//BREAKING//
Loading...

କଳାହାଣ୍ଡି ରେ ବିଜେପି ହୋଇଯିବାକୁ ବସିଛି ବିଜେଡିର ବି ଟିମ୍... ଏକ ରାଜନୀତିକ ସମୀକ୍ଷା!!

 କଳାହାଣ୍ଡି ରେ ବିଜେପି ହୋଇଯିବାକୁ ବସିଛି ବିଜେଡିର ବି ଟିମ୍... ଏକ ରାଜନୀତିକ ସମୀକ୍ଷା!!


ଭବାନୀ ପାଟଣା:--


 ଦୀର୍ଘ ୨୪ ବର୍ଷର ବିଜେଡି ଶାସନ ଭିତରେ ଅନେକ ଗୁଡ଼ାଏ ଅନ୍ୟାୟ ଅତ୍ୟାଚାର, ପ୍ରୀୟପ୍ରିତି ତୋଷଣ କାରବାର ବଢ଼ି ଯାଇଥିବା ଅଭିଯୋଗ ହେଉଥିଲା। ଏପରିକି ବିଜେଡି ନେତା ଠାରୁ ଆରମ୍ଭ କରି କର୍ମି ମାନେ ମଧ୍ୟ ବିଭିନ୍ନ ସରକାରୀ ଅଫିସ କୁ ପାର୍ଟି ଅଫିସ ଭଳି ବ୍ୟବହାର କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଏହି କରିତକର୍ମା ମାନଙ୍କ ଇଙ୍ଗିତରେ ସରକାରୀ ବାବୁ ମାନେ ମଧ୍ୟ ବିଜେଡି କର୍ମୀ ଭଳି କାର୍ଯ୍ଯ କରୁଥିବା କୁହା ଯାଉ ଥିଲା। ଶାସକ ଦଳ ର ଛତ୍ର ଛାୟା ତଳେ ଖଣି ମାଫିଆ, ବାଲି ମାଫିଆ, ପି ଡି ଏସ ମାଫିଆ, ଟେଣ୍ଡର ମାଫିଆ, ଛତୁଆ ମାଫିଆ, ସରକାରୀ ଜମି ମାଫିଆ ଭଳି ସବୁ କ୍ଷେତ୍ର ରେ ମାଫିଆ ରାଜ ଚାଲି ଥିଲା। ବାକି ଯେତେ ସବୁ ସରକାରୀ ଅଫିସ ମାନଙ୍କରେ ଶାସକ ଦଳ ର କର୍ମୀମାନେ ହିଁ ଦଲାଲି କରୁଥିବା ଦେଖା ଯାଉଥିଲା । ମୋଟାମୋଟି ଭାବରେ କେବଳ ବିଜେଡି ଲୋକଙ୍କ ରାଜ ଚାଲୁଥିବା ବେଳେ ସାଧାରଣ ଲୋକଙ୍କ ପ୍ରାୟ କୌଣସି କାର୍ଯ୍ୟ ହେଉ ନ ଥିଲା।ପରିସ୍ଥିତି କ୍ରମଶଃ ଏଭଳି ସ୍ଥିତି ହେଳା ଯେ ଓଡ଼ିଶାରେ ବିଜେଡି କୁ ପ୍ରତ୍ୟାଖ୍ୟାନ 

କରି ଲୋକେ ବିଜେପି ସରକାର ଆଣିଲେ। ହେଲେ ଦିର୍ଘ ଛଅ ମାସ ରୁ ଉର୍ଦ୍ଧ୍ବ ହେବ ବିଜେପି ସରକାର ଦୁର୍ନୀତି ହଟାଇବାକୁ ପ୍ରତିଶୃତି ଦେଇ ସରକାର ଗଠନ କରିଥଲେ ହେଁ ଦୁର୍ନୀତି ବିରୁଦ୍ଧରେ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରି ପାରି ନାହାଁନ୍ତି।ନୂଆ କରି ଶାସନ ମଙ୍ଗ ଧରିଥିବା ରୁ କିଛି ଜାଣି ପାରୁ ନ ଥିବା ଲୋକେ କୁହା କୁହି ହେଉଛନ୍ତି। ଏପରିକି ଦୀର୍ଘ ଦିନ ପରେ କ୍ଷମତା କୁ ଆସିଥିବା ହେତୁ ଭୋକିଲା ପେଟ ପୁରେଇବାକୁ ବ୍ୟଗ୍ର ହେଉଥିବା ମଧ୍ୟ ଲୋକେ କହିବା ଆରମ୍ଭ କଲେଣି।  ଏଭଳି ପରିସ୍ଥିତି ବର୍ଷେ ପର୍ଯ୍ୟନ୍ତ ଚାଲିଲେ ବିଜେପି ସରକାର ସମ୍ପୂର୍ଣ୍ଣ ବଦନାମ ହୋଇଯିବ ବୋଲି ମଧ୍ୟ ଆଲୋଚନା ହେଉଛି।ଅନ୍ୟ ପକ୍ଷରେ ବିଜେଡ଼ି ସରକାର ଅମଳରେ ମାଫିଆ ଗିରି କରି କ୍ରିମ ଖାଉଥିବା ଲୋକେ କଳାହାଣ୍ଡିରେ ବିଜେଡି ସପକ୍ଷ ରେ ପୁରା ଦମ୍ ରେ ଲାଗି ପଡି ବିଜେଡି କୁ ଜିତାଇ ଥିବା ବେକେ ଏବେ ସରକାର ବଦଳିବା ପରେ ମନ୍ତ୍ରୀ ମାନଙ୍କ ଚାରୀ ପାଖେ ଚକ୍କର କାଟୁଥିବା ଦେଖାଯାଉଛି।କଳାହାଣ୍ଡି କୁ ଯେଉଁ ମନ୍ତ୍ରୀ ଆସିଲେ ମଧ୍ୟ ଏହି ତଥା କଥିତ ମାଫିଆ ମାନେ ଗୋଡ଼ାଉଥିବା ଦେଖା ଯାଉଛି। ଜାନୁଆରୀ ମାସରେ ବିଜେପି ସରକାରଙ୍କ ଟାଣୁଆ ମନ୍ତ୍ରୀ ଭାବେ ପରିଚିତ ରାଜସ୍ବ ମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତ ସମୟରେ ଜୁନାଗଡ ର ବାଲି ମାଫିଆ, କାଲୋପଲା ପଥର ମାଫିଆ, ଲଡୁ ଗାଁ ଓ ଧର୍ମଗଡ ର ଟେଣ୍ଡର ମାଫିଆ, କୋକସରା ର ଟ୍ରାନ୍ସପୋର୍ଟ ମାଫିଆ, ଜୟପାଟଣା ର ଖଣି, ପଥର ଓ ଟେଣ୍ଡର ମାଫିଆ, ଜୁନାଗଡ ର ଛତୁଆ ମାଫିଆ ଓ ପି ଡି ଏସ ତଥା ମଣ୍ଡି ମାଫିଆ, ଭବାନୀପାଟଣା ଅଂଚଳ ର ଖଣି, ପଥର ଓ ବାଲି ମାଫିଆ, ଜୁନାଗଡ ର ଭାଙ୍ଗ ମାଫିଆ, ଭବାନୀ ପାଟଣା ର ଶିକ୍ଷା ମାଫିଆ ଭଳି ଅନେକ ମାଫିଆ ମାନେ ମନ୍ତ୍ରୀ ଙ୍କ ସହ ଭେଟ ଘାଟ ହେବାକୁ ସର୍କିଟ ହାଉସ ରେ ଟହଲ ମହଲ ହେଉଥିବା ଦେଖା ଯାଇ ଥିଲା। ଏହି ମାଫିଆ ମାନଙ୍କ ମଧ୍ୟରୁ ଅନେକେ ବିଭିନ୍ନ ବିଜେପି ନେତାଙ୍କ ମାଧ୍ୟମରେ ବିଜେପି ର ଆଗ ଧାଡ଼ିର ନେତା ହୋଇ ସାରିଥିବା ବେଳେ କଳାହାଣ୍ଡି ର ଏହି ମାଫିଆ ମାନେ ମନ୍ତ୍ରୀ ଙ୍କୁ ଗୋଡାଇବା ନିଶ୍ଚିତ ଭାବେ ବିଜେପି ର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସବୁ ଠାରୁ ଗୁରୁତ୍ବ ପୂର୍ଣ୍ଣ ବିଷୟ ହେଲା, ସରକାରୀ ଜମି ଜବର ଦଖଲ ମୁକ୍ତ କରାଯିବାକୁ ବାହାସ୍ପୋଟ ମାରୁଥିବା ଏହି ରାଜସ୍ବ ମନ୍ତ୍ରୀ ଜୁନାଗଡ ମୁଖ୍ୟ ରାସ୍ତା ଉପରେ ସ୍ଥାନୀୟ ଭାଙ୍ଗ ମାଫିଆ ଙ୍କ ଦ୍ବାରା ଦଳିତ ଜମି ୧୯ ଡିସମିଲ ଓ ସରକାରୀ ରାସ୍ତା କିସମ ଜମି ୫ ଡିସିମିଲ ଜମି ଜବର ଦଖଲ କରିଥିବା ଜୁନାଗଡ ତହସିଲଦାର ସ୍ପଷ୍ଟ ଭାବେ ରିପୋର୍ଟ ଦେଇ ଥିଲେ ହେଁ କିଛି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରି ପାରି ନାହାନ୍ତି। ଦୀର୍ଘ ଦିନ ପରେ ଶାସନ କୁ ଆସିବା ପରେ ଏହି ମାଫିଆ ମାନଙ୍କ ଇଙ୍ଗିତ ରେ ଚାଲିଲେ ଆଗାମୀ ଦିନରେ ଲୋକେ ପୁନର୍ବାର ଶାସନ କ୍ଷମତା ଅନ୍ୟ ଦଳକୁ ଦେଇଦେବେ ଏହା ସମୟ ହିଁ କହିବ।ଦୁର୍ନୀତି ମୁକ୍ତ ଓଡ଼ିଶା ର ନାରା ଦେଇ ଶାସନ କ୍ଷମତା କୁ ଆସିଥିବା ବିଜେପି ସରକାର ବର୍ତ୍ତମାନ ସ୍ଥିତିରେ ବିଜେଡି ର ବି ଟିମ ଭାବେ ପ୍ରତି ପାଦନ ହେଉଛି କି ନିଜସ୍ୱ ସ୍ଵତନ୍ତ୍ର ଦୁର୍ନୀତି ମୁକ୍ତ ପରିଚୟ ସୃଷ୍ଟି କରି ପାରୁଛି ତାହା ସମୟ ହିଁ କହିବ।


ମହମ୍ମଦ ଅଲ୍ଲୀ ଖାଁ, 

ବରିଷ୍ଠ ସାମ୍ବାଦିକ, 

ମୁଖ୍ୟ ସଂପାଦକ, "ତର୍ଜମା"

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe