//BREAKING//
Loading...

ଶ୍ମଶାନ ଜମି ଜବର ଦଖଲ: ଶେଷ କୃତ୍ୟ କେଉଁଠି ହେବ ?

 ଶ୍ମଶାନ ଜମି ଜବର ଦଖଲ: ଶେଷ କୃତ୍ୟ କେଉଁଠି ହେବ ?


 ଭବାନୀ ପାଟଣା:-

,( ତର୍ଜମା ନ୍ୟୁଜ )


ବିବିଧତା ଭିତରେ ଏକତା ଭାରତୀୟ ସଂସ୍କୃତି ର ମୂଳ ମନ୍ତ୍ର। ମନୁଷ୍ୟ ଜନ୍ମ ଗ୍ରହଣ କଲେ ମୃତ୍ୟୁ ଅନିବାର୍ଯ୍ୟ ଏବଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷ ରେ ଧର୍ମୀୟ ବିଶ୍ୱାସ, ପରମ୍ପରା ଅନୁସାରେ ପ୍ରତ୍ୟେକ ଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥାଏ । କିନ୍ତୁ ସମ୍ପ୍ରତି  ଭବାନୀ ପାଟଣା ରେ ଶତାଧିକ  ବର୍ଷ ଧରି ବସବାସ କରୁଥିବା ଦେବାଙ୍ଗ ସଂଘମ ସମ୍ପ୍ରଦାୟ ଙ୍କ  ପରଲୋକ ହେଲେ ଶେଷ କୃତ୍ୟ କେଉଁଠି କରିବେ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରାପ୍ତ ସୁଚନା ଅନୁଯାୟୀ, ଶତାଧିକ ବର୍ଷ ଧରି ଭବାନୀ ପାଟଣା ନିକଟସ୍ଥ ଦୁଆର୍ସୁନି ପଞ୍ଚାୟତ ର ଦାମୋଦର ପୂର ଗ୍ରାମ ରେ ଖାତା ନମ୍ବର୍ -୭୧, ପ୍ଲଟ ନମ୍ବର-୫୪  ର  ୧ ଏକର ୫୮ ଡିସିମିଲ ଜାଗା ଶ୍ମଶାନ ପାଇଁ ରହିଛି ।ଶତାଧିକ ବର୍ଷ ଧରି ଏହି ଶ୍ମଶାନ ରେ ଧାର୍ମିକ ପରମ୍ପରା ଅନୁସାରେ ମୃତକ ଙ୍କୁ ସମାଧି ଦିଆ ଯାଉଛି। କିନ୍ତୁ ଉକ୍ତ ଶ୍ମଶାନ ଜମି କୁ ଜବର ଦଖଲ କରି ସେଠାରେ ଦୁଇଟି ପାଣି ଟାଙ୍କି ଓ ଶ୍ମଶାନ ମଝିରେ ଏକ କଚ୍ଚା ରାସ୍ତା ନିର୍ମାଣ କରାଯାଇଛି । ଏପରିକି ଏହି ଶ୍ମଶାନ ରେ  ଗତ କିଛି ମାସ ତଳେ ଜଣଙ୍କ ଶେଷ କୃତ୍ୟ କରିବା ପାଇଁ ନେଇ ଥିବା ବେଳେ କିଛି ବ୍ୟକ୍ତି ବିରୋଧ କରି ଥିଲେ । ଫଳରେ ମୃତକ ଙ୍କୁ ଅନ୍ୟ ଏକ ଶ୍ମଶାନ ରେ ଅନୁମତି ନେଇ ଶେଷ କୃତ୍ୟ ସଂପନ୍ନ କରିଥିବା ଜଣା ପଡିଛି ।





ଶତାଧିକ ବର୍ଷ ଧରି ଏହି ଶ୍ମଶାନ ରେ ନିଜ ୫/୬  ପୀଢ଼ି ଙ୍କ ଶେଷକୃତ୍ୟ କରିଥିବା  ଓ ଶ୍ମଶାନ ପଟ୍ଟା ଥିଲେ ମଧ୍ୟ  ଏହି ସମ୍ପ୍ରଦାୟ ଙ୍କୁ  ସେଠାରେ ଶେଷ କୃତ୍ୟ କରିବା ପାଇଁ ବିରୋଧ କରିବା ଫଳରେ ଏମାନେ ମୃତ୍ୟୁ ପରେ କେଉଁଠି , କିପରି ଶେଷ କୃତ୍ୟ ସଂପନ୍ନ କରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଭାବୁକ ହୋଈ ପ୍ରଶ୍ନ ଉଠେଇଛନ୍ତି । ଏ ସଂପର୍କ ରେ , କଳାହାଣ୍ଡି ତହସିଲଦାର, ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରି ଜବର ଦଖଲ ହଟାଇବାକୁ ଅନୁରୋଧ କରିଥିଲେ ମଧ୍ଯ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ର ଲୋକ ପ୍ରିୟା, ବରିଷ୍ଠ ଡ଼ାକ୍ତର, ରବି ନାରାୟଣ ସେନାପତି,ସୂର୍ଯ୍ୟ ନାରାୟଣ ସେନାପତି, ରମେଶ କୁମାର ସେନାପତି ଙ୍କ ସମେତ ଦେବାଙ୍ଗ ସଂଘମ ର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ । ତେବେ ଏପାରି ଏକ ସ୍ପର୍ଶ କାତର  ପ୍ରସଙ୍ଗ କୁ ଜିଲ୍ଲା ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ନ ଦେବା ସମସ୍ତ ଙ୍କୁ ଆଶ୍ଚର୍ୟ୍ଯ କରିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe