//BREAKING//
Loading...

ଆଜି ଓଡ଼ିଶା ବନ୍ଦ ଡାକରା, କଂଗ୍ରେସ ଆହ୍ଵାନରେ ପାଳନ କରାଯାଉଛି ବନ୍ଦ



ତର୍ଜମା ନ୍ୟୁଜ ବ୍ୟୁରୋ :-ଆଜି ଓଡ଼ିଶା ବନ୍ଦ ଡାକରା । କଂଗ୍ରେସ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ ୟୁନିୟନ, କୃଷକ ସଂଗଠନ, ମହିଳା, ଯୁବକ, ଛାତ୍ର ସମାଜ ଏହି ବନ୍ଦ ଡାକରା ଦେଇଛନ୍ତି। ଡବଲ ଇଞ୍ଜିନ ବିଜେପି ସରକାରଙ୍କ କୁଶାସନ ବିରୋଧରେ, ମହିଳାଙ୍କ ସମ୍ମାନ ଏବଂ ସୁରକ୍ଷା ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି। ୟତେବେ ଅତ୍ୟାବଶ୍ୟକ ସେବା, ଆମ୍ବୁଲାନ୍ସ, ରୋଗୀଙ୍କ ଚିକିତ୍ସା ଇତ୍ୟାଦି ବନ୍ଦରୁ ବାଦ ରହିବ। କିନ୍ତୁ ପୁରାପୁର ବନ୍ଦ ରହିବ ବଜାର, ପରିବହନ, ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍, ଅଦାଲତ, ବ୍ୟାଙ୍କ୍ ଏବଂ ବୀମା ଭଳି ରାଷ୍ଟ୍ରାୟତ ଉଦ୍ୟୋଗ। ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟବ୍ୟାପୀ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବନ୍ଦକୁ ସଫଳ କରିବାକୁ ଆହ୍ଵାନ ଦେଇଛନ୍ତି ପିସିିସି ସଭାପତି ଭକ୍ତ ଦାସ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe