//BREAKING//
Loading...

କଳାହାଣ୍ଡି ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ

 କଳାହାଣ୍ଡି ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ


ଭବାନୀପାଟଣା : ତା. ୨୩.୦୪.୨୦୨୫ –

( ତର୍ଜମା ବ୍ୟୁରୋ ନ୍ୟୁଜ )

 କଳାହାଣ୍ଡି ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ରବି ଫସଲ ପାଇଁ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ ସମସ୍ତଙ୍କୁ ସ୍ଵାଗତ ଜଣାଇ ଆଗାମୀ ରବି ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ନିଷ୍ପତି କ୍ରମେ ଆସନ୍ତା ମେ ୨୦ ତାରିଖରୁ ଜିଲ୍ଲାର ୧୪୫ ଟି ଧାନ ମଣ୍ଡିରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିପାଇଁ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ୪୮,୮୧୮ ଜଣ ଚାଷୀ ଅନଲାଇନ ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରିଛନ୍ତି । ୬୪ ଟି ପେକ୍ସ ଏବଂ ୨୫ ଟି ସ୍ୱୟଂ ସହାୟକ ଗୋଷ୍ଠୀ ର ମିଳିତ ସହଯୋଗରେ ଏହି ଧାନ ସଂଗ୍ରହ ପ୍ରକ୍ରିୟା କୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ୮୮ ଗୋଟି ମିଲର୍ସ ରବିଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ସମ୍ପୃକ୍ତ ମଣ୍ଡିରୁ ଚାଷୀଙ୍କ ଧାନ ଠିକ ସମୟରେ ଉଠାଣ କରିବା ପାଇଁ ନିର୍ଦ୍ଧାରିତ କରାଯାଇଅଛି । ମିଲର୍ସ ଚାଷୀଙ୍କୁ ଆବଶ୍ୟକ ଗନିବ୍ୟାଗ ଯୋଗାଇ ଦେବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । କମନ ଏଫ.ଏ.କ୍ୟୁ. ଧାନ କ୍ଵିଣ୍ଟାଲ ପିଛା ଟ. ୨,୩୦୦ ଏବଂ ଗ୍ରେଡ ଏ ଏଫ.ଏ.କ୍ୟୁ. ଧାନ କ୍ଵିଣ୍ଟାଲ ପିଛା ଟ. ୨,୩୨୦  ସହିତ ଏମ.ଏସ.ପି. ୮୦୦ ଟଙ୍କା ସର୍ବମୋଟ କ୍ଵିଣ୍ଟାଲ ପିଛା ଚାଷୀ ୩,୧୦୦, ୩,୧୨୦ ଟଙ୍କା ଚାଷୀ ପାଇବେ । ୮୮ ଟି ମିଲର୍ସ ଙ୍କ ମଧ୍ୟରୁ ଉଷୁନା ଚାଉଳ ପାଇଁ ୭୦ ଥିବାବେଳେ ଅରୁଆ ଚାଉଳ ପାଇଁ ୧୮ ଟି ଅଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିଥିବାରୁ ଚାଷୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ମଣ୍ଡିରେ ଆବଶ୍ୟକ ପାନୀୟ ଜଳ, ଓ.ଆର.ଏସ. ପ୍ୟାକେଟ, ଜରୁରୀକାଳୀନ ସେବା ଆବଶ୍ୟକ ସ୍ଥଳେ କୁଳର ର ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଠିକ ସମୟରେ ମଣ୍ଡିରୁ ଚାଷୀଙ୍କ ଧାନ ଉଠାଣ କରିବା ପାଇଁ ସମସ୍ତ ମିଲର୍ସ ଅଧିକ ଯତ୍ନବାନ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପରିଷଦ ସଭାପତୀ ପୁଷ୍ପେଦ୍ର ସିଂଦେଓ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଅନିଲ କୁମାର ନନ୍ଦ, ବିଧାୟକ ସଦର ଙ୍କ ପ୍ରତିନିଧି ଧନୁର୍ଦ୍ଧର ଗହିର, ଉପଜିଲ୍ଲାପାଳ ଧର୍ମଗଡ଼ ଧିମାନ ଚାକମା, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମାଲୟ କୁମାର ପରିଡା, ଡି. ଆର. ସି. ଏସ. ପ୍ରମୋଦ କୁମାର ସାହୁ, ଜିଲ୍ଲା କୃଷକ ସଂଗଠନର ପ୍ରତିନିଧି, ଭାରତ ଖାଦ୍ୟ ଯୋଗାଣ ନିଗମ ଅଧିକାରୀ, ସମସ୍ତ ମିଲର୍ସ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।  ଶେଷରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe