//BREAKING//
Loading...

ଜୟପାଟଣା ବିସ୍ଫୋରକ ଜବତ ଘଟଣା : ଫେରାର ଅଭିଯୁକ୍ତ ବିକ୍ରମ ଗୁପ୍ତା ଗିରଫ, ତଦନ୍ତ ଜାରୀ !!!

ଜୟପାଟଣା ବିସ୍ଫୋରକ ଜବତ ଘଟଣା : ଫେରାର ଅଭିଯୁକ୍ତ ବିକ୍ରମ ଗୁପ୍ତା ଗିରଫ, ତଦନ୍ତ ଜାରୀ !!!


ଜୁନାଗଡ:--- (ତର୍ଜମା ବ୍ୟୁରୋ ନ୍ୟୂଜ )

 କଳାହାଣ୍ଡି ଜିଲ୍ଲା ଜୟପଟଣା ଥାନା ଅଧିନସ୍ଥ ଯମଚୁଆଁ-ଲାଖବାହାଳି ଷ୍ଟୋନ କ୍ରସର ରେ ସାଢେ ଛଅ ଟନ ବିସ୍ଫୋରକ ସାମଗ୍ରୀ ଓ 115 ଡିଟୋନେଟର ଜବତ ଘଟଣା ରେ ଜୟପାଟଣା ପୋଲିସ ଲିଜଧାରୀ ବ୍ୟବସାୟୀ ବିକ୍ରମ ଗୁପ୍ତା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଚଳିତ 2025 ମଇ ମାସ 4 ତାରିଖ ଦିନ ଦୁଇଟି ଗାଡିରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରୁ ସାଢେ ଛଅ ଟନ ବିସ୍ଫୋରକ ସାମଗ୍ରୀ ଓ 115 ଡିଟୋନେଟର ଜୟପଟଣା ଥାନା ଅଧିନସ୍ଥ ଯମଚୁଆଁ-ଲାଖବାହାଳି ଷ୍ଟୋନ କ୍ରସର ରେ ଥିବାର ଖବର ପାଇ ଜୟପାଟଣା ପୋଲିସ ସେସବୁକୁ ଜବତ କରି OMMC rule 50(I) ସହିତ ବିସ୍ଫୋରକ ଆଇନ ଧାରା 4 ଓ 5 ଅନୁସାରେ ଜୟପାଟଣା ଥାନା କେଶ ନମ୍ବର 132/2025 ରେ ଏକ କେଶ ରୁଜ୍ଜୁ କରି ଗତ 5 ତାରିଖ ଦିନ ଦୁଇ ଗାଡିର ଡ୍ରାଇଭର ଧରମୁ ପୋଢ ଓ ରାଜରାମ କେତକୀ, କ୍ରସର ସୁପରଭାଇଜର ଜଗନ୍ନାଥ ତିୱାରୀ ଏବଂ କଣ୍ଟାବାଞ୍ଜି ର ବିସ୍ଫୋରକ ବିଷାରଦ ଅରୁଣ କୁମାର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଉକ୍ତ କ୍ରସର ଲିଜ ଧାରୀ ପ୍ରଖ୍ୟାତ ବ୍ୟବସାୟୀ ବିକ୍ରମ ଗୁପ୍ତା ଫରାର ହୋଇଯାଇଥିଲେ । ବିକ୍ରମ ଗୁପ୍ତା ଙ୍କ ଜୁନାଗଡ ଠାରେ ଥିବା ଦ୍ବିତଳ ପ୍ରାସାଦ ସମେତ ବିକ୍ରମ ଗୁପ୍ତା ଙ୍କ ବ୍ୟବସାୟ ସହଯୋଗୀ ଜୁନାଗଡ ର ଜଣେ ପ୍ରଖ୍ୟାତ କପଡ଼ା ବ୍ୟବସାୟୀ ଏବଂ ଆଉ ଜଣେ ସଡୁ ବେପାର କରୁଥିବା ମିଲ ମାଲିକ ଘରେ ପୋଲିସ ଖାନ ତଲାଶ କରି ବିକ୍ରମ କୁ ଖୋଜିଥିଲେ ହେଁ ପାଇ ନ ଥିବା ବେଳେ କଳାହାଣ୍ଡି ଏସପି  ଙ୍କ ତତ୍ୱାବଧାନ ରେ ପୋଲିସ ର ଏକ ସ୍ବତନ୍ତ୍ର ଦଳ ବିଶାଖାପାଟଣା ଠାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।  




      ବିକ୍ରମ ଗୁପ୍ତା ର ସହଯୋଗୀ ଜୁନାଗଡ ର ଏହି ପ୍ରଖ୍ୟାତ କପଡ଼ା ବ୍ୟବସାୟୀ ଗୋଟିଏ ପରେ ଗୋଟିଏ କପଡ଼ା ଦୋକାନ ଏବଂ ହୋଟେଲ କରି ଚାଲିଥିବା ବେଳେ ବିକ୍ରମ ଗୁପ୍ତା ଜୁନାଗଡ ଠାରେ ଦ୍ବିତଳ ପ୍ରାସାଦ ନିର୍ମାଣ କରିଥିବା ବେଳେ ସବୁ ବେପାର କରୁଥିବା ମିଲ ମାଲିକ ମଧ୍ୟ କିଛି ମାସ ତଳେ କ୍ରସର ଓ ପଥର ଖଣି ବେପାର କରୁଥିବା ଚର୍ଚ୍ଚା ହେଉଛି । ଏହା ଯଦିଓ ସତ୍ୟ ହୋଇଥାଏ ତେବେ ଅନୁସନ୍ଧାନ କଲେ ବହୁ ଗୋପନୀୟ ତଥ୍ୟ ସାମନାକୁ ଆସି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏହା ବ୍ୟତୀତ କିଛି ବର୍ଷ ତଳେ ଜୟପାଟଣା ଥାନା ଅଞ୍ଚଳରେ ଥିବା ଭୁରସିଗୁଡା ଲାଣ୍ଡିମୁଣ୍ଡୀ ପାହାଡ ରେ ପ୍ରଚଣ୍ଡ ବିସ୍ଫୋରଣ ହେବା ଘଟଣା ର କେଶ ରୁଜ୍ଜୁ ହେବା ପରେ ହାଇକୋର୍ଟ ଜାମିନ ରେ ଅଭିଯୁକ୍ତ ମାନେ ବାହାରେ ଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଜିଲ୍ଲା ର ବହୁ ବଡ ବଡ ପାହାଡ ଗୁଡିକ ମଧ୍ୟରୁ ପଥର କାଟି ବାହାର କରିଦେଇଥିବା ଦେଖା ଯାଉଥିବା ବେଳେ ଏହି ପଥର ଚୋରା ତସ୍କର ମାନେ କିଭଳି ଭାବେ ପାହାଡ ର ପଥର କାଟୁଛନ୍ତି ତାହା ଅଦ୍ୟାବଧି ତଦନ୍ତ ହୋଇପାରି ନାହି । ସେ ସବୁର ଏକ ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ ହେଲେ ବହୁ ଗୋପନୀୟ ତଥ୍ୟ ସାମନାକୁ ଆସି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe