ଗଣ ଦୁଷ୍କର୍ମ ମାମଲା କୁ ନେଇ ରାଜନୀତି ନ ହେଉ । ଗଣ ମାଧ୍ୟମ ପୀଡିତ ବର୍ଗଙ୍କୁ ନ୍ୟାୟ ଯୋଗାଇବା ପାଇଁ ଓ ପୀଡିତ ମାନଙ୍କ ମଧ୍ୟରେ ସାହସ ଯୋଗାଇବା ଓ ଅନ୍ୟାୟ ବିରୁଦ୍ଧ ରେ , ତଥା ନିଜ ପ୍ରତି ହୋଈ ଥିବା ଅତ୍ୟାଚାର ବିରୁଦ୍ଧ ରେ ସଂଗ୍ରାମ ପାଇଁ ମାନସିକ ଭାବେ ଆତ୍ମ ନିର୍ଭର କରିବାରେ ଉଦ୍ୟମ କରିବା ପରିବର୍ତ୍ତେ ନୀରବ ରହି ବିଶ୍ଵାସ ଘାତକତା ର ଜୀବନ୍ତ ଦୃଷ୍ଟାନ୍ତ କିମ୍ବା ଘୃଣିତ ନ ହେଉ । କଳାହାଣ୍ଡି ଜିଲାରେ ଗତ ମାର୍ଚ୍ଚ 26 ତାରିଖ ରାତି ରେ ଜୁନାଗଡ ଥାନା ଅନ୍ତର୍ଗତ ଏକ ଗାଆଁ ରେ ଚାରିଜଣ ମିଶି ଗଣଦୁଷ୍କର୍ମ କରିଥିଲେ । ତାକୁ ଚପେଇ ଦେବା ପାଇଁ ସମସ୍ତ ଉଦ୍ୟମ ହୋଈ ଥିଲା । କିନ୍ତୁ କିଛି ଗଣମାଧ୍ୟମ
ଜରିଆରେ ଏପ୍ରିଲ 6 ତାରିଖ ଖବର ପ୍ରସାରଣ ପରେ ଜିଲ୍ଲା ଏସପି ଙ୍କ ଉଦ୍ୟମ କ୍ରମେ 12 ଘଣ୍ଟା ଭିତରେ ଫେରାର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ କୁ ଯେଉଁ ମାନେ ଏହି ପରି ଘଟଣା ଘଟିବା ପରେ ରାଜନୀତି ସ୍ୱାର୍ଥ ପାଇଁ ଗଣ ମାଧ୍ୟମ ଜରିଆରେ କୁମ୍ଭୀର କାନ୍ଦଣା କାନ୍ଦନ୍ତି ସମସ୍ତ ଙ୍କ ପାଟି ରେ ମଣ୍ଡା ପିଠା । ଆହୁରି ଅନେକ ପୀଡା ଦାୟକ ଘଟଣା ଦଳ ମତ ନିର୍ବୀଶେଷ କୌଣସି ସ୍ଥାନୀୟ ଲୋକ ପ୍ରତିନିଧି, ରାଜନେତା, ସମାଜ ସେବୀ, ଆଜି ପର୍ଯ୍ୟନ୍ତ ପୀଡ଼ିତା ଙ୍କୁ ସମବେଦନା କିମ୍ବା ତାଙ୍କ ପାରିବାରିକ ଆର୍ଥିକ ସ୍ଥିତି, ମାନସିକ ସ୍ଥିତି କିମ୍ବା ଚିକିତ୍ସା ପାଇଁ କେତେ ଦୂର ସକ୍ଷମ କେହି ହେଲେ ଉଦ୍ୟମ କରି ନାହାନ୍ତି । ଦୁଃଖ ଲାଗେ ଯେଉଁ ମାନେ ଲୋକ ଙ୍କ ଓ ନିଜ ଅଞ୍ଚଳ ର ଲୋକଙ୍କ ସୁବିଧା ଅସୁବିଧା ସମୟରେ ଓ ଅଞ୍ଚଳ ର ବିକାଶ ପାଇଁ ଶପଥ ନେଇ ଭୋଟ ଭିକ୍ଷା ମାଗି ପାଞ୍ଚ ବର୍ଷ ପାଇଁ ନିଜ ଅଞ୍ଚଳ ର ମୁଖିଆ ହେଇ ଥାନ୍ତି ସେମାନେ ଆଜି ନୀରବ । ଅସହାୟ ଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଯେଉଁ ସରକାରୀ ତନ୍ତ୍ର ଲୋକଙ୍କ ଟ୍ୟାକ୍ସ ରେ ଦରମା ନେଉଛନ୍ତି ସେମାନେ ମଧ୍ଯ ପକ୍ଷାଘାତ ରୋଗରେ ପୀଡିତ ।
ଏଇ କିଛିଦିନ ପୂର୍ବରୁ ଲାଞ୍ଜିଗଡ, ମୁନିଗୁଡ଼ା ସୀମା ସ୍ଥିତ ଏକ ହାଇସ୍କୁଲ ର ନବମ ଶ୍ରେଣୀ ଛାତ୍ରୀ ଙ୍କ ପ୍ରତି ସେହି ସ୍କୁଲ ର ଶିକ୍ଷକ ଅନୈତିକ ସମ୍ପର୍କ ରଖିବା ଭଳି ଏକ ଜଘନ୍ୟ ମାମଲା କୁ ସ୍ଥାନୀୟ ଅଞ୍ଚଳ ରେ ପୀଡ଼ିତା ଙ୍କୁ ନ୍ୟାୟ ନ ମିଳିବାରୁ ପୀଡ଼ିତା ଜଣକ ଭୁବନେଶ୍ୱର ଯାଇ ମାନବିକତା ଅଧିକାର ଆୟୋଗ ରେ ଅଭିଯୋଗ କରି ଥିଲେ । ଘଟଣା କୁ ଗୁରୁତ୍ଵ ଦେଇ ନାବାଳିକା ପୀଡ଼ିତା ଙ୍କୁ ନ୍ୟାୟ ଦେବାପାଇଁ ହୁବନେଶ୍ୱର୍ ରେ ଜିରୋ ଏତେଲା ଥାନା ରେ ଦେଇଥିଲେ । ଫଳରେ ପୀଡ଼ିତା ଙ୍କ ନିଜ ଥାନା ଅଞ୍ଚଳ ର ପୋଲିସ ଅଭିଯୁକ୍ତ ଶିକ୍ଷକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । କିନ୍ତୁ ରାଜନେତା, ରାଜନୈତିକ ଦଳ, ତଥା କଥିତ ସମାଜ ସେବୀ , ପ୍ରଶାସନ ସମସ୍ତେ ନୀରବ । ସତେ ଯେମିତି କିଛି ଘଟି ନାହି କିମ୍ବା ଘଟଣା ର କୌଣସି ଗୁରୁତ୍ଵ ନାହିଁ ।
ଅନ୍ୟ ଜିଲ୍ଲା ମାନଙ୍କ ରେ ଚା କପ୍ ରେ ଝଡ ସୃଷ୍ଟି କରିବା ପାଇଁ ପୀଡ଼ିତା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏତେ ନାଟକ ବାଜି କରୁଛନ୍ତି ଯେ , ସ୍ଵୟଂ ସୈତାନ୍ ମଧ୍ଯ ଲାଜ୍ ରେ ମୁଁହ ଲୁଚେଇ ପଳେଇବ । ଆଜି ବି ସମୟ ଅଛି , ସ୍ଥାନୀୟ ନେତା, ରାଜନୀତିକ ଦଳ, ଜିଲ୍ଲା, ରାଜ୍ୟ ନେତା ଗଣ, ନିର୍ବାଚିତ ଜନ ପ୍ରତିନିଧି ବୃନ୍ଦ ଗଣ ଙ୍କ ବିରୁଦ୍ଧରେ ହେଉ ଥିବା ଅତ୍ୟାଚାର ରେ ନ୍ୟାୟ ପ୍ରଦାନ ପାଇଁ ସରକାର ଓ ତନ୍ତ୍ର ଜରିଆରେ ଉଦ୍ୟମ ଓ ସହାୟତା ଯୋଗାଇ ଦେବା ପାଇଁ ନିଜ ସହକର୍ମୀ, ସହଯୋଗୀ ମାନଙ୍କ ସହ ମିଶି ମିଳିତ ଉଦ୍ୟମ କରନ୍ତୃ । ନଚେତ ଇତିହାସ ର କଳଙ୍କିତ ଅଧ୍ୟାୟ ରେ ଏ ସବୁ ପ୍ରସଙ୍ଗ ସ୍ଥାନ ପାଇ ଆମ ଉତ୍ତର ପିଢ଼ି ଛଳନା ପୂର୍ଣ୍ଣ ଦାୟୀତ୍ବ ବାନ ଙ୍କୁ ଘୃଣା କରିବେ ।
ମହମ୍ମଦ ଅଲ୍ଲୀ ଖାଁ,
ମୁଖ୍ୟ ସମ୍ପାଦକ, ବରିଷ୍ଠ ସାମ୍ବାଦିକ, 'ତର୍ଜମା "
Post a Comment