//BREAKING//
Loading...

ଭାଇ ଭଳି ପବିତ୍ର ସମ୍ପର୍କରେ ଲାଗିଲା ରକ୍ତର ଛିଟା



ସାନ ଭାଇକୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲା ବଡ଼ ଭାଇ । ଟିଟିଲାଗଡ଼ ଥାନା ପରିସରରେ ବଲାଙ୍ଗୀର ଏସପି ଓ ଟିଟିଲାଗଡ଼ ଥାନାଧିକାରୀ କଲ୍ୟାଣି ବେହେରାଙ୍କ ଉପସ୍ଥିତିରେ ନାବାଳକର ହତ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବଡ଼ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ।



ଗତ 28 ତାରିଖ ଦିନ ଟିଟିଲାଗଡ଼ ସହର ହାଟପଦା ନିକଟସ୍ଥ ଗୋଶାଳା ପଡାର ଚେରୁ ପୋଢ଼ଙ୍କ ସାନ ପୁଅ ନିଖୋଜ ଅଛି ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ହେଲେ ଟିଟିଲାଗଡ଼ ପୋଲିସ ଆଖପାଖ ଅଂଚଳରେ ଖୋଜା ଖୋଜି କରିବା ପରେ ନାବାଳକର ସୁରାକ୍ ପାଇ ନଥିଲା । ହେଲେ କିଛି ଦିନ ପରେ ପୁଣି ପୋଲିସ ପଚରା ଉଚରା କରିବା ପରେ ପରିବାର ଲୋକଙ୍କ ବଡ଼ ପୁଅ ସାନ ପୁଅକୁ ହତ୍ୟା କରିଛି ବୋଲି ପୋଲିସ ଜାଣିବାକୁ ପାଇଛି ।



ସାନ ଭାଇକୁ ବଡ଼ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିବାବେଳେ ପରିବାର ଲୋକେ ବଡ଼ ପୁଅକୁ ଅଣ ଦେଖା ମଧ୍ୟ କରୁ ଥିବା ଜଣାପଡିଛି । ଗତ 28 ତାରିଖ ଦିନ ଲାନ ପୁଅକୁ ପିଜୁଳି ଖାଇବାକୁ ଦେଇଥିଲେ । ହେଲେ ବଡ ପୁଅକୁ ଦେଇନଥିଲେ । ଶେଷରେ ଏକ ଛୁରୀ ସାହାଯ୍ୟରେ ହତ୍ୟା କରି ନିଜ ବେଡ଼ ରୁମ୍ ଭିତରେ ପୋତି ଦେଇଥିଲା । ବିଳମ୍ବିତ ରାତି 1 ଟାରେ ନିଜ ମା' ଶାଢ଼ୀରେ ପୋତି ଦେଇଥିବା ସାନ ଭାଇକୁ ମାଟି ତଳରୁ ପୁଣି ଖୋଲି ସ୍ଥାନୀୟ ନାଳକୁ ନେଇ ପ୍ରଥମେ ଫୋପାଡ଼ି ଦେଇଥିଲା । ପୁଣି ରାତିରେ ଯାଇ ମାଟିରେ ପୋତି ଦେଇ ବିନ୍ଦାସ୍ ବୁଲୁଥିଲା ଅଭିଯୁକ୍ତ।


ଏଭଳି ଅନେକ ଘଟଣା ଟିଟିଲାଗଡ଼ ସହରରେ ଘଟୁ ଥିବା ବେଳେ ଲୋକେ ଗୁପ୍ତଧନ ପାଇଁ ଭାଇକୁ ଭାଇ ହତ୍ୟା କରିଛି ବୋଲି ସକାଳୁ ଚର୍ଚ୍ଚା ହେଉ ଥିଲା । ପରେ ବଲାଙ୍ଗୀର ପୋଲିସ ବଡ଼ ଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ କେମିତି ଭାବେ ସାନ ଭାଇକୁ ହତ୍ୟା କରିଥିଲା ବଡ଼ ଭାଇ ତାହାର ସିନ୍ ରି-କ୍ରିଏସନ କରିଥିଲା ପୋଲିସ । ତା ପରେ ସବୁ ଘଟଣା ପଦାକୁ ଆସିଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe