//BREAKING//
Loading...

ଧର୍ମଗଡ ଉପ ଜିଲ୍ଲାପାଳ ଭିଜିଲାନ୍ସ ଗିରଫ ଘଟଣା : ଜୁନାଗଡ ଲିଙ୍କ ସନ୍ଦେହ, ମାଷ୍ଟର ମାଇଣ୍ଡ କେଉଁ ମାନେ ? ତଦନ୍ତ ସାପେକ୍ଷ

 


କଳାହାଣ୍ଡି :---( ତର୍ଜମା ବ୍ୟୁରୋ ନ୍ୟୁଜ ) ତା :-୧୩-୬-୨୦୧୫କଳାହାଣ୍ଡି ଜିଲ୍ଲା ସବୁବେଳେ ସମଗ୍ର ଦେଶରେ ଚର୍ଚ୍ଚା ରେ ରହିଆସିଛି । ଜଣେ ଯୁବ ଆଇ ଏ ଏସ ଭିଜିଲାନ୍ସ ଦ୍ବାରା ଗିରଫ ହେବା ଘଟଣା ଏବଂ ସରକାରୀ କ୍ଵାଟର ରୁ ଲକ୍ଷ ଲକ୍ଷ ଟଙ୍କା ବାହାରିବା ଘଟଣା ସମଗ୍ର ରାଜ୍ୟରେ ଚହଳ ପକାଇ ଦେଇଛି । ଏହି ଘଟଣା ସମ୍ପର୍କରେ ଅଭିଯୋଗକାରୀ ସମ୍ପୃକ୍ତ କ୍ରସର ମାଲିକ ଙ୍କୁ ଭିଜିଲାନ୍ସ ବିଭାଗ ସାମନାକୁ ଆଣୁ ନ ଥିବା ବେଳେ ଗଣମାଧ୍ୟମ ଆଗରେ ନିଜେ ଉପସ୍ଥାପନ କରିବା ପରେ ଘଟଣା ଟି ଦୀର୍ଘ ଦିନର ଯୋଜନା ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ର ଜୟପାଟଣା ବ୍ଲକ ଅଧିନସ୍ଥ ଆମଯୋର ପଥର ଖଦାନ ରୁ ମାତ୍ରାଧିକ ପଥର ଉତ୍ତୋଳନ କରିଥିବା ଅଭିଯୋଗ ହେବା ପରେ ଗତ 29.03.025 ରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ 1 କୋଟି 60 ଲକ୍ଷ 65 ହଜାର ଟଙ୍କା ଫାଇନ ଦେବାକୁ ଖଣି ବିଭାଗ ପକ୍ଷରୁ ଦାବି କରାଯାଇଥିଲା । ସେହିପରି ଜୁନାଗଡ ବ୍ଲକ ଅଧିନସ୍ଥ କଲୋପଳା ଠାରେ ଥିବା ପିଚୁ ପ୍ଳାଣ୍ଟ ରେ ମାତ୍ରାଧିକ ପଥର ସାମଗ୍ରୀ ରଖିଥିବା ଅଭିଯୋଗ ହେବା ପରେ ଗତ 19.04.2025 ରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ 13 ଲକ୍ଷ 21 ହଜାର ଟଙ୍କା ଫାଇନ ଦେବାକୁ ଦାବି କରାଯାଇଥିଲା । ଏହି ଘଟଣା ର ଦୀର୍ଘ ଦିନ ପରେ ଗତ ମଇ ମାସ 8 ତାରିଖ ଦିନ ଉପ ଜିଲ୍ଲାପାଳ ଙ୍କୁ ଦଶ ଲକ୍ଷ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ଭୁବନେଶ୍ବର ରୁ ଆସିଥିବା ସାକ୍ଷ୍ୟ ଙ୍କ ଉପସ୍ଥିତିରେ ଚଢାଉ କରିଥିବାର ଜଣାପଡିଛି । ଉପ ଜିଲାପାଳ ଦୁର୍ନୀତି କଲେ ଧରାପଡ଼ିଲେ ଜେଲ ଗଲେ ତାହା ତ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ କିନ୍ତୁ ଅଭିଯୋଗକାରୀ ଙ୍କୁ ଘଣ୍ଟ ଘୋଡାଇବା ଘଟଣା ସାଧାରଣରେ ସହଜରେ ଗ୍ରହଣୀୟ ହୋଇ ପାରୁ ନାହି ଓ ବିଭିନ୍ନ ଆଲୋଚନା ହେଉଥିବା ଶୁଣା ଯାଉଛି । 

ଅନ୍ୟପକ୍ଷରେ ଅଭିଯୋଗକାରୀଙ୍କୁ ଖଣି ବିଭାଗ ପକ୍ଷରୁ ସାତ ଦିନ ମଧ୍ୟରେ ଫାଇନ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇ ଥିବା ବେଳେ ଅଦ୍ୟାବଧି ତାହା କାର୍ଯ୍ୟକାରୀ କରାଯାଉନାହି । ଆମଯୋର ପଥର ଖଦାନ ରୁ କେତେ ପରିମାଣ ପଥର ଉତ୍ତୋଳନ କରିବା ପାଇଁ ଅନୁମତି ଦିଆଯାଇଥିଲା ଓ କେତେ ପରିମାଣ ପଥର ଉତ୍ତୋଳନ କରାଯାଇଛି, କେତେ ପରିମାଣ ରେଲୱେ କୁ ଯାଇଛି ଇତ୍ୟାଦି ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସେଥିରେ ଆଉ କେଉଁ ମାନେ ସଂଶ୍ଳିଷ୍ଟ ଅଛନ୍ତି ସବୁ ତଥ୍ୟ ପଦାକୁ ଆସି ପାରିବ ବୋଲି ଆଲୋଚନା ହେଉଛି । ସେହିପରି ପିଚୁ ପ୍ଳାଣ୍ଟ ରେ କେଉଠାରୁ ପଥର ସାମଗ୍ରୀ ଆସିଥିଲା ତାହା ମଧ୍ୟ ତଦନ୍ତ ହେବା ଆବଶ୍ୟକ ରହିଛି । 

ଏତେ ସବୁ ବେଆଇନ ପଥର ଉତ୍ତୋଳନ କାର୍ଯ୍ୟ ଦିନେ କି ଦୁଇଦିନ ମଧ୍ୟରେ କଦାପି ସମ୍ଭାବପର ହୋଇ ନ ଥିବା ବେଳେ ମାତ୍ରାଧିକ ପଥର ଉତ୍ତୋଳନ ପର୍ଯ୍ୟନ୍ତ ଖଣି ବିଭାଗ ଅଧିକାରୀ ମାନେ ଜାଣି ପାରିଲେ ନାହି କିପରି ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରେ । 

ଅନ୍ୟପକ୍ଷରେ ସମ୍ପୃକ୍ତ ଅଭିଯୋଗକାରୀଙ୍କ କଲୋପଲା ପଥର ଖଦାନ ରୁ ମାତ୍ରାଧିକ ପଥର ଉତ୍ତୋଳନ ସମ୍ପର୍କରେ ମଧ୍ୟ ଭିଜିଲାନ୍ସ ତଦନ୍ତ ଚାଲିଥିବା ବେଳେ ଜୁନାଗଡ ରେ ଥିବା ତତ୍କାଳୀନ ତହସିଲଦାର ଙ୍କ ଦ୍ବାରା ଆହେତୁକ ଅନୁକମ୍ପା ପାଇଥିବା ହେତୁ ସମ୍ପୃକ୍ତ ତହସିଲଦାର ମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଥିବା ଜଣାପଡିଛି । ସେହିପରି ଲାଞ୍ଜିଗଡ ଠାରେ ଥିବା କ୍ରସର ଏବଂ ନବରଙ୍ଗପୁର ଠାରେ ଥିବା କ୍ରସର ମଧ୍ୟ ବିଭିନ୍ନ କାରଣରୁ ବନ୍ଦ ହୋଇପଡ଼ିଥିବା ଜଣାପଡିଛି । 

         ଏହିସବୁ ଘଟଣାରୁ ସମ୍ପୃକ୍ତ ଅଭିଯୋଗକାରୀ ଭିଜିଲାନ୍ସ ଏବଂ ରାଜସ୍ବ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଆସିଥିବା ସହଜରେ ଅନୁମେୟ । ଏହା ବ୍ୟତୀତ ଜୁନାଗଡ ତହସିଲ ଅଧିନସ୍ଥ ଜାତୀୟ ରାଜପଥ-26 ପାର୍ଶ୍ବରେ ସରକାରୀ ରାସ୍ତା 5 ଡିସମିଲ ଓ ଦଳିତ ଜମି 14 ଡ଼ିସମିଳ ଜମି କୁ ଜବରଦଖଲ କରି ଏକ ହୋଟେଲ ନିର୍ମାଣ କରାଯାଇଥିବା ଏବଂ ବାଙ୍କପଲାଶ ମୌଜାରେ ଥିବା ସରକାରୀ ଜମି କୁ ଜବରଦଖଲ କରି କୁକୁଡ଼ା ମଳ ପକାଉଥିବା ସମ୍ପର୍କରେ ବିଷୟ ଜୁନାଗଡ ତହସିଲଦାର ପତ୍ର ସଂଖ୍ୟା 1124 ତା 18.02.2025 ଯୋଗେ ଧର୍ମଗଡ ଉପଜିଳ୍ଲାପାଳ ଙ୍କୁ ଜଣାଇଥିବା ବେଳେ ଧର୍ମଗଡ ଉପଜିଳ୍ଲାପାଳ ନୀରବ ରହୁଥିବା ସନ୍ଦେହ ସୃଷ୍ଟି କରୁଛି । ସେହିପରି ଜୁନାଗଡ ଆର ଏମ ସି ରେ ହୋଇଥିବା କଳାକାରନାମା ସମ୍ପର୍କରେ ଅଧ୍ୟକ୍ଷ ଥିବା ଧର୍ମଗଡ ଉପଜିଳ୍ଲାପାଳ ଏବଂ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ପ୍ରମାଣ ସହ ଅଭିଯୋଗ ହୋଇଥିଲେ ହେଁ ତାହା ମଧ୍ୟ ପଡିରହିଛି । 

         ଅନ୍ୟପକ୍ଷରେ ଜୁନାଗଡସ୍ଥ ଉକ୍ତ ହୋଟେଲ ରେ ଅଭିଯୋଗକାରୀ ଙ୍କ ସମେତ ଜମି ଦଲାଲ,ଖଣି ଦଲାଲ, ବାଳି ମାଫିଆ, ଜମି ମଫିଆ ମାନଙ୍କର ଗୁପ୍ତ ମନ୍ତ୍ରଣା ହେବା ପରେ ପ୍ରଥମେ ଧର୍ମଗଡ ଉପଜିଳ୍ଲାପାଳ ଙ୍କୁ ବଦଳି କରାଇ ଦେଇ ସେହି ସ୍ଥାନରେ ଜୁନାଗଡ ଓ ପରେ ଭବାନୀପାଟଣା ଠାରେ ତହସିଲଦାର ଭାବେ ଅବସ୍ଥାପିତ ହୋଇଥିବା ଜନୈକ OAS ଅଧିକାରୀଙ୍କୁ ଧର୍ମଗଡ ଉପଜିଳ୍ଲାପାଳ ଭାବେ ଅବସ୍ଥାପିତ କରିବାକୁ ରାଜ୍ୟ ସଚିବାଲୟ ରେ ଚେଷ୍ଟା କରି ଅସଫଳ ହେବା ପରେ ପୋଲିସ ବିଭାଗ ର ଜୈନିକ ଡ଼ି ଏସ ପି ସ୍ତରର ଅଧିକାରୀଙ୍କ ମନ୍ତ୍ରଣା ରେ ଭିଜିଲାନ୍ସ ଟ୍ରାପ କରିବାର ଯୋଜନା କରିଥିବା ଆଲୋଚନା ହେଉଛି । ଏଠାରେ ସୂଚନା ଯୋଗ୍ୟ ଯେ, ସଂପୃକ୍ତ ପୋଲିସ ଡିଏସପି ଚାକିରି ଆରମ୍ଭରେ ଅନେକ ଅପରାଧୀକ ମାମଲା ରେ ଗିରଫ ହୋଇ ଜେଲ ହାଜତ କୁ ମଧ୍ୟ ଯାଇ ଥିବା ସୁଚନା ରହିଛି ।ଭିଜିଲାନ୍ସ ଟ୍ରାପ ହେବା ପୂର୍ବରୁ ଜମି ଦଲାଲ, ଖଣି ଦଲାଲ, ବାଳି ମାଫିଆ, ଜମି ମାଫିଆ ମାନେ ତାଙ୍କୁ ମାସିକ କିଛି ଟଙ୍କା ମଧ୍ୟ ଦେଉ ଥିବାର ମଧ୍ୟ ଆଲୋଚନା ହେଉଛି । ଏହା ଯଦିଓ ସତ୍ୟ ହୋଇଥାଏ ତେବେ ଉକ୍ତ ଘଟଣା ରେ ଜୁନାଗଡ ଲିଙ୍କ କୁ ଅଣଦେଖା କରାଯାଇ ପାରିବ ନାହିଁ ।

      ତେବେ ଏହି ଘଟଣା ପଛରେ ଥିବା ମାଷ୍ଟର ମାଇଣ୍ଡ ମାନଙ୍କ ସଂପର୍କରେ ତଦନ୍ତ ହେଲେ ଅନେକ ରହସ୍ୟ ପଦାକୁ ଆସିବ ।


       ତର୍ଜମା ବ୍ୟୁରୋ ନ୍ୟୁଜ, କଳାହାଣ୍ଡି,

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe