//BREAKING//
Loading...

ପବିତ୍ର ଅକ୍ଷୟ ତୃତୀୟା ପାଳନ ଲୁଟେରା ଙ୍କ ଦ୍ଵାରା ଚାଷୀ ଙ୍କୁ ଅପମାନ, ଅସମ୍ମାନ ଛଳନା ନୁହେଁ ତ ଆଉ କଣ?

 ପବିତ୍ର ଅକ୍ଷୟ ତୃତୀୟା  ପାଳନ  ଲୁଟେରା ଙ୍କ ଦ୍ଵାରା ଚାଷୀ ଙ୍କୁ ଅପମାନ, ଅସମ୍ମାନ ଛଳନା ନୁହେଁ ତ ଆଉ କଣ?



ସରକାର, ରାଜନେତା, ରାଜନୀତିକ ଦଳ ପବିତ୍ର ଅକ୍ଷୟ ତୃତୀୟା ଦିନରେ ଚାଷୀଙ୍କୁ ଉପହାସ, ଅପମାନ ଓ ଅସମ୍ମାନ କରି ନିଜ ସ୍ୱାର୍ଥ ସାଧନ ପାଇଁ  ବ୍ୟବହାର କରୁଥିବା ଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳୁଛି । ଚାଷୀ ଙ୍କ ଭାବନା ସହିତ ଖେଳିବା କେତେ ଦୂର ଯୁକ୍ତି ଯୁକ୍ତ ବୁଝି ହେଉ ନାହିଁ । ବହୁ ଆଡ଼ମ୍ବରେ ଲଘୁ କ୍ରିୟା ଭଳି କୃଷି ବିଭାଗ ଦ୍ବାରା ଅକ୍ଷୟ ତୃତୀୟା ପାଳନ କରା ଯାଇଛି । ଯେଉଁ ଅଧିକାରୀ ମାନେ , ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଉପସ୍ଥିତ ଚାଷୀ ଙ୍କୁ ଉପହାସ କରିବାକୁ ଟିକେ ମାତ୍ର ସୁଯୋଗ ହାତ ଛଡା କରନ୍ତି ନାହିଁ । କିଛି ସମୟ ପାଇଁ ନିଜେ ଚାଷୀ ହୋଇ ଅଖି ମୁଠି ଧାନ କ୍ଷେତରେ ବୁଣି କିଛି ମିନିଟ ପାଇଁ କ୍ଷେତ ଭିତରେ ପଶି ଅଜଣା ବଳଦ  ସହ ଜଡ଼ିତ ଲଙ୍ଗଳ ଧରି ହଳ କରିବାର ଫାର୍ସ କରନ୍ତି । ଯାହାକି କୃଷି ଭିତ୍ତିକ ଦେଶ ର ସମସ୍ତ ଚାଷୀ , ଅନ୍ନଦାତା, ଙ୍କ ପ୍ରତି ଅପମାନ ଓ ଉପହାସ ଅଟେ । ନିଜ ପେଟ ର ଭୋକ ଓ ରକ୍ତ କୁ ପାଣି କରି ଅମଳ କରୁଥିବା ସମସ୍ତ ସାମଗ୍ରୀ ର ଉଚିତ ମୁଲ୍ୟ ପାଇ ନ ପାରି ରାଜ ରାସ୍ତା ରେ ଆନ୍ଦୋଳନ ଓ ଆନ୍ଦୋଳନ କାରୀ ଙ୍କ ଉପରେ ଗାଡି ମଡେଇ ହତ୍ୟା ଭଳି ବର୍ବର, ଜଘନ୍ୟ ଘଟଣା ଏ ଦେଶ ଦେଖିଛି । ରାଜନୀତିକ ଦଳ ମାନେ କେବଳ କ୍ଷମତାଲୋଭ ଆଶାରେ ଚାଷୀ ଙ୍କ ସହିତ ଛଳନା କରୁଥିବା  ଭଳି ଦୃଶ୍ୟ କେବଳ ପବିତ୍ର ଅକ୍ଷୟ ତୃତୀୟା ଦିନ ରେ ହିଁ ଦେଖିବାକୁ ମିଳିଥାଏ । ଅବଶିଷ୍ଟ 364 ଦିନ ଚାଷୀ ଙ୍କ ଦୁଃଖ ରେ  ନା ଥାଏ ସରକାର ନା କୌଣସି ରାଜନୈତିକ ଦଳ ଓ ନେତା । କେବଳ ବର୍ଷ ତମାମ ଦଲାଲ ସାହାଯ୍ୟ ରେ ଚାଷୀ ଙ୍କ କଷ୍ଟ ଉପାର୍ଜିତ ସାମଗ୍ରୀ ନାମକୁ ମାତ୍ର ଦର ରେ କିଣି ଚାଷୀ ଙ୍କୁ ଲୁଟ କରାଯାଏ । ଏ ଲୁଟ ରେ ଲୁଟେରା ମାନଙ୍କୁ ପରୋକ୍ଷ, ପ୍ରତ୍ୟକ୍ଷ ଭାବରେ ସହଯୋଗ। ସହାୟତା କରନ୍ତି ସରକାର, ସରକାରୀ ବାବୁ,ରାଜନେତା ଓ ରାଜନୈତିକ ଦଳ ର ଚାଷୀ ଙ୍କୁ ଲୁଟେରା ମାନେ । ତଥାପି ଚାଷୀ ଏ ସମସ୍ତ ଦୁଃଖ, ଯନ୍ତ୍ରଣା କୁ ସହି ଯାଇ ଦେଶବାସି ଙ୍କୁ ଅନ୍ନ ଯୋଗାଇଵାରେ ପାତର ଅନ୍ତର କରେ ନାହିଁ । ଏହାହିଁ ମୋ ଦେଶ ର ଚାଷୀକୁଳ ଙ୍କ ମହାନତା ଅଟେ । ଆଜି ଦୁଃଖ ଲାଗେ ଓ ଯନ୍ତ୍ରଣା ଦିଏ ପବିତ୍ର ଅକ୍ଷୟ ତୃତୀୟା ଦିନ ରେ ସମ୍ଭ୍ରାନ୍ତ, ସରକାର, ସରକାରୀବାବୁ, ରାଜନେତା, ରାଜନୈତିକ ଦଳ ଚାଷୀ ଙ୍କ ଭାବନା ସହିତ ଖେଳି, ତାଙ୍କୁ ଅପମାନ, ଅସମ୍ମାନ କରିବା ଓ  ଅସହାୟ ଭାବିବା ।

କାହିଁକି ଏ ଭଳି ଅମାନବିକତା , କପଟତା, କୃତଘ୍ନତା ସହ ତାଛଲ୍ୟ କରିବା  ଭଳି ଜଘନ୍ୟ ଅପରାଧ କରିବା ।

       ଚାଷୀ ଙ୍କୁ ତାର ଅଧିକାର, କଷ୍ଟ ଉପାର୍ଜିତ ସାମଗ୍ରୀ ର ଉଚିତ ମୂଲ୍ୟ ଦେଇ ନ ପାରୁଛ ଚାଷୀ ସହି ଯାଇଛି କିନ୍ତୁ ଅକ୍ଷୟ ତୃତୀୟା ଦିନ  କ୍ଷମତା ର ଦଲାଲ ଗୋଷ୍ଠୀ, ସରକାରୀ ଗୋଲାମ, ଚାଷୀ ଙ୍କ ଲୁଟେରା ଗୋଷ୍ଠୀ ଅତ୍ୟନ୍ତ ପକ୍ଷେ ଚାଷୀକୁଳ  ଙ୍କୁ ଲଜ୍ଜିତ , ଅପମାନ,ଉପହାସ , ଅସମ୍ମାନ ଓ ଛଳନା କରନ୍ତୁ ନାହିଁ ।


ମହମ୍ମଦ ଅଲ୍ଲୀ,

ବରିଷ୍ଠ ସାମ୍ବାଦିକ, 

ମୁଖ୍ୟ ସଂପାଦକ "ତର୍ଜମା"

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe