//BREAKING//
Loading...

ସରକାରୀ ରାସ୍ତା, ଦଳିତ ଜମି ଉପରେ ଆଳିଶାନ ହୋଟେଲ, ଫାଇନ ମାତ୍ର ତିରିଶ ହଜାର

 


କଳାହାଣ୍ଡି:--- ତା ୧୧.୦୭.୨୦୨୫ (ତର୍ଜମା ବ୍ୟୁରୋନ୍ୟୂଜ) ସରକାରୀ ଜମି ଜବର ଦଖଲ ମୁକ୍ତ କରାଯାଇ ସର୍ବସାଧାରଣ କାର୍ଯ୍ୟ ରେ ବିନିଯୋଗ କରାଯିବାର ସମ୍ପୂର୍ଣ୍ଣ ପ୍ରୟାସ କରିବାକୁ ସରକାର ତଥା ରାଜସ୍ବ ମନ୍ତ୍ରୀ ପ୍ରକାଶ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ଏହାର ବ୍ୟତିକ୍ରମ ଦେଖିବା ମିଳିଛି । 

ଜୁନାଗଡ ସହର ମୁଖ୍ୟ ଜାତୀୟ ରାଜ ପଥ ଓ ରେଲୱେ ରାସ୍ତା କୋଣରେ ବିଶିଷ୍ଟ ଭାଙ୍ଗ ବ୍ୟବସାୟୀ ସନ୍ତୋଷ କୁମାର ସାହୁ ଜୁନାଗଡ ମୌଜାର ସିଟ ନମ୍ବର-4 ରେ ଥିବା ପ୍ଳଟ ନମ୍ବର 997 ମଧ୍ୟରୁ ମାତ୍ର ସତେଇଶ ଡିସମିଲ ଜମି ଗତ 2017 ମସିହାରେ କିଣି ପାର୍ଶ୍ବ ରେ ଥିବା ଜନୈକ ଦଳିତ ମହିଳାଙ୍କ ଚଉଦ ଡିସମିଲ ଜମି ଏବଂ ସର୍ବସାଧାରଣ ରାସ୍ତା ପାଞ୍ଚ ଡିସମିଲ ଜମି କୁ ଜବର ଦଖଲ କରି ସେଠାରେ ଏକ ଆଲିଶାନ ହୋଟେଲ ନିର୍ମାଣ କରିଦେଇଥିବା ଜଣାପଡିଛି । 


ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଜୁନାଗଡ ତହସିଲ ପତ୍ର ସଂଖ୍ୟା 3155 dtd 20.05.2023 ଯୋଗେ ସ୍କେଚ ମେପ ସହିତ ତଥ୍ୟ ଯୋଗାଇ ଦିଆ ଯାଇଥିଲା । ପୁନର୍ବାର ଜୁନାଗଡ ତହସିଲ ପତ୍ର ସଂଖ୍ୟା 1124 dtd. 18.02.2025 ଯୋଗେ ଜବର ଦାଖଲ ସଙ୍କ୍ରାନ୍ତୀୟ ତଥ୍ୟ ଦେବା ସହିତ ପାଞ୍ଚ ଡିସମିଲ ସରକାରୀ ଜମି ପାଇ ଜବର ଦଖଲ କେଶ ନଂ 1033/24 ଅନୁସାରେ ଜବର ଦଖଲ କାରୀ ଙ୍କ ବିରୁଦ୍ଧରେ କେଶ କରାଯାଇଥିବା ଜଣାପଡିଛି ।   

      ହେଲେ ଯେଉଁ ରାସ୍ତା ଉପର ଦେଇ ଜୁନାଗଡ ତହସିଲଦାର, ଜୁନାଗଡ ରାଜସ୍ବ ନିରିକ୍ଷକ ନୀତି ଦିନ ତହସିଲ ଅଫିସ ଯିବା ଆସିବା କରନ୍ତି ସେହି ରାସ୍ତା ପାର୍ଶ୍ବରେ ଗତ 2017 ମସିହାରେ ପ୍ଳଟ ନମ୍ବର 997 ମଧ୍ୟରୁ ମାତ୍ର ସତେଇଶ ଡିସମିଲ ଜମି କିଣି ପାର୍ଶ୍ବରେ ଥିବା ଚଉଦ ଡିସମିଲ ଦଳିତ ଜମି ଓ ସରକାରୀ ରାସ୍ତା ପାଞ୍ଚ ଡିସମିଲ ଜମି ମୋଟ ଊଣାଇଶ ଡିସମିଲ ଜମି କିପରି ଭାବେ ଜବର ଦଖଲ ହେଲା ଏବଂ ତାହା କିପରି ଭାବେ ତହସିଲଦାର ଓ ଆର ଆଇ ଙ୍କ ଦୃଷ୍ଟି କୁ ଆସି ନ ପାରିବା ଘଟଣା ନିଶ୍ଚିତ ଭାବେ ସନ୍ଦେହ ସୃଷ୍ଟି କରୁଛି, ତାହା ମଧ୍ୟ ତଦନ୍ତ ସାପେକ୍ଷ । ଏହା ବ୍ୟତୀତ ଯେଉଁ ଆର ଆଇ ଉକ୍ତ 27 ଡିସମିଲ ଜମି ର ରେଜିଷ୍ଟ୍ରେଶନ ପାଇଁ ସ୍କେଚ ତିଆରି କଲେ ସେ କିପରି ଭାବେ ସରଜମିନ ରେ ଅଧିକ 19 ଡିସମିଲ ଜମି ଜବର ଦଖଲ ହେଉଥିବା ଜାଣି ପାରିଲେ ନାହିଁ ତାହା ମଧ୍ୟ ସନ୍ଦେହ କୁ ଦ୍ଵିଗୁଣିତ କରୁଛି ଏବଂ ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହେଉଛି । ଅନ୍ୟ ପକ୍ଷ୍ୟରେ ଭାରପ୍ରାପ୍ତ ସବ ରେଜିଷ୍ଟ୍ରାର ଭାବେ ଉକ୍ତ 27 ଡିସମିଲ ଜମି ର ରେଜିଷ୍ଟ୍ରେଶନ କରିଥିବା ବେଳେ ତହସିଲଦାର ଭାବେ ଦାଖଳ ଖାରଜ କରିଥିବା ଏବଂ ନିୟମିତ ସେହି ରାସ୍ତା ରେ ଯିବା ଆସିବା କରୁଥିଲେ ହେଁ କିପରି ଭାବେ ଜବର ଦଖଲ ବିଷୟରେ ସମ୍ପୃକ୍ତ ତହସିଲଦାର ଓ ଆର ଆଇ ଜାଣି ପାରିଲେ ନାହିଁ ତାହା ମଧ୍ୟ ଜନ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । 

ଅଭିଯୋଗ ହେବାପରେ ଜବର ଦଖଲ କେଶ ନଂ 1033/24 କରିଦେଇ ତହସିଲଦାର ନୀରବ ରହିବା ନିଶ୍ଚିତ ଭାବେ ପ୍ରିୟା ପ୍ରୀତି ତୋଷଣ କାରବାର ହେଉଥିବା ସନ୍ଦେହ ପ୍ରକାଶ ପାଉଛି । ଏସମ୍ପର୍କରେ ଜୁନାଗଡ ତହସିଲଦାର ଧର୍ମଗଡ ଉପଜିଲ୍ଲାପାଳ ଙ୍କୁ ଦେଇଥିବା ପତ୍ର ସଂଖ୍ୟା 1124/18.02.2025 ରେ ଆବଶ୍ୟକୀୟ ବିଧି ବ୍ୟବସ୍ଥା ପୂରଣ ହେବାପରେ ଜବର ଦଖଲ ହଟାଇବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଉଲ୍ଲେଖ କରିଥିଲେ ହେଁ ଉକ୍ତ ପତ୍ର ଦେବାର ଚାରି ମାସ ଅତିକ୍ରମ ହୋଇଯାଇଥିବା ବେଳେ ଜୁନାଗଡ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନ ଥିବା ର ଜଣାପଡିଛି । 


ଜୁନାଗଡ ତହସିଲ ପତ୍ର ସଂଖ୍ୟା 4751 ତା 21.06.2025 ଯୋଗେ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ସଫେଇ ଦିଆଯାଇ ଉକ୍ତ ପାଞ୍ଚ ଡିସମିଲ ସରକାରୀ ରାସ୍ତା ଜବର ଦଖଲ ପାଇ କେଶ ହେବା ସହିତ ତିରିଶ ହଜାର ଟଙ୍କା ଫାଇନ ଅସୁଲି କରାଯାଇଥିବା କୁହା ଯାଇଛି । ପାଞ୍ଚ ଡିସମିଲ ସରକାରୀ ରାସ୍ତା ଜବର ଦଖଲ ନିମନ୍ତେ ତିରିଶ ହଜାର ଫାଇନ ହେଉଥିଲେ ଲୋକେ ଅଧିକ ଉତ୍ସାହିତ ହୋଇ ଆଗାମୀ ଦିନରେ ରାସ୍ତା ଜବର ଦଖଲ କରି ଦୋକାନ ବଜାର କରିବା ସମ୍ଭାବନା କୁ ଏଡାଇ ଦିଆଯାଇ ନ ପାରେ । ଜୁନାଗଡ ତହସିଲ ରେ ଦିନକୁ ଦିନ ଓଡ଼ିଶା ସରକାରଙ୍କ ଭୁଲେଖ ବ୍ୟବସ୍ଥା ରେ ଅଦଳ ବଦଳ ହେଉଥିବା ପରିଲକ୍ଷିତ ହେଉଛି । 

      ଜୁନାଗଡ ତହସିଲ ପକ୍ଷରୁ କେବେ ଜୁନାଗଡ ମୌଜାରେ ଥିବା ଉକ୍ତ ଦଳିତ ଜମି (ଚଉଦ) 14 ଡିସମିଲ ଓ ସରକାରୀ ରାସ୍ତା ( ପାଞ୍ଚ ) 5 ଡିସମିଲ ଜମି ସମ୍ପୃକ୍ତ ଆର୍ଥିକ ପ୍ରଭାବଶାଳି ବ୍ୟକ୍ତିଙ୍କ ଠାରୁ ଜବର ଦଖଲ ମୁକ୍ତ କରାଯିବାର ବ୍ୟବସ୍ଥା କରାଯିବ ଏବଂ ଦୁର୍ନୀତିଗ୍ରସ୍ତ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଆଇନ ସମ୍ମତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ସରକାର ଓ ରାଜସ୍ବ ମନ୍ତ୍ରୀଙ୍କ ମତାମତ କୁ ପାଳନ କରାଯିବ ତାହା ଦେଖିବା ପାଇଁ କଳାହାଣ୍ଡି ବାସି ଅନାଇ ବସିଛନ୍ତି । 

 ( ତର୍ଜମା ବ୍ୟୁରୋ ନ୍ୟୂଜ) କଳାହାଣ୍ଡି,

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe