କଲମପୁର- ୧୫/୬(ତର୍ଜମା ନ୍ୟୁଜ) ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତ୍ତି ଉପଲକ୍ଷେ ବିକଶିତ ବାହନ ଯାତ୍ରା ମାଧ୍ୟମରେ ସରକାର ଲୋକଙ୍କ ନିକଟରେ ନିଜସ୍ଵ ଉପଲବ୍ଧିର ବାର୍ତ୍ତା ପହଞ୍ଚାଇବାକୁ ପ୍ରତି ପଞ୍ଚାୟତରେ କାର୍ଯ୍ୟକ୍ରମ ମାନ ଆୟୋଜନ କରିଛନ୍ତି, ଏହି କାର୍ଯ୍ୟକ୍ରମ ମାନଙ୍କ ରେ ମାଛ ତେଲ ରେ ମାଛ ଭାଜୁଥିବା ବେଳେ ପଞ୍ଚାୟତ ବାସି ପ୍ରବଳ ଖରାରେ ଡହକ ବିକଳ ହେବା ବେଳେ ଅଧିକାରୀ ମାନେ ନୀରବଦ୍ରଷ୍ଟା ।ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଞ୍ଚଳରେ ଗତ ୧୨ତାରିଖ ଠାରୁ ଆୟୋଜିତ ହୋଇ ଚାଲିଛି ବିକଶିତ ବାହନ ଯାତ୍ରା କାର୍ଯ୍ୟକ୍ରମ, ବିଡିଓଙ୍କ ପତ୍ର ଅନୁସାରେ ଏହି କାର୍ଯ୍ୟକ୍ରମ ଗତ ୧୨ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୨୧ତାରିଖରେ ଉଦଯାପିତ ହେବାକୁ ସ୍ଥିର ହୋଇଛି, ତାରିଖ ଓ ପଞ୍ଚାୟତର ନାମ ସହିତ ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ସକାଳ ୮ଟା ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇ ୧୧ଟାରେ ଶେଷ କରିବାକୁ ନିର୍ଦ୍ଦେଶ ରହିଛି , ତେବେ ଏହାକୁ ବ୍ଲକ ଓ ପଞ୍ଚାୟତ କର୍ମକର୍ତ୍ତା ମାନେ ଅବମାନନା କରି ଚାଲିଛନ୍ତି,ଗତ ୧୨ତାରିଖ ଦିନ ଏହି ବ୍ଲକ ଅନ୍ତର୍ଗତ କୋଟା ଗାଁ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା, ସରପଞ୍ଚ ଚନ୍ଦନ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଚିନ୍ତାମଣି ବେହେରା, ବିଡିଓ ବିଜୟ ମାଣ୍ଡାଙ୍ଗି, ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଦଳିୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ, ସକାଳରୁ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଲୋକେ ସେଠାରେ ସକାଳୁ ଜମା ହେବାରେ ଲାଗିଲେ,
କିନ୍ତୁ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇ ପାରିଲା ନାହିଁ, ବିଡିଓ କାର୍ଯ୍ୟକ୍ରମ ସ୍ଥଳକୁ ଯାଇ ପୁଣି ନିଜ କାର୍ଯ୍ୟାଳୟକୁ ଫେରି ଆସିଲେ, ମଧ୍ୟାହ୍ନ ୧୨ଟା ପରେ କାର୍ଯ୍ୟକ୍ରମ ଆୟୋଜିତ ହେଲା, କାର୍ଯ୍ୟକ୍ରମ ସରିବା ବେଳକୁ ସମୟ ହୋଇଗଲା ଗୋଟାଏ ଓ ଖାଇବା ବେଳକୁ ସମୟ ହୋଇଗଲା ଦୁଇଟା,ତିନିଟା ସମୟରେ ସବୁ ସରିଲା, ଲୋକେ ଖରା ଯୋଗୁଁ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ,ଗତ ୧୩ତାରିଖ ଦିନ ଦେପୁର ପଞ୍ଚାୟତରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା,ଦେପୁର ସରପଞ୍ଚ ଟ୍ବିଙ୍କଲ ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡିଓ ଶ୍ରୀ ମାଣ୍ଡାଙ୍ଗି ଉପସ୍ଥିତ ରହି ଥିଲେ ମଧ୍ୟ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ପାରି ନ ଥିଲା, ସବୁଠାରୁ ବେଶୀ ଗୁଲଗୁଲିରେ ଅସ୍ତବ୍ୟସ୍ତ ହୋଇଥିଲେ ୧୪ତାରିଖ ଦିନ ଆୟୋଜିତ ବନ୍ଧକନା ପଞ୍ଚାୟତରେ, ଏଠାରେ ମଧ୍ୟ ୧୨ଟା ପରେ ଆରମ୍ଭ ହୋଇ ଥିଲା ଏହି କାର୍ଯ୍ୟକ୍ରମ, ଲୋକେ ଗରମକୁ ସହ୍ୟ କରିନପାରି ପ୍ରାଣ ବିକଳରେ ସ୍ଥାନ ଛାଡି ଫେରିଯାଇଥିଲେ, ଏଠାରେ ସରପଞ୍ଚ ହିମାଦ୍ରୀବାଗଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ଅନୁପସ୍ଥିତ ରହିଥିବା ବେଳେ ବହୁସଂଖ୍ୟାରେ ବିଭିନ୍ନ ବିଭାଗୀୟ କର୍ମଚାରୀ ମାନେ ମଧ୍ୟ ଅନୁପସ୍ଥିତ ରହିଥିଲେ, କୋଟା ଗାଁ କାର୍ଯ୍ୟକ୍ରମରେ ବିକଶିତ ବାହନ ଯାନ ପହଞ୍ଚି ପାରି ନ ଥିବା ବେଳେ ବନ୍ଧକନା ପଞ୍ଚାୟତ କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିପିଏମ ରେଗୁନିୟସ ଏକ୍କା ମଧ୍ୟ ଏପଟ ସେପଟ ଭାବେ ନିଜ ଦାୟିତ୍ୱ ନ ତୁଲାଇ ଘୁରି ବୁଲୁଥିଲେ, ପଚାରିବାରୁ କହିଥିଲେ ମୋ ଦେହ ଖରାପ ଅଛି, ମୋଟାମୋଟି କହିବାକୁ ଗଲେ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ କର୍ମଚାରୀ ମାନେ ବାଧ୍ୟ ବାଧକତାରେ ଉପସ୍ଥିତ ରହୁଥିବା ଜଣା ପଡିଥିଲା, ସରକାର ସକାଳ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିବା ବେଳେ ଡହଡହ ଖରାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି ।
କଲମପୁର ରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ ।
Post a Comment