ପରିବେଷଣ କରାଯାଇଥାଏ । ନୂଆଖାଇ , ଦଶହରା ଏବଂ ଅନ୍ୟାନ୍ୟ ପର୍ବ ପର୍ବାଣି ରେ ଏହା ପରିବେଷଣ ହୋଇଥାଏ । ଏହା କେବଳ ପୁରୁଷ ମାନଙ୍କ ଦ୍ଵାରା ପରିବେଷଣ କରା ଯାଇଥାଏ । ଏହା ଏକ ରଣ ବାଦ୍ୟ ବା ବୀର ବାଦ୍ୟ ରୂପରେ ପରିଚିତ । ପୂର୍ବ କାଳ ରେ ରାଜା ଯୁଦ୍ଧ ବା ପାରିଧି କୁ ଯିବା ଆଗରୁ ଏହା ପରିବେଷଣ ହେଉଥିଲା ।
ବଜାଶାଲ :-ଏହି ବଜା ଶାଲ ନୃତ୍ୟ ରେ ୧୬/୧୮ ପୁରୁଷ ଓ ସ୍ତ୍ରୀ ମିଶିକରି ନାଚି ଥାନ୍ତି । ଏହା ସଧାରଣତଃ ବାହାଘର ଏବଂ ଅନ୍ୟାନ୍ୟ ପର୍ବ ପର୍ବାଣି ରେ ପରିବେଷଣ କରା ଯାଇଥାଏ । ନିଶାନ ,ଢୋଲ ,ମହୁରୀ , ତାସା ଆଦି ବାଦ୍ୟ ଯନ୍ତ୍ର ଏଥିରେ ବ୍ଯବହୃତ ହୋଇ ଥାଏ । ଭବାନୀପାଟଣା , କେସିଙ୍ଗା , ଜୁନାଗଡ , ଧର୍ମଗଡ , କୋକସରା ଇତ୍ୟାଦି ସ୍ଥାନରେ ନୃତ୍ୟ ହୋଇଥାଏ।
ବନାବାଡି :- ବନାବାଡି କୁ ପୂର୍ବ ଓଡିଶା ରେ ଗଉଡ ବାଡି କୁହା ଯାଇଥାଏ । ୧୮/୧୬ କେବଳ ପୁରୁଷ ଲୋକ ଏହି ନାଚ ନାଚିଥାନ୍ତି । ଦୋଳ ପୁର୍ଣିମା ,ଚୈତ୍ର ପୁର୍ଣିମା ରେ ଏହିନାଚ ମୁଖ୍ୟତଃ ଗଉଡ ସଂପ୍ରଦାୟ ରେ ଦେଖିବାକୁ ମିଳେ । ଜୁନାଗଡ, ଭବାନୀପାଟଣା ଇତ୍ୟାଦି ସ୍ଥାନରେ ନୃତ୍ୟ ହୋଇଥାଏ ।
ଶିଙ୍ଘ ବଜା :-୮/୧୦ ତାଲିମ ପ୍ରାପ୍ତ ବା ପ୍ରଶିକ୍ଷିତ ବାଦ୍ୟ କଳାକାର ଏହା ପରିବେଷଣ କରିଥାନ୍ତି । ଏଠାରେ ଶିଙ୍ଘ ନିଶାନ ରେ ଲଗା ଯାଇଥାଏ । ବାହାଘର ସମୟରେ ନିଶାନ ,ଢୋଲ ,ମହୁରୀ , ତାସା ଆଦି ବାଦ୍ୟ ଯନ୍ତ୍ର ବ୍ଯବହୃତ ହୋଇ ଥାଏ । ଭବାନୀପାଟଣା , ଥୁଆମୂଳ ରାମପୁର , ଲାଞ୍ଜିଗଡ , କୋକସରା ଇତ୍ୟାଦି ସ୍ଥାନରେ ଏହା ଦେଖି ବାକୁ ମିଳି ଥାଏ।
ମାଦଲି :-୧୫ /୧୬ ଜଣ କଳାକାର ବିଭନ୍ନ ସାମାଜିକ ପର୍ବ ପର୍ବାଣି ରେ ଏହା ପରିବେଷଣ କରିଥାନ୍ତି । ବିଶେଷ କରି ଏହା କୃଷି ଜାତ ପର୍ବ ସଙ୍ଗେ ଜଡିତ । ଗଣ୍ଡ ଆଦିବାସୀ ସଂପ୍ରଦାୟ ରେ ଏହା ଏକ ସାମାଜିକ ପରମ୍ପରା । କୋକସରା , ଜୟପାଟଣା, ଜୁନାଗଡ, ଇତ୍ୟାଦି. ସ୍ଥାନରେ ହୁଏ ।
ମାଦଲି :-୧୫ /୧୬ ଜଣ କଳାକାର ବିଭନ୍ନ ସାମାଜିକ ପର୍ବ ପର୍ବାଣି ରେ ଏହା ପରିବେଷଣ କରିଥାନ୍ତି । ବିଶେଷ କରି ଏହା କୃଷି ଜାତ ପର୍ବ ସଙ୍ଗେ ଜଡିତ । ଗଣ୍ଡ ଆଦିବାସୀ ସଂପ୍ରଦାୟ ରେ ଏହା ଏକ ସାମାଜିକ ପରମ୍ପରା ।
ଦଣ୍ଡାରୀ :-୧୦/୧୫ ଜଣ କଳାକାର ହାତ ରେ ଛୋଟ କାଠି ଧରି ଶ୍ରୀ କୃଷ୍ଣ ଲୀଳା ର ବିଭିନ୍ନ କଳା କୁ ପରିବେଷଣ କରିଥାନ୍ତି । ଏହା ଦୋଳ ପୁର୍ଣିମା, ହୋଲି ଓ ଜନ୍ମାଷ୍ଟମୀ ସମୟରେ ବିଶେଷ ଭାବରେ ଦେଖିବାକୁ ମିଳେ ।
ପାଇକ ଆଖଡା:- ୧୦/୧୫ ଜଣ ପାଇକ ଜାତି ର କଳାକାର ଏହି ନାଚ ଦଶହରା ସମୟରେ କରିଥାନ୍ତି । ଏହା ଏକ ରଣ ନୃତ୍ୟ । ଏହା ଛଡା ବିଭିନ୍ନ ସାମାଜିକ ଅନୁଷ୍ଠାନ ସମୟରେ ମଧ୍ୟ ଏହା ପରିବେଷଣ କରାଯାଇଥାଏ ।
ଘୋଡେଲ:-୧୨/୧୫ ଜଣ କେବଳ ପୁରୁଷ କଳାକାର ଏହି ନାଚ କରି ଥାନ୍ତି । ପୂର୍ବ ବା ଉପକୂଳ ଓଡିଶା ର ରଣପା ନାଚ ଭଳି ଦେଖାଯାଏ । ଏହା ମଧ୍ୟ ଦଶହରା ସମୟରେ ନାଚି ଥାନ୍ତି ।
ପୋଢ ମରା :-୧୫/ ୨୦ ଜଣ କନ୍ଧ ଆଦିବାସୀ କଳାକାର ଏହା ଚୌତ୍ର ପୁର୍ଣିମା ସମୟ ରେ ଏହା ପରିବେଷଣ କରି ଥାନ୍ତି । ଢାପ , ପୋଢ ସିଙ୍ଘ, ନିଶାନ,ଟିମିକିଡି ଭଳି ବାଦ୍ୟ ଯନ୍ତ୍ର ଏଥିରେ ବ୍ୟବହୃତ ହୋଇଥାଏ । ଆଦିବାସୀ ସଂସ୍କୃତି ରେ ଏହା ଏକ ଅନନ୍ୟ ନୃତ୍ୟ ଶୈଳୀ ।
ସଲପ୍ ନିଶାନ :-୧୮ /୨୦ ଜଣ କନ୍ଧ ଆଦିବାସୀ କଳାକାର ଏହି ସଙ୍ଗୀତ ପରିବେଷଣ କରିଥାନ୍ତି ; ବିଶେଷ କରି ପୋଢମରା ପର୍ବ , ଚଇତ ପର୍ବ , ନୂଆଖାଇ ଇତ୍ୟାଦି ପର୍ବ ପର୍ବାଣି ରେ ଏହା ଦେଖିବାକୁ ମିଳେ । କନ୍ଧ ଆଦିବାସୀ ମାନଙ୍କ ର ଏହା ଏକ ବଶେଷ ସଂସ୍କୃତିକ ପରମ୍ପରା ।
ଢାପ୍ :-ଏହି ଲୋକ ନୃତ୍ୟ ରେ ୧୬/୧୮ ପୁରୁଷ ଓ ସ୍ତ୍ରୀ ମିଶିକରି ସମୂହ ନୃତ୍ୟ ନାଚି ଥାନ୍ତି । ଏହା ଏକ ପ୍ରେମ ବିନିମୟ ନୃତ୍ୟ । ସେମାନେ ପରସ୍ପର ମଧ୍ୟରେ ପ୍ରେମ ଆଦାନ ପ୍ରଦାନ କରି ଥାନ୍ତି । ଏହି ନୃତ୍ୟ ମାଧ୍ୟମ ରେ ଢାପ୍ ଏକ ବିଶେଷ ଉପକରଣ ରେ ତିଆରି ହୋଇ ଥାଏ ଯାହାକି ନାଚ ରେ ବ୍ୟଭହୃତ ହୋଇଥାଏ । ଆଦିବାସୀ ସଂସ୍କୃତି ର ଏହା ଏକ ନିଆରା ନୃତ୍ୟ ।
ସୁଆଙ୍ଗ :-୧୫ /୨୦ ଜଣ କଳାକାର ଏହି ନାଚ କରି ଥାନ୍ତି । ଏହା ଏକ ଲୋକ ନାଟ୍ୟ , ଯାହା ବିଭିନ୍ନ ପୌରଣିକ କଥା ଉପରେ ଆଧାରିତ । ଏହା ଏକ ଗିତୀନାଟ୍ୟ ଆକାର ରେ ବିଶେଷ କରି ସନ୍ଧ୍ୟ ସମୟ ରେ ପରିବେଷଣ ହୋଇଥାଏ । ବିଶେଷ କରି ଦଶହରା, ବିଭାଘର ଏବଂ ଜନ୍ମ ଦିନ ଭଳି ସମୟ ରେଏହି ନୃତ୍ୟ ପରିବେଷଣ ହୋଇଥାଏ । ଏହା ୬/୮ ଘଣ୍ଟା ପର୍ଯ୍ଯନ୍ତ ଚାଲିଥାଏ ।
ବରିଆ :-୧୨/୧୪ ଜଣ ବିଶେଷ କରି ଅବିବାହିତ ଝିଅ ମାନେ ଏହି ଗୀତ ଗାଇଥାନ୍ତି ( ପଦ୍ୟାନ୍ତର ) । ଗୀତ ମଧ୍ୟମ ରେ ପ୍ରଶ୍ନ ଓ ଉତ୍ତର ଦୁଇ ଗୋଷ୍ଟି ମଧ୍ୟରେ ଆଦାନ ପ୍ରଦାନ ହୋଇଥାଏ । ଗାଁ ଅଞ୍ଚଳ ରେ ଏହା ଏକ ମନୋରଞ୍ଜନ ଧର୍ମି ଲୋକ ପରମ୍ପରା ।
ଶଂଙ୍ଖ ବାଦ୍ୟ:-୧୨/୧୪ ଶଂଖୁଆ ବିଭିନ୍ନ ଶୁଭ କାର୍ଯ୍ୟ ତଥା ସାମାଜିକ ଅନୁଷ୍ଠାନ ସମୟରେ ଶଂଙ୍ଖ ବଜାଇଥାନ୍ତି ।
ଘଣ୍ଟ ବାଦ୍ୟ :- ୧୬/ ୨୦ ଘଣ୍ଟଟୁଆ ବିଭିନ୍ନ ଶୁଭ କାର୍ଯ୍ୟ ତଥା ସାମାଜିକ ଅନୁଷ୍ଠାନ ସମୟରେ ଘଣ୍ଟ ବଜାଇଥାନ୍ତି ।
ସଂକିର୍ତନ :-୨୦/୩୦ ଜଣ ପୁରୁଷ କଳାକାର ଖୋଳ, ଗିନି, ଘୁଙ୍ଗୁର ଇତ୍ୟାଦି ପରିଥାନ ପୁ୍ର୍ବକ ବିଭିନ୍ନ ଶୁଭ କାର୍ଯ୍ୟ ସମୟରେ ସଂକିର୍ତନ କରିଥାନ୍ତି । ବିଶେଷ କରି ଧାର୍ମିକ ଅନୁଷ୍ଠାନ ଗୁଡିକରେ ନାମ ଯଜ୍ଞ ସମୟରେ ଏହା ପରିବେଷଣ କରାଯାଇଥାଏ ।
ପାଲା:-୪/୬ ଜଣ କଳାକାର ମିଶି କରି ପାଲା ପରିବେଷଣ କରିଥାନ୍ତି । ଏଥିରେ ପାଲା ଗାୟକ , ବୟାକ , ପାଳିଆ ପ୍ରଭୃତି ମୃଦଙ୍ଗ ଗିନି , ଚମର ଓ ଝାଞ୍ଜ ଧରି ବିଭିନ୍ନ ପୌରଣିକ ଓ ଐତିହାସିକ କଥା ବିଷୟ ବସ୍ତୁ ଉପରେ ପରିବେଷଣ କରିଥାନ୍ତି ।
ଦାଶକାଠିଆ :-ଦାଶକାଠିଆ ଦୁଇଜଣ ପୁରୁଷ ବିଭିନ୍ନ ପୌରଣିକ ଓ ଐତିହାସିକ କଥା ଉପରେ ଆଧାରିତ ବିଷୟ ମାନ ପଦ୍ୟ ମାଧ୍ୟମରେ ପରିବେଷଣ କରନ୍ତି । ଏଥିରେ ଦୁଇଟି କାଠି କୁ ବାଦ୍ୟ ଯନ୍ତ୍ର ଭାବେ ବ୍ଯବହୃତ କରାଯାଇଥାଏ ।
ରାହାସ :-ରାସ ପୂର୍ଣମୀ , ଦୋଳ ପୂର୍ଣମୀ, ଜନ୍ମାଷ୍ଟମୀ ରେ ୨୦/୩୦ ଜଣ ପୁରୁଷ ଓ ସ୍ତ୍ରୀ ଶ୍ରୀକୃଷ୍ଣ ଙ୍କର ରସ ଲିଳା ବିଷୟରେ ପରିବେଷଣ କରିଥାନ୍ତି । ସଂକିର୍ତନ ର ଅନ୍ୟ ଶୈଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ,
କଳାହାଣ୍ଡି। ।
Post a Comment