ଏହି ବିଜୟ ସହ ଭାରତ ନବମ ଥର ଟାଇଟଲ୍ ଜିତିଥିବା ବେଳେ ପାକିସ୍ତାନର ଟ୍ରଫି ସ୍ଵପ୍ନ ଧୂଳିସାତ ହୋଇଛି । ଚାମ୍ପିଅନ ହେବା ସହ ଭାରତୀୟବାସୀଙ୍କୁ ପୂଜା ଭେଟି ଦେଇଛନ୍ତି ସୂର୍ଯ୍ୟବାହିନୀ
ରବିବାର ଦୁବାଇ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ପାକିସ୍ତାନ ୧୪୬ ରନ୍ କରିଥିଲା । ପାକିସ୍ତାନ ପକ୍ଷରୁ ସାହିବଜାଦ ଫରହାନ୍ ସର୍ବାଧିକ ୫୭ ରନ୍ କରିଥିଲେ । ସେହିପରି ଭାରତ ପକ୍ଷରୁ କୁଲଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍ରା ଓ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
୧୪୭ ରନର ବିଜୟ ଲକ୍ଷ୍ୟ ପଡ଼ିଆକୁ ଆସିଥିବା ଭାରତ ଆରମ୍ଭରୁ ଓ୍ବିକେଟ ହରାଇ ଥିଲା । ମାତ୍ର ୨୦ ରନରେ ୩ଟି ଓ୍ବିକେଟ ହରାଇଥିଲା ଭାରତ । କିନ୍ତୁ ଏହା ପରେ ତିଳକ ବର୍ମା ଓ ସଞ୍ଜୁ ସାମସନ ଦମଦାର ପାର୍ଟନରସିପ୍ କରି ଭାରତକୁ ବିଜୟ ଆଡକୁ ନେଇଥିଲେ । ସଞ୍ଜୁ ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ଶିବମ ଦୁବେ ଓ ତିଳକ ବର୍ମା । ଶେଷରେ ତିଳକଙ୍କ ଦମଦାର ଅର୍ଦ୍ଧଶତକ ଓ ଦୁବେଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଭାରତ ୧୯.୪ ଓଭରରେ ଏହି ଲକ୍ଷ୍ୟ ହାସଲ କରିଥିଲା । ଭାରତ ପକ୍ଷରୁ ତିଳକ ବର୍ମା ଅପରାଜିତ ୬୯ ରନ୍ କରିଥିବା ବେଳେ ଦୁବେ ୩୩ ରନ ଦମଦାର ଇନିଂସ ଖେଳିଛନ୍ତି । ଏଥିସହ ଆଉ ୧୪ ଦିନରେ ପାକିସ୍ତାନକୁ ତୃତୀୟ ଥର ହରାଇଛି ଭାରତ । ଏହା ପୂର୍ବରୁ ଭାରତ ୨୦୨୩, ୨୦୧୮, ୨୦୧୬, ୨୦୧୦, ୧୯୯୫, ୧୯୯୦, ୧୯୮୮, ୧୯୮୪ରେ ଏସିଆ କପ୍ ଜିତିଥିଲା ।
Post a Comment