//BREAKING//
Loading...

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

 

 

ଭବାନୀପାଟଣା :ତା 4.10.2025 କଳାହାଣ୍ଡି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ)ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ସମସ୍ତଙ୍କୁ ସ୍ବାଗତ ଜଣାଇ ବୈଠକରେ ଆଲୋଚ୍ୟ କାର୍ଯ୍ୟସୂଚୀ ଆଲୋଚନା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ। କଳାହାଣ୍ଡି ଜିଲ୍ଲା ଏମ.ଭି. ରାଜସ୍ଵ ଆଦାୟ ପ୍ରୋଗ୍ରେସିଭ୍ ହାରରେ ଗତ ଅଗଷ୍ଟ ଓ ସେପ୍ଟେମ୍ବର ଦୁଇ ମାସ ମଧ୍ୟରେ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ 6.90 କୋଟି ରହିଥିବା ବେଳେ 6.50 କୋଟି ଆଦାୟ କରି ରାଜସ୍ଵ ଆଦାୟ ରେ କଳାହାଣ୍ଡି ଜିଲ୍ଲା ଆଗରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସାମନ୍ତରାୟ ସୂଚନା ଦେଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ, ଘାଟି ଅଞ୍ଚଳରେ ରାସ୍ତା ଖରାପ ଥିବା ଯୋଗୁଁ ବିଭିନ୍ନ ସମୟରେ ରାସ୍ତା ଦୁର୍ଘଟଣା ଘଟି ଲୋକଙ୍କ ର ପ୍ରାଣ ହାନି ହେଇଥିବା ରୁ ଖରାପ ଥିବା ରାସ୍ତା ଘାଟ ମରାମତି କାମ ତୁରନ୍ତ କରିବା ପାଇଁ ଅତିରିକ୍ତ ଜିଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାତୀବ୍ରିଜ୍କୁ କୁ ସଂଯୋଗ କରୁଥିବା ବାସ୍ତୁଗୁଡା ରାସ୍ତାର ଗାଡୱାଲ୍ ନଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟୁଛି। ସେହିପରି ଜୟପାଟଣା ନବରଙ୍ଗପୁର କୁ ସଂଯୋଗ କରୁଥିବା ରାସ୍ତା ଟୁଲୁଘାଟି ରାସ୍ତାର ଗାଡ଼ୱାଲ ନଥିବାରୁ ବହୁ ସମୟରେ ଦୁର୍ଘଟଣାର ଶୀକାର ହୋଇ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଜୟପାଟଣା ଠାରୁ ପରୁଆଗୁଡ଼ା ରାସ୍ତା, ତେମରା ଠାରୁ ବଡ଼ ଚେରର୍ଗାଁ, ବଡକୁଟୁରୁ ଠାରୁ ପାତ୍ରବସା ରାସ୍ତା, ଫର୍ଲିଝରଣ ଠାରୁ ଜାଖମ୍, ପିଡିସାଲ ଠାରୁ ଲାଞ୍ଜିଗଡ, ମୂଷପଳି ଠାରୁ ଚାରବାହାଲ ରାସ୍ତା, କଦଳୀ ଘାଟି ଲାଞ୍ଜିଗଡ ରାସ୍ତାର ଅବସ୍ଥା ବହୁତ୍ ଖରାପ ଥିବାରୁ ବିଭିନ୍ନ ସମୟରେ ଯାତ୍ରୀଙ୍କର ଦୁର୍ଘଟଣା ଘଟି ମୃତ୍ୟୁମୁଖରେ ପଡୁଛନ୍ତି, ଏହି ସବୁ ରାସ୍ତାର ଆବଶ୍ୟକ ମରାମତି, ଗାଡ଼ୱାଲ ର ନିର୍ମାଣ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ ଅତିରିକ୍ତ ଜିଲାପାଳଶ୍ରୀ ଦରୱାନ ପରାମର୍ଶ ଦେଇଥିଲେ। ସୂଚନା ଅନୁଯାୟୀ ଗତ ଅଗଷ୍ଟ ମାସ 2025 ରେ 32 ଟି ସଡକ ଦୁର୍ଘଟଣାରେ 21 ଜନଙ୍କ ର ପ୍ରାଣ ହାନି ଘଟିଛି, ସେହିପରି ଗତ ସେପ୍ଟେମ୍ବର ମାସରେ 23 ଟି ସଡକ ଦୁର୍ଘଟଣାରେ 14 ଜଣଙ୍କର ମୃତ୍ୟୁ ହୋଇଛି । 


ଗତ ଏହି ଦୁଇ ମାସ ମଧ୍ୟରେ ଘଟିଥିବା 55 ଟି ସଡକ ଦୁର୍ଘଟଣାରେ 41 ଟି ମୋଟର ସାଇକେଲ ଦୁର୍ଘଟଣା ରହିଛି। ଏସବୁ ଓଭର୍ ସ୍ପିଡ଼୍, ମଦ୍ୟପାନ, ବିନା ହେଲମେଟ ରେ ଗାଡି ଚାଳନା ଯୋଗୁ ଘଟିଛି। ହେଲମେଟ ଚେକିଂ କଡାକଡି କରିବା ସହିତ ସଡ଼କ ସୁରକ୍ଷା ଜୀବନ ରକ୍ଷା ନିୟମ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।ବିଶେଷ କରି ଶିକ୍ଷାନୁଷ୍ଠାନ ମାନଙ୍କରେ ସଡକ ସୁରକ୍ଷା ଆଇନ୍ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ, ଯୁବପିଢ଼ି ଙ୍କୁ ସଚେତନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ୍ ହେବା ପାଇଁ ପରାମର୍ଶ ଦିଆଯାଇଛି l ଆଂଚଳିକ ପରିବହ ବିଭାଗୀୟ କାର୍ଯ୍ୟ ର ଅଗ୍ରଗତି, ସଡ଼କ ସୁରକ୍ଷା, ଦୁର୍ଘଟଣା ଜନିତ ମୃତ୍ୟୁ, ଟ୍ରାଫିକ ସମସ୍ୟା, ବେପରୁଆ ଗାଡି ଚାଳକଙ୍କ ପାଇଁ ଦଣ୍ଡ ବିଧାନ, ସଡ଼କ ସୁରକ୍ଷା ନିୟମକୁ କଡାକଡି ପାଳନ ଦିଗରେ ସଚେତନତା କାର୍ଯକ୍ରମ ଇତ୍ୟାଦି ସମ୍ପର୍କରେ ଆଲୋଚନା କରଯାଇଥିଲା । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ଅବକାରୀ ଅଧୀକ୍ଷକ ରଞ୍ଜନ କୁମାର ନାୟକ, ଆଂଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଶିବାଜୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସୀଙ୍ଗ ରାଉତ, ଏମ୍ ଭି ଆଇ, ମିଥୁନ ପ୍ରଧାନ,କମିଟିର ସଦସ୍ୟ ଉମାଶଙ୍କର କର, ଶାନ୍ତନୁ କୁମାର ବେହେରା, ଜିଲ୍ଲା ବେସରକାରୀ ବସ୍ ଏସୋଷିଏସନ୍ ର କର୍ମକର୍ତ୍ତା, ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗୀୟ ଅଧିକାରୀ, ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe