//BREAKING//
Loading...

ଯୁବକଙ୍କୁ ଗୋଡାଇ ଗୋଡାଇ ଭୁଜାଲିରେ ହାଣି ଟଙ୍କା ଓ ମୋବାଇଲ ଲୁଟ୍


 

ତର୍ଜମା ନ୍ୟୁଜ ବ୍ୟୁରୋ :-  ମାତିଲେ ଏନଏଚ୍ ଲୁଟେରା । ଯୁବକଙ୍କୁ ଗୋଡାଇ ଗୋଡାଇ ଭୁଜାଲିରେ ହାଣି ଲୁଟ୍ ଅଭିଯୋଗ । ବାଲେଶ୍ବର ଜିଲ୍ଲା ଜଳେଶ୍ୱରର ଜମାଳପୁର ବାଇପାସ୍ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁବୃର୍ତ୍ତମାନେ ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି ।



ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଯୁବକଙ୍କ ଦୁଇ ହାତ ଓ ମୁଣ୍ଡକୁ ହାଣିବା ପରେ ଦୁବୃର୍ତ୍ତ ମାନେ ଫେରାର ହୋଇଯାଇଥିଲେ । ଗୁରୁତର ଯୁବକ ବାଣିଦା ଗାଁର ଅରୁଣ ମହାନ୍ତି । ହୋଟେଲରେ କାମ ସାରି ଘରକୁ ଫେରୁଥିବାବେଳେ ଆକ୍ରମଣ ହୋଇଛି । ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe