କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ର ଅନୁଚିନ୍ତା!!
କଳାହାଣ୍ଡି ଅସ୍ମିତା କେତେ ସୁରକ୍ଷିତ !
ଆଜି ନଭେମ୍ବର ୧ ତାରିଖ, କଳାହାଣ୍ଡି ପ୍ରତିଷ୍ଠା ଦିବସ । ୭୫ ବର୍ଷ ପୂର୍ତ୍ତି କରିଛି । ଆମେ ସରକାରୀ ଓ ବେସରକାରୀ ସ୍ତର ରେ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳନ କରୁଛୁ । ଅତୀତ ର ସ୍ୱର୍ଣୀମ ଇତିହାସ ଆଜି ଅଲୋଡ଼ା । ଏକ ଉନ୍ନତ ରାଜ୍ୟ ଭାବରେ କଳାହାଣ୍ଡି ପରିଚିତ ଥିଲା । ବେଙ୍ଗଲ ଦୁର୍ଭିକ୍ଷ ସମୟରେ କଳାହାଣ୍ଡି ରାଜ୍ୟ ପ୍ରଥମେ ସହାୟତା ର ହାତ ବଢ଼େଇ ଥିଲା । ଏକ ଲମ୍ବା ସ୍ୱର୍ଣୀମ ଇତିହାସ ।1005 ମସିହା ରୁ କଳାହାଣ୍ଡି ରାଜ୍ୟର ରାଜଧାନୀ ଥିଲା ଯୁନାଗଡ 1850 ମସିହା ପର୍ଯ୍ୟନ୍ତ । ପରବର୍ତୀ ସମୟରେ ନୂଆ ରାଜଧାନୀ ଗଠନ ହୁଏ ଭବାନୀ ପାଟଣା । ନୂଆ ଭବାନୀ ପାଟଣା ନିର୍ମାଣ ରେ ଆଠ ବର୍ଷ ସମୟ ଲାଗିଲା । ନୂଆ ରାଜବାଟି, ମାଁ ମାଣିକେଶ୍ଵରୀ ମନ୍ଦିର, ନିର୍ମାଣ, ଗାନ୍ଧି ଚୌକ ରୁ ଆଠ ଗୋଟି ସଂଯୋଗିକରଣ ରାସ୍ତା, ଜଳସେଚନ ବ୍ୟବସ୍ଥା, 1936 ରେ ଭବାନୀ ପାଟଣା ସହର ରେ ବିଦ୍ୟୁତ କରଣ, ସ୍ୱଚ୍ଛ ପିଇବା ପାଣି ବ୍ୟବସ୍ଥା, ଶିକ୍ଷା ର ବିକାଶ ପାଇଁ ହାଇସ୍କୁଲ, ଦେଶରେ ମାତ୍ର 22 ଟି ଟେଲିଫୋନ ସଂଯୋଗି କରଣ ମଧ୍ୟରୁ ଗୋଟିଏ କଳାହାଣ୍ଡି ର ରାଜଧାନୀ ରେ । ଏଥି ସହିତ ସିପାହୀ ବିଦ୍ରୋହ ପୁର୍ବରୁ କନ୍ଧ ମେଳି ସ୍ଵାଧୀନତା ଆନ୍ଦୋଳନ ର ମୂଳଦୁଆ ପଡିଥିଲା କଳାହାଣ୍ଡି ରେ । ବୀର ଶହୀଦ ରେଣ୍ଡୋ ମାଝୀ, ଟଡ଼ ଦମ୍ବ ଙ୍କ ବଳିଦାନ , ଆଜି ବିଲୁପ୍ତ ପ୍ରାୟ । ରତ୍ନ ଗର୍ଭା କଳାହାଣ୍ଡି ର ରତ୍ନ ଭଣ୍ଡାର ଆଜି ଲୁଟେରା ମାନଙ୍କ ହାତରେ। କନ୍ଧ ମେଳି ପରେ ବି ଆଜି ସେଇ ଆଦିବାସୀ ଓ ଦଳିତ ଭୂମିପୁତ୍ର ସମାଜ ଚିର ଅବହେଳିତ । ଆଜି ପ୍ରତ୍ୟେକ କଳାହାଣ୍ଡିଆ ଭୂମିପୁତ୍ର ମାନଙ୍କ ପାଇଁ ଆତ୍ମ ସମୀକ୍ଷା ର ଦିନ । ମାଁ ଲକ୍ଷ୍ମୀ ଙ୍କ ଭଣ୍ଡାର ଆଜି ଲୁଣ୍ଠିତ, କଳାହାଣ୍ଡିଆ ଚାଷୀ ଆଜି ବି, ଲୁଟେରା ମାନଙ୍କ ମାୟା ଜାଲ ରେ ଛଟପଟ । ଅନ୍ନ ଚିନ୍ତା ଚମତ୍କାର , ଭୂମିପୁତ୍ର ମାନେ ଆଜି ଡାଦନ ଶ୍ରମିକ । ତଥାପି ଆଜି ସ୍ଵାଭିମାନୀ କଳାହାଣ୍ଡିଆ ନିଜ ଆତ୍ମ ସମ୍ମାନ, ଆତ୍ମ ସମୀକ୍ଷା ଓ ଆତ୍ମ ସ୍ବାଭିମାନ ପାଇଁ ବ୍ୟଗ୍ର ନୁହେଁ । ନିଜର ଅସ୍ମିତା ଉପରେ ଏଇ ବିରାଟ ପ୍ରଶ୍ନବାଚୀ ପ୍ରତି ଭବିଷ୍ୟତ ବଂଶଧର କାହିକି କେଜାଣି ସଚେତନ ନୁହେଁ । ଗୋଲାମୀ ର ମାନସିକତା ର ଚକ୍ରବ୍ୟୁହ ଭିତରୁ କେବେ ବାହାରିବ କଳାହାଣ୍ଡିଆ ଜାଣିନି । ନିଜ ପୂର୍ବ ପୁରୁଷମାନଙ୍କର ଗର୍ବ ଗୌରବ ର ଗାଥା କୁ ଜାଣିବାକୁ ଇଚ୍ଛା ନାହିଁ । କାହିକି କେଜାଣି ଆଜି ମନ ଭିତରେ କ୍ଷୋଭ, ଦୁଃଖ , ବିଷାଦ ର ଛାଇ ଛାଇ ଢାଙ୍କି ହେଇଥିବା ପରି ମନେହୁଏ । ବିଭିନ୍ନ ସ୍ତର ରେ ପ୍ରତିଷ୍ଠା ଦିବସ ପାଳନ କେବଳ ଲୋକ ଦେଖାଣିଆ ପରି ମନେ ହୁଏ । ଛଳନା ର ଚକ୍ରବ୍ୟୁହ ଭିତରେ ଆଉ କେତେ ଦିନ ପେଶି ହୋଇ କଳାହାଣ୍ଡିଆ ନିଜ ଅସ୍ମିତା ଖୋଜୁଥିବ ? ସେଇ ଗୌରବ ମୟ ଗାଥା ର ମହାନାୟକ ମାନଙ୍କୁ କୋଟି କୋଟି ଜୁହାର ।
ତେବେ ଏବେ ବି ସମୟ ଅଛି ।ଭବିଷ୍ୟତ ବଂଶଧର ମାନଙ୍କୁ ସ୍ଵାଭିମାନୀ କଳାହାଣ୍ଡିଆ ଭାବରେ ଗଢି ତୋଳିବା ଓ କଳାହାଣ୍ଡିଆ ଅସ୍ମିତା ର ପୁନଃ ଉଦ୍ଧାର ପାଇଁ ସମସ୍ତ କଳାହାଣ୍ଡିଆ ଙ୍କ ମିଳିତ ପ୍ରୟାସ ନିତାନ୍ତ ଆବଶ୍ୟକ । ନଚେତ କଳାହାଣ୍ଡି ଓ କଳାହାଣ୍ଡିଆ ଅସ୍ମିତା ଲୋପ ପାଇଯିବ ।
* ଚେଇଁ ଶୋଇ ଥିବ ଯିଏ, ତାକୁ ଉଠେଇବ କିଏ" ? ଜିଲ୍ଲା ଗଠନ ପୁର୍ବରୁ କଳାହାଣ୍ଡି ଏକ ଉନ୍ନତ, ରାଜ୍ୟ ଭାବରେ ପରିଚିତ ଥିଲା । ସ୍ବାଧିନତା ପ୍ରାପ୍ତି ପରେ ଓଡ଼ିଶା ରେ ମିଶ୍ରଣ ସହ କଳାହାଣ୍ଡି ର ପରିଚୟ ଲୋପ ପାଇଛି । 75 ବର୍ଷ ଭିତରେ କଳାହାଣ୍ଡି ଓ କଳାହାଣ୍ଡିଆ ପାଇଛି କଣ ଓ ହରେଇଛି କେତେ ପ୍ରତ୍ୟେକ କଳାହାଣ୍ଡିଆ ଆତ୍ମ ସମୀକ୍ଷା କରିବା ର ସମୟ ଆସିଛି । କଳାହାଣ୍ଡିଆ ଭାଷା, ସଂସ୍କୃତି, ସଙ୍କଟରେ, କଳାହାଣ୍ଡି ର ଅମୂଲ୍ୟ ରତ୍ନ ଭଣ୍ଡାର ଲୁଟେରା ଙ୍କ ହାତରେ, କଳାହାଣ୍ଡିଆ ଙ୍କ ଉପରେ ଆଜିବି ଶୋଷଣ ଅତ୍ୟାଚାର ସହିତ ଦାଦନ ଖଟିବା ହିଁ କଳାହାଣ୍ଡିଆ ର ପରିଚୟ । ମାର୍ ତାଳି, ବଜା ହ... ଜୋରଦାର ତାଳି, କମ୍ପି ଯାଉ !! କଳାହାଣ୍ଡି, .........
Post a Comment