ତର୍ଜମା ନ୍ୟୁଜ ବ୍ୟୁରୋ କଳାହାଣ୍ଡି, 16.06.2025 କଳାହାଣ୍ଡି ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଅଙ୍ଗନୱାଡି କର୍ମୀ ମାନଙ୍କ ଗ୍ରେଡେସନ ତାଲିକା ରେ ସଠିକ ତଥ୍ୟ ଉପସ୍ଥାପନ କରା ନ ଯାଇ ପ୍ରିୟାପ୍ରୀତି ତୋଷଣ କାରବାର ମାଧ୍ୟମରେ ଉଦ୍ଦେଶ୍ୟ ମୂଳକ ଭାବେ କନିଷ୍ଠ ମାନଙ୍କୁ ବରିଷ୍ଠତା ଦର୍ଶାଇ ଦେଇ ସୁପରଭାଇଜର ଭାବେ 2016 ରେ 28 ଜଣଙ୍କୁ ପ୍ରମୋଶନ ଦିଆଯାଇଥିବା ଜଣାପଡିଛି । କଳାହାଣ୍ଡି DSWO ଙ୍କ କାର୍ଯ୍ୟାଳୟରେ 2016 ମସିହାରେ ପ୍ରସ୍ତୃତ କରାଯାଇଥିବା ଗ୍ରେଡେସନ ତାଲିକା ରେ ଥିବା ଏକ ନମ୍ବର ଅଙ୍ଗନୱାଡି କର୍ମୀ 1986 ମସିହାରେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ 2021 ମସିହାରେ ଗ୍ରେଡେସନ ତାଲିକା ରେ 1981 ମସିହାରେ କାର୍ଯ୍ୟରେ ଯୋଗ ଦେଇଥିବା କର୍ମୀଙ୍କୁ ଏକ ନମ୍ବର ରେ ରଖାଯାଇଛି । 2016 ମସିହା ପୂର୍ବରୁ ମାଟ୍ରିକ ପାଶ କରିଥିବା ଏବଂ 1986 ମସିହା ପୂର୍ବରୁ କାର୍ଯ୍ୟରେ ଯୋଗ ଦେଇଥିବା କର୍ମୀ ମାନଙ୍କୁ 2021 ମସିହାରେ 1 ନମ୍ବର ରୁ 8 ଏବଂ 10 ନମ୍ବର ରେ ତାଲିକା ଭୁକ୍ତ କରାଯାଇଛି । ମାଟ୍ରିକ ପାଶ କରି ଅନ୍ୟୁନ ଦଶ ବର୍ଷ ଅଙ୍ଗନୱାଡି କର୍ମୀ ଭାବେ ଚାକିରି କରିଥିଲେ ତାଙ୍କୁ ବାରିଷ୍ଠତା ଭିତ୍ତିରେ ସୁପରଭାଇଜର ଭାବେ ପ୍ରମୋଶନ ଦେବାର ବ୍ୟବସ୍ଥା ଥିବା ହେତୁ ଅନେକ କର୍ମୀ ବୟସାଧିକ୍ୟ ହୋଇଥିଲେ ହେଁ ଯେନ ତେନ ପ୍ରକାରେନ ମାଟ୍ରିକ ସାର୍ଟିଫିକେଟ ଯୋଗାଡ଼ କରିଥିବା ଜଣାପଡିଛି । ସମୁଦାୟ ବ୍ୟବସ୍ଥା କୁ ଅନୁଧ୍ୟାନ କଲେ 2016 ମସିହାରେ ସୁପରଭାଇଜର ଭାବେ ପ୍ରମୋଶନ ଦେବାର ବ୍ୟବସ୍ଥା ରେ ବ୍ୟାପକ ଅନିୟମିତତା ଓ ବ୍ୟାପକ ହେରାଫେରି କରାଯାଇଥିବା ଅଭିଯୋଗ ହେଉଛି । ସମ୍ପ୍ରତି ରିଟାୟାର୍ଡ କରିଥିବା ସୁପରଭାଇଜର ମାନଙ୍କୁ ଜୁନାଗଡ ସମେତ ଅନ୍ୟାନ୍ୟ ବ୍ଲକ ଅଧୀନରେ ସୁପରଭାଇଜର ଭାବେ ପୁନଃ ଅବସ୍ଥାପିତ କରାଯାଇଛି । ଏହି ପୁନଃ ଅବସ୍ଥାପନ ରେ ବ୍ୟାପକ ଅର୍ଥ କାରବାର ହୋଇଥିବା ଜଣାପଡିଛି । ସେହିପରି ଜୁନାଗଡ ବ୍ଲକ ଅଧିନସ୍ଥ ମୁଣ୍ଡରଗୁଡା ଅଙ୍ଗନୱାଡି କର୍ମୀ ଶୈଳବାଲା ପଣ୍ଡା ଏବଂ ବାଦଲଦେଇ ଅଙ୍ଗନୱାଡି କର୍ମୀ ନିରୋଦିନୀ ବେହେରା ଗତ 2024 ରେ 60 ବର୍ଷ ବୟସରେ ଅବସର ନେଇଥିବା ବେଳେ ଉଭୟଙ୍କ ଠାରୁ ଜୁନାଗଡ ବ୍ଲକ ଅଙ୍ଗନୱାଡି କର୍ମୀ ସଂଘ ସଭାନେତ୍ରୀ ପଦ୍ମାସିନୀ ଶବର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ଜସ୍ମିନ ନାଏକ ମିଶି 20 ହଜାର ଟଙ୍କା ଲେଖାଏ ଉଚ୍ଚ ପଦସ୍ଥ ପଦାଧିକାରୀଙ୍କୁ ଦେବାକୁ କହି ନେଇଥିବା ଏବଂ ପୁନଃ ଅବସ୍ଥାପିତ କରାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଏହି ଅଙ୍ଗନୱାଡି କର୍ମୀ ସଂଘ ର ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଜନୈକ ନେତ୍ରୀ ଜାଲ ସାର୍ଟିଫିକେଟ ମାଧ୍ୟମରେ ଅଧିକ ବର୍ଷ ଚାକିରି କରିଥିବା ବେଳେ ତାଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି । ଏସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି ।
କଳାହାଣ୍ଡି ମହିଳା ଶିଶୁ ବିକାଶ ବିଭାଗ ରେ ବ୍ୟାପକ ଅନିୟମିତତା, ସଂଘ କାର୍ଯ୍ୟକର୍ତ୍ତା ଙ୍କ ହେରାଫେରି ଅଭିଯୋଗ
By: Tarzama News
0



Post a Comment