ମୁଁ ମୋବାଇଲ୍, କହୁଛି ,ମୁଁ ତୁମର ପିଲାଦିନ ଚୋରି କରିବି, ମୁଁ ତୁମର ଯୌବନ ମଧ୍ୟ ଚୋରି କରିବି। ତୁମେ ଶୀଘ୍ର ବୃଦ୍ଧ ହୋଇଯିବ। ମୁଁ ତୁମର ବୈବାହିକ ଜୀଵନ ନଷ୍ଟ କରି ଦେବି । ମୁଁ ତୁମ ଆଗମୀ ଭବିଷ୍ୟତ ପିଢ଼ି ଙ୍କ ଜୀଵନ ନଷ୍ଟ କରିଦେବି । ମୁଁ ତୁମକୁ ଅଘୋଷିତ ମାନସିକ ରୋଗୀ ରେ ପରିଣତ କରି ଦେବି । ଆବଶ୍ୟକ ପଡେ ତୁମର ସମାଜ ରେ ଥିବା ମର୍ଯ୍ୟାଦା, ଆତ୍ମ ସମ୍ମାନ ମଧ୍ୟ କ୍ଷଣିକ ରେ ଚୂର୍ ମାର୍ କରିଦେବି।ତେଣୁ ବନ୍ଧୁଗଣ, ମୋତେ ବୁଦ୍ଧିମାନ ଭାବରେ ବ୍ୟବହାର କର, ମୋର ସୁବିଧା ଏବଂ ଅସୁବିଧା ମଧ୍ୟ ଅଛି। ମୁଁ ତୁମକୁ ଖେଳିବା ପାଇଁ କିମ୍ବା ବ୍ୟାୟାମ କରିବା ପାଇଁ ସମୟ ଦେବି ନାହିଁ। ମୁଁ ତୁମର ଦକ୍ଷତାକୁ ଅଧା କରିଦେବି।
ତୁମେ କମ୍ କାମ କରିବ ଏବଂ ମୋତେ ଅଧିକ ଦେଖିବ। ବନ୍ଧୁଗଣ, ମୋତେ ସତର୍କତାର ସହିତ ବ୍ୟବହାର କର, ମୁଁ ତୁମକୁ ସେହି ଲୋକଙ୍କଠାରୁ ଦୂରେଇ ଦେବି ଯେଉଁମାନେ ତୁମର ବହୁତ ନିକଟତର। ତୁମେ ମୋ ପ୍ରତି ନିଶାଗ୍ରସ୍ତ ହେବା ସହିତ, ମୁଁ ତୁମ ଉପରେ ପ୍ରଭାବ ପକାଇବା ଆରମ୍ଭ କରିବି। ପ୍ରଥମେ ମୁଁ ତୁମର ଆଖି ନଷ୍ଟ କରିବି, ତାପରେ ମୁଁ ତୁମର ନିଦ ଚୋରି କରିବି। ଧୀରେ ଧୀରେ ମୁଁ ତୁମର ସ୍ୱାସ୍ଥ୍ୟ ନଷ୍ଟ କରିବି, ମୁଁ ତୁମକୁ ସମ୍ପୂର୍ଣ୍ଣ ଅଳସୁଆ ଏବଂ ଲୋକେ ସାଧାରଣ ରେ ତିରସ୍କାର କରିବେ ।ସମୟ ଆସିବ ମୁଁ ସମସ୍ତ ଙ୍କ ପାଖରେ ଦିନ ରାତି 24 ଘଣ୍ଟା ଅବିଚ୍ଛେଦ୍ୟ ହୋଇ ଯିବି । ଏପରିକି ବାଥ ରୁମ୍ ରେ ମଧ୍ୟ ସାଙ୍ଗରେ ଥିବି। ସମସ୍ତଙ୍କୁ ମିଛୁଆ କରିଦେବି । ପାରିବାର ର ବିଶ୍ଵାସ ଭାଙ୍ଗି ଦେବି ସମସ୍ତେ ସମସ୍ତଙ୍କୁ ଅବିଶ୍ବାସ କରିବେ । ଶେଷ ରେ ମୁଁ ମୋ ପାୱାର ବଳ ରେ ସମସ୍ତଙ୍କ ସମ୍ପର୍କ ଭାଙ୍ଗି ଦେବି । ନିଷ୍ପତ୍ତି ଆପଣଙ୍କର ମୁଁ ମୋବାଇଲ୍ କହୁଛି ।
ମହମ୍ମଦ ଅଲ୍ଲୀ ଖାଁ,
Post a Comment