ଚତୁର୍ଥ ସ୍ଥାନରେ ମିର୍ଜା ଫୈଜ ଅହମ୍ମଦ କ୍ୱାଦ୍ରି, ପଞ୍ଚମ ସ୍ଥାନରେ ଚିନ୍ମୟ ସାହୁ, ଷଷ୍ଠ ସ୍ଥାନରେ ଅନ୍ତିମ ସ୍ୱାଇଁ, ସପ୍ତମ ସ୍ଥାନରେ ଶୈଳେଶ କୁମାର ଭୋଇ, ଅଷ୍ଟମ ସ୍ଥାନରେ ମହମ୍ମଦ ନାଜିଫ୍ ହାତିଫ୍ , ନବମ ସ୍ଥାନରେ ଚିନ୍ମୟ କୁମାର ପାଢୀ, ଦଶମ ସ୍ଥାନରେ ଅଛନ୍ତି ମିଲନ ମହାପାତ୍ର । ଶୀର୍ଷ 10 ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା । ସମସ୍ତ ଙ୍କୁ ତର୍ଜମା ପରିବାର ତରଫରୁ ଅଭିନନ୍ଦନ ଜଣାଉଛୁ।
ଦିନକୁ 12 ଘଣ୍ଟା ପରିଶ୍ରମ କରୁଥିଲି । ଦ୍ୱାଦଶରେ ଅଲ୍ ଇଣ୍ଡିଆ ଟପ୍ପର୍ ହୋଇଥିଲି । ପରିଶ୍ରମ ଓ ଭାଗ୍ୟ ସାଥ୍ ଦେଲା । ଟପ୍ପର ଖବର ଶୁଣି ମୁଁ ବିଶ୍ୱାସ କରିପାରିଲିନି ବୋଲି ପ୍ରତିକ୍ରିୟାରେ କହିଛନ୍ତି opsc ଟପ୍ପର୍ ପ୍ରିୟାଂଶୁ ପାଲ୍ ।
ବର୍ଷ 2023-24 ଫଳ ପ୍ରକାଶ ପାଇଛି । OPSC ମେନ୍ ପରୀକ୍ଷା 19.4.2025,20.04.2025,22.04.2025,24.04.2025,27.04.2025 ଏବଂ 15.05.2025 ରେ ଅନୁଷ୍ଠିତ ହୋଇଥିଲା । ସେହିପରି ସେପ୍ଟେମ୍ବର 6 ଓ 18 ତାରିଖରେ PI(personal interview) ଅନୁଷ୍ଠିତ ହୋଇଥିଲା ।
Post a Comment