ପ୍ରଥମ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିବାକୁ ୨ ବର୍ଷ ପୂର୍ତ୍ତି । ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦରେ ବସି ରଚିଛନ୍ତି ଇତିହାସ । ପିଲୁଲ୍ସ ପ୍ରସିଡେଣ୍ଟ ଭାବେ ମଧ୍ୟ ପାଇଛନ୍ତି ଆଖ୍ୟା ।୨୫ ଜୁଲାଇ ୨୦୨୨ରେ ଭାରତର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପୂର୍ବରୁ ସେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ରୂପରେ କାମ କରିଥିଲେ । ୧୯୫୮ ମସିହା ଜୁନ ୨୦ରେ ମୟୂରଭଞ୍ଜ ରାଇରଙ୍ଗପୁରର ଉପରବେଡ଼ା ଗ୍ରାମରେ ଏକ ଶାନ୍ତାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଏହି ଅବସରରେ ନୂଆଦିଲ୍ଲୀରେ ଆଦର୍ଶ ତ୍ରିପାଠୀଙ୍କ ଦ୍ୱାରା ଲିଖିତ ଇଂରାଜି ପୁସ୍ତକ “ଦ ପବ୍ଲିକ୍ ପ୍ରେସିଡେଣ୍ଟ୍” ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପିପୁଲ୍ସ ଲିଡର୍, ଯାହା ସେ ନିଜକୁ ପ୍ରମାଣିତ କରିସାରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଟୋକୋଲରୁ ଉର୍ଦ୍ଧ୍ୱରେ ରହି ଲୋକଙ୍କୁ ଭେଟନ୍ତି । ପ୍ରଜାତନ୍ତ୍ରରେ ସେ ହେଉଛନ୍ତି ଲୋକଙ୍କ ନେତା । ଏଥିସହ ଏତେ କମ ବୟସରେ ଏମିତି ପୁସ୍ତକ ଲେଖିବା ପ୍ରଶଂସନୀୟ ବୋଲି ସେ ଯୁବ ଲେଖକଙ୍କୁ ପ୍ରଶଂସା କରିଛନ୍ତି ।
Post a Comment