ଦୁଇ ପୁଅ ବାପାଙ୍କ ଏ ଅସହାୟ ପାଇଁ ପାଠ ଛାଡି କାମ କରିବାକୁ ବାଙ୍ଗାଳୁରୁ ଯିବାକୁ ବାଧ୍ୟ ହୋଇ ଥିଲେ । ବଡ଼ ପୁଅ ବମ୍ବେରେ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ସାନ ପୁଅ ସୁରେଶ ଏକ କମ୍ପାନୀ ରେ କାମ କରୁଥିଲେ । ବାପା ମଧ୍ୟ ସୁରଥ ରେ ଉପାର୍ଜନ କରିବା କୁ ଯାଇଥିଲେ । କିନ୍ତୁ ଦୁଭାଗ୍ୟର ବିଷୟ ଏହି ପରିବାର ଉପରେ ବିପଦ ର କଳା ବାଦଲ ଘୋଟି ଆସିଥିଲା । ଏକ ସଡ଼କ ଦୁର୍ଘଟଣାରେ ସୁରେଶ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଥିଲେ । ପରେ ପରେ ଦୁଇଟି ହସ୍ପିଟାଲ ଚେଞ୍ଜ ପରେ ବ୍ରେନ ଡେଡ ଘୋଷଣା କରିଥିଲେ ଡାକ୍ତର । ବେଙ୍ଗାଳୁରୁ ଏସ.କେ.ନାମକ ସ୍ୱଛାସେବୀ ସଂଗଠନ ସୁରେଶଙ୍କ ହସ୍ପିଟାଲରେ ଦେଖାଶୁଣା କରୁଥିଲେ । ସେଠାରେ ସୁରେଶଙ୍କ ଶେଷଇଚ୍ଛା ଅନୁଯାଇ କିଡ଼ନୀ, ଲିଭର, ଲନ୍ସ, ହାର୍ଟ ଭଳି ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ଦାନ କରାଯାଇଥିଲା । ତାଙ୍କ ଲିଭର ଟି ସଙ୍ଗେ ସଙ୍ଗେ ଜଣେ ଦଶ ବର୍ଷ ବାଳକର ଅଙ୍ଗରେ ପ୍ରତି ରୋପଣ କରାଯାଇଥିଲା । ଏଭଳି ମହାନ କାର୍ଯ୍ୟ ପାଇଁ ମୁର୍ତ୍ତୃ ସୁରେଶ ଲୋକଙ୍କ ମନରେ କେବଳ ମହାନ ନୁହେଁ ଅମର ହୋଇ ରହିଯାଇଛନ୍ତି ।
Post a Comment