ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ । ବାଲେଶ୍ୱର FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । କଟକ SCBରେ ଆହତ ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କୁ ଭେଟି ପଚରାଉଚରା କରିଛି କ୍ରାଇମ୍ବ୍ରାଞ୍ଚ ଟିମ୍ । ଜ୍ୟୋତି ପ୍ରକାଶ ହେଉଛନ୍ତି ସେହି ଛାତ୍ର, ଯିଏ ଉକ୍ତ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଜଳିଯାଇଛନ୍ତି । କ୍ରାଇମ୍ବ୍ରାଞ୍ଚ ଟିମ୍ ତାଙ୍କଠାରୁ ସବୁ କଥା ଜାଣିବାକୁ ଚେଷ୍ଟା କରିଛନ୍ତି । ସେଦିନ କ'ଣ ଘଟିଥିଲା, ପାଖରେ କିଏ କିଏ ଥିଲେ । ସେ କାହାକୁ ଦେଖା କରିବାକୁ ଭିତରକୁ ଯାଇଥିଲେ । ନିଆଁ କେମିତି ଲାଗିଲା । ଏମିତି ନାନା ପ୍ରଶ୍ନ ପଚାରି ଘଟଣାର ତଦନ୍ତକୁ ଅଆଗକୁ ନେଇଛି କ୍ରାଇମ୍ବ୍ରାଞ୍ଚ ଟିମ୍ ।
ଅନ୍ୟପଟେ FM କଲେଜ ପରିସରକୁ ମଧ୍ୟ ଯାଇଛି କ୍ରାଇମ୍ବ୍ରାଞ୍ଚ୍ ଟିମ୍ । ସେଠାରେ ମଧ୍ୟ କଲେଜ ଷ୍ଟାଫ୍ଙ୍କୁ ପଚରାଉଚରା କରିଛି । ଆଇଜି ଏସ୍ ସାଇନି ଓ ତଦନ୍ତକାରୀ ଅଧିକାରୀ କଲେଜରେ ପହଞ୍ଚିଥିଲେ । ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କହିଥିଲେ । ସେପଟେ ମୃତ ଛାତ୍ରୀ ରହୁଥିବା ଛାତ୍ରୀ ନିବାସ ମାଲିକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ମୃତ ଛାତ୍ରୀ ଜଣକ ଭଲ ପିଲା ଥିଲେ । ଦୁଇ ମାସ ହେବ ଏଠାରେ ରହୁଥିଲେ। କଲେଜ ଛୁଟିରେ ଘରକୁ ଯାଇଥିଲେ। ଗତକାଲି ରାତିରେ ପୋଲିସ ପହଁଚି ଯାଞ୍ଚ କରିବା ସହିତ ମାଲିକଙ୍କୁ ପଚାରା ଉଚୁରା କରିଛି ।
ଅନ୍ୟପଟେ ସାରା ରାଜ୍ୟରେ ଏବେ ବାଲେଶ୍ୱର ଛାତ୍ରୀ ମୃତ୍ୟୁକୁ ନେଇ ଚର୍ଚ୍ଚା । ସବୁରି ମୁହଁରେ ଗୋଟିଏ କଥା ନ୍ୟାୟ ପାଇବାକୁ ନିଆଁରେ ଜଳିବାର ରାସ୍ତା ବାଛିଥିଲେ ପୀଡିତା । ହେଲେ ତାଙ୍କୁ ବଞ୍ଚେଇବାକୁ ଯାଇ ଗୁରୁତର ଥିବା ସାନ ପିଲାଟିର ଦୁଃସାହସ ଲୋକଲୋଚନରୁ ଯେପରି ଦୂରେଇ ଯାଇଛି ।
ନିଜ ଜୀବନ କଥା ଗୋଟେ କ୍ଷଣ ବି ଚିନ୍ତା ନକରି ସେ ଦୌଡି ଆସିଥିଲେ ପୀଡିତାଙ୍କୁ ଉଦ୍ଧାର କରିବାକୁ । ଆମେ ସମସ୍ତେ ନିଶ୍ଚିନ୍ତ ପୀଡିତାଙ୍କ ମୃତ୍ୟରେ ଭାଙ୍ଗି ପଡିଛନ୍ତି, ସମସ୍ତେ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛନ୍ତି, କିନ୍ତୁ ଏ ଭିତରେ ଯିଏ ତାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ମଧ୍ୟ ପୋଡି ହୋଇଗଲେ ତାଙ୍କୁ ଭୁଲି ଯାଇଛନ୍ତି । ସିସିଟିଭି ଫୁଟେଜରେ ଆମେ ଯେମିତି ଦେଖିଛନ୍ତି, କିଏ ତାଙ୍କୁ ଚାହିଁ, ରହିଥିଲେ, ତ କିଏ ତାଙ୍କର ଭିଡିଓ କରୁଥିଲେ, କିନ୍ତୁ କେହି ତାଙ୍କୁ ବଞ୍ଚାଇବାକୁ ପାଖକୁ ଆସୁନଥିଲେ । ହେଲେ ପ୍ରଥମ ବର୍ଷ ସେହି ଏଫଏମ କଲେଜରେ ନାମ ଲେଖାଇଥିବା ଜ୍ୟୋତିପ୍ରକାଶ ଯିଏ ପୀଡିତା ନିଜକୁ ଜାଳି ଦେଉଥିବାର ଦେଖିବା ମାତ୍ରେ ନିଆଁକୁ ଆୟତ୍ତ କରି ତାଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ । ଆଉ ତାଙ୍କୁ ବଞ୍ଚାଉ ବଞ୍ଚାଉ ନିଜେ ମଧ୍ୟ କିଛି କାଂଶରେ ଜଳି ଯାଇଥିଲେ ।



Post a Comment