//BREAKING//
Loading...

ଚେସ କ୍ଳବ୍ ଉଦଘାଟିତ !!



 

ଚେସ କ୍ଳବ୍ ଉଦଘାଟିତ !!

ଭବାନୀ ପାଟଣା:---

( ତର୍ଜମା ନ୍ୟୁଜ )


ବୃନ୍ଦାବନ ସ୍ମାର୍ଟ ସ୍କୁଲ ଠାରେ ତା  12.12.24 ଦିନ ଚେସ୍ କ୍ଲବ ର ଶୁଭ ଉନ୍ମୋଚନ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଦିବସ ରେ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ରବୀନ୍ଦ୍ର ସାହୁ, ସଭାପତି, ଜିଲ୍ଲା ଚେସ ଆସୋସିଏସନ, ଶ୍ରୀଯୁକ୍ତ ସୁନିଲ କୁମାର ବେହେରା, ବିଶିଷ୍ଟ କ୍ରୀଡ଼ା ପ୍ରଶିକ୍ଷକ, ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଖଟୁଆ, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଅତିଥି ରୂପେ ଯୋଗଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କ୍ଲବ ମାଧ୍ୟମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ବାହାରର ଅନ୍ଯ ଛାତ୍ରଛାତ୍ରୀ ମଧ୍ଯ ସଦସ୍ଯ ହୋଇ ପ୍ରଶିକ୍ଷଣ ପାଇପାରିବେ। ସଭାରେ ଶ୍ରୀଯୁକ୍ତ ରବୀନ୍ଦ୍ର ସାହୁ ଖେଳର ସାଧାରଣ ନିୟମ ଗୁଡ଼ିକ ବୁଝାଇଥିଲେ ଓ ତତ୍ପରେ ପିଲାମାନଙ୍କ ମଧ୍ଯରେ ଏକ ଚେସ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe