//BREAKING//
Loading...

ଜୁନାଗଡ ତହସିଲଦାରଙ୍କ ବଦଳି;ଜବର ଦଖଲ କେଶ ବାଟବଣା-- ପ୍ରଶାସନ ନୀରବ



ଜୁନାଗଡ :-( ତର୍ଜମା ବ୍ୟୁରୋ ନ୍ୟୂଜ).  ତା17.06.2025 କଳାହାଣ୍ଡି ଜିଲ୍ଲାର ସର୍ବ ପୁରାତନ ସହର ଭାବରେ ଜୁନାଗଡ ସହର ସମଗ୍ର ରାଜ୍ୟରେ ଚର୍ଚ୍ଚିତ ରହିଆସିଛି । ଅତୀତରେ ଜୁନାଗଡ ସହର ର ମୁଖ୍ୟ ରାସ୍ତା ର ଓସାରିକରଣ ଓ ରାସ୍ତା ପାର୍ଶ୍ବ ଅନାବଶ୍ୟକ ଗଛ କାଟିବା ଯୋଜନା ହେବା ପରେ ପରେ ତତ୍କାଳୀନ ଉପଜିଲ୍ଲାପାଳ ଙ୍କ ସମେତ ତହସିଲଦାର ଙ୍କ ବଦଳି ହୋଇଥିବା ଚର୍ଚ୍ଚା ହୋଇଥିଲା । 

ସମ୍ପ୍ରତି ଜୁନାଗଡ ସହର ର ମୁଖ୍ୟ ଜାତୀୟ ରାଜ ପଥ ପାର୍ଶ୍ବରେ ପ୍ଳଟ ନମ୍ବର 1009 ଉପରେ ଥିବା Ac.0.05 ( ପାଞ୍ଚ ) ଡିସମିଲ ଜମି ଏବଂ ଜନୈକ ଦଳିତ ବ୍ୟକ୍ତିଙ୍କ ପ୍ଳଟ ନମ୍ବର 997 ଉପରେ ଥିବା Ac.0.14 (ଚଉଦ) ଡିସମିଲ ଜମି କୁ ଜବର ଦଖଲ ହୋଇଥିବା ଅଭିଯୋଗ ହେବା ପରେ ଜୁନାଗଡ ତହସିଲଦାର ସୁରମୀ ସୋରେନ OAS ଙ୍କ ନିର୍ଦ୍ଦେଶ ରେ ତଦନ୍ତ କରାଯାଇ ସହର ର ବିଶିଷ୍ଟ ଭାଙ୍ଗ ବ୍ୟବସାୟୀ ସନ୍ତୋଷ କୁମାର ସାହୁ ଉକ୍ତ Ac.0.19 ଡିସମିଲ ଜମି କୁ ଜବର ଦଖଲ କରି ଆଳିଶାନ ହୋଟେଲ ନିର୍ମାଣ କରିଥିବା ବିଷୟ ଖୋଦ ଜୁନାଗଡ ତହସିଲଦାର ତଦନ୍ତ କରି ପତ୍ର ସଂଖ୍ୟା 1075 ତା 23.08.2024 ଏବଂ 1124 ତା 18. 02.2025 ଯୋଗେ ଜଣାଇଛନ୍ତି । 


ସୂଚନା ଯୋଗ୍ୟ ଯେ, ବିଗତ ସରକାର ଅମଳରେ ଏହି ହୋଟେଲ ରେ ବହୁ ଗୁରୁତ୍ବପୂର୍ଣ୍ଣ ବୈଠକ ହେଉଥିବାର ଦେଖାଯାଉଥିଲା । ସରକାର ବଦଳିବା ପରେ ମଧ୍ୟସ୍ଥି ମାଧ୍ୟମରେ ବର୍ତ୍ତମାନ ର ସରକାରୀ ଦଳରେ ମଧ୍ୟ ଏହି ହୋଟେଲ ର ଆଧିପତ୍ୟ ବିସ୍ତାର ଅନୁମାନ କରାଯାଉଛି । 

ନିକଟ ଅତୀତରେ ଘଟିଥିବା ଭିଜିଲାନ୍ସ କେଶ ସମ୍ପର୍କରେ ଏହି ହୋଟେଲ ଭିତରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୃତ ହୋଇଥିବା ଅଲୋଚନା ହେଉଛି । ଏହା ଯଦି ସତ୍ୟ ହୋଇଥାଏ ତେବେ ଉପଜିଲ୍ଲାପାଳ ଙ୍କ କ୍ଵାଟର ରୁ ଜବତ ହୋଇଥିବା ଟଙ୍କା ମଧ୍ୟରୁ କିଛି ଅଂଶ ହୁଏତ ଜୁନାଗଡ ସହ ସଂଶ୍ଳିଷ୍ଟ ଥିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । 

ସମ୍ପୃକ୍ତ ହୋଟେଲ ପକ୍ଷରୁ ଜବର ଦଖଲ ସମ୍ପର୍କରେ ଜୁନାଗଡ ତହସିଲଦାର ସୁରମୀ ସୋରେନ OAS ଏକ encroachment case bearing No. 1033/24 କରିଥିବା ଉକ୍ତ ପତ୍ର ଯୋଗେ ଜଣାଇଥିବା ବେଳେ ଏହି encroachment case ର କୌଣସି ଅଗ୍ରଗତି ହୋଇ ପାରୁ ନ ଥିବାର ଜଣାପଡିଛି । ଜୁନାଗଡ ତହସିଲଦାର କେବଳ encroachment case କରିଦେଇ ଦୀର୍ଘ ଦିନ ହେବ ଚୁପ ରହିଥିବା ବେଳେ ସମ୍ପ୍ରତି ତାଙ୍କର ବଦଳି ହୋଇଯାଇଥିବା ଜଣାପଡିଛି । 


ଉପଜିଲ୍ଲାପାଳ ଙ୍କ ଭିଜିଲାନ୍ସ କେଶ ଏବଂ ଜୁନାଗଡ ତହସିଲଦାର ଙ୍କ ବଦଳି ହେବା ପରେ ଉକ୍ତ encroachment case No. 1033/24 ର ସ୍ଥିତି କିପରି ରହିବ ତାହା ସନ୍ଦେହଜନକ ମନେ ହେଉଛି । 

ଅତୀତରେ ଜୁନାଗଡ ତହସିଲ ଅଫିସରେ ରେକର୍ଡ ପତ୍ର ପୁନଃ ଲିଖନ ପ୍ରକ୍ରିୟା ରେ ବ୍ୟାପକ ହେରାଫେରି ହୋଇଥିବା ଅଭିଯୋଗ ହେଉଥିଲା । ଏହା ଯଦି ସତ୍ୟ ହୋଇଥାଏ ତେବେ ମେପ ରେ ମଧ୍ୟ ଅଦଳ ବଦଳ କରି ଦିଆ ଯାଇ ଏହି encroachment case No. 1033/24 ରଫା ଦଫା ହେବାର ସମ୍ଭାବନା କୁ ଏଡାଇ ଦିଆଯାଇ ନ ପାରେ । 

ପ୍ରତିପତ୍ତିଶାଳି ହୋଟେଲ ମାଲିକ ଯଦିଓ ମୁଖ୍ୟ ରାସ୍ତା ପାର୍ଶ୍ବରେ ଜବର ଦଖଲ କରି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରୁ ନାହି ଏବଂ ତଦନ୍ତ କରିଥିବା ତହସିଲଦାର ଙ୍କ ବଦଳି ହୋଇଯାଉଛି, ତେବେ ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ଦେବାରେ ପ୍ରଶାସନ କେତେ ସଫଳ ହେବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe