//BREAKING//
Loading...

ଆଜି ଇମରାନ ଖାନଙ୍କ ଜାମିନ ଆବେଦନର ଶୁଣାଣି

 


ତର୍ଜମା ନ୍ୟୁଜ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଜାମିନ ପ୍ରସଙ୍ଗରେ ଆଜି ଶୁଣାଣି କରିବେ ପାକିସ୍ତାନ ସୁପ୍ରିମକୋର୍ଟ। ଇମରାନଙ୍କ ଜାମିନକୁ ଅଗ୍ରାହ୍ୟ ପ୍ରତିବାଦରେ ଆଗତ ପିଟିସନର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ୨୦୨୩ ମେ ୯ ହିଂସାକାଣ୍ଡ ସମ୍ପର୍କିତ ୮ଟି ମାମଲାରେ ତାଙ୍କୁ ଜାମିନ ଦିଆଯାଉ ନଥିବାରୁ ସେ ଯାଇଥିଲେ ସୁପ୍ରିମକୋର୍ଟ। ବର୍ତ୍ତମାନ ଇମରାନ ଖାନ ରାଓଲପିଣ୍ଡିର ହାଇସିକ୍ୟୁରିଟି ଆଦିଆଲା ଜେଲରେ ରହିଛନ୍ତି। ତାଙ୍କ ବିରୋଧରେ ସାମରିକ ବାହିନୀ ଓ ସରକାର କାର୍ଯ୍ଯାଳୟ ଉପରେ ଆକ୍ରମଣ ପରି ମାମଲା ବି ରହିଛି।  ୨୦୨୩ ମେ ୯ ତାରିଖ ହିଂସାରେ ଇମରାନଙ୍କ ବିରୋଧରେ ଦାୟର ହୋଇଥିବା ୮ ମାମଲାରେ ତାଙ୍କର ଜାମିନକୁ ଅଗ୍ରାହ୍ୟ କରିଥିଲେ ଲାହୋର ହାଇକୋର୍ଟ। ଇମରାନଙ୍କୁ ଜାମିନ ଲାଗି ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଇମରାନଙ୍କ ପାକିସ୍ତାନ-ତେହରିକ-ଇ-ଇନସାଫ ପାର୍ଟି। ଗତ ଜୁଲାଇ ୨୯ରେ ମାମଲାର ଶୁଣାଣିକୁ ସ୍ଥଗିତ ରଖିଥିଲେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ତାହିୟା ଆଫ୍ରିଦିଙ୍କ ନେତୃତ୍ବରେ ଗଠିତ ୩ଜଣିଆ ଖଣ୍ଡପୀଠ ଇମରାନଙ୍କ ଜାମିନ ପ୍ରସଙ୍ଗରେ କରିବ ଶୁଣାଣି। ବର୍ତ୍ତମାନ ଇମରାନ ନ୍ୟାସନାଲ ଆକାଉଣ୍ଟବିଲିଟି ବ୍ୟୁରୋ ବା ଏନଏବି ହେପାଜତରେ ଅଛନ୍ତି। ଗତ ଏପ୍ରିଲ ୨୦୨୨ରେ ଇମରାନ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe