ଭବାନୀ ପାଟଣା:---( ତର୍ଜମା ନ୍ୟୁଜ )
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମକୁ ନୂତନ ବ୍ଲକ୍ ଦାବିକରି ନୂତନ ବ୍ଲକ୍ ଗଠନ କମିଟି ପକ୍ଷରୁ ୧୩ଟି ଗ୍ରାମ ପଞ୍ଚାୟତକୁ ନେଇ ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ,ନର୍ଲା ବିଧାୟିକା ଓ ଡି.ପି.ଓ ଙ୍କୁ ଦିଆଯାଇଛି ।ଏଥିପାଇଁ ତା ୧୪/୧୦/୨୦୨୫ ରିଖ ମଙ୍ଗଳବାର ଦିନ ମିଳିତ କ୍ରିୟାନୁଷ୍ଠାନ କମିଟି ଏକ ଦଳ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।୧୩ଟି ଗ୍ରାମପଞ୍ଚାୟତକୁ ନେଇ ଏହି ନୂତନ ବ୍ଲକ୍ ଗଠନ କମିଟି ଗଠନ ହୋଇ ପଲମକୁ ନୂତନ ବ୍ଲକ୍ ଗଠନ ପାଇଁ ଦାବି କରି ସମସ୍ତ ପ୍ରକାର କାର୍ଯ୍ୟପନ୍ଥାର ପ୍ରସ୍ତୁତି ଆରମ୍ଭ କରି ଦାବି ଜଣାଇଛି ।ପ୍ରଥମେ ସଭାପତି ସରୋଜ ସେଠଙ୍କ ତତ୍ତ୍ଵାବଧାନରେ ପ୍ରଥମେ ଜିଲ୍ଲାପାଳ ,ତାପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ,ଡି.ପି.ଓ ଏବଂ ନର୍ଲା ବିଧାୟିକାଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ ।କିଛି ଦିନପରେ ମାନ୍ୟବର ବିଭାଗୀୟ ମନ୍ତ୍ରୀ ,ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ମାନ୍ୟବର ରାଜ୍ୟପାଳ ଓଡିଶା ସରକାରଙ୍କୁ ଦାବୀପତ୍ର ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଥିଲା ।ପଲମ ,ମୁଡିଙ୍ଗ୍ ,ଯୋରାଡବରା ,ସାପଲହରା ,ରେଗଡା ,ବେଲଖଣ୍ଡି ,ହାତିଖୋଜ ,ସିର୍ଜାପାଲି ,ତୁଣ୍ଡଲା ,ତୁର୍ଲାଖମନ ,ନୂନମାଠ ,ଟକର୍ଲା ,ଗିଗିନା ,ମସ୍କୁଟି ଆଦି ଗ୍ରାମପଞ୍ଚାୟତକୁ ନେଇ ପଲମରେ ନୂତନ ବ୍ଲକ୍ ଗଠନ ପାଇଁ ଦାବି କରିଛି ନୂତନ ବ୍ଲକ୍ ଗଠନ କମିଟି ।ପଲମରେ ଯଦି ନୂତନ ବ୍ଲକ୍ ଗଠନ ହୁଏ ତେବେ ଏହି ଗ୍ରାମପଞ୍ଚାୟତକୁ ସମସ୍ତ ପ୍ରକାର ସୁବିଧା ମିଳିବ ବୋଲି ସମର୍ଥନ ଜଣାଇଛନ୍ତି ଏହି ଗ୍ରାମପଞ୍ଚାୟତ ବାସୀ ।ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଜନସଂଖ୍ୟା ,ଭୌଗଳିକ ସ୍ଥିତି ,ସରକାରୀ ଜାଗା ପ୍ରତ୍ୟୋକ ଦୃଷ୍ଟିକୋଣରୁ ସମସ୍ତ ଗାଇଡଲାଇନ୍ ପୁରଣ କରିଥିବାରୁ ଏବଂ ୧୪ଗୋଟି ପଞ୍ଚାୟତର ମଧ୍ୟସ୍ଥ ସ୍ଥାନ ହୋଇଥିବାରୁ ପଲମ ନୂତନ ବ୍ଲକ୍ ଗଠନ ପାଇଁ ଦାବିଦାର୍ ବୋଲି ଆଲୋଚନା କରିବା ସହିତ ଆଗାମୀ ଦିନର କାର୍ଯ୍ୟଖସଡା ପ୍ରସ୍ତୁତି ମଧ୍ୟ ସରିଯାଇଛି ।ସୁଚନା ଅନୁସାରେ ୧୯୯୨ ମସିହାରେ ପୂର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ପଲମରେ ନୂତନ ବ୍ଲକ୍ ଗଠନ ପାଇଁ ପ୍ରତିଶୃତି ଦେଇଥିଲେ ।
ବର୍ତ୍ତମାନ ରାଜ୍ୟ ସରକାର ନୂତନ ବ୍ଲକ୍ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେଥିପାଇଁ ଏହି ଦାବି ପୁରଣର ଆଶା ଉଜ୍ଜୀବିତ ହୋଇଯାଇଛି ଏଣୁ ଏହି ଦାବି ପୂରଣ ପାଇଁ କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଛନ୍ତି ।ତୁଣ୍ଡଲା ସରପଞ୍ଚ ତଥା ନୂତନ ବ୍ଲକ୍ ଗଠନ କମିଟି ସଭାପତି ସରୋଜ ସେଠଙ୍କ ଆବାହନରେ ପ୍ରମୁଖ ପଲମକୁ ନୂତନ ବ୍ଲକ୍ ମାନ୍ୟତା ପାଇଁ ନିଜନିଜର ସମର୍ଥନ ଜଣାଇବା ସହ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ନିଜର ମତବ୍ୟକ୍ତ ଦେବା ସହ ଆଗେଇ ଆସିଛନ୍ତି ଅଞ୍ଚଳବାସୀ।ସଂପାଦକ ଦେବରାଜ ରଣା ,ସହ ସଂପାଦକ ରମେଶ ଚନ୍ଦ୍ର ମାଝୀ ,କୋଷାଧ୍ୟକ୍ଷ ଇଶ୍ଵର ମାଝୀ ଓ ବେଣୁଧର ମାଝୀ ଓ ପଲମ ଗ୍ରାମ ପଞ୍ଚାୟତର ସରପଞ୍ଚ ହେମକିଶୋର ନାଗ ,ଭୂବନେଶ୍ଵର ସାହୁ ,ଉମାଶଙ୍କର ମିଶ୍ର ,ବଳରାମ ଭୋଇ ,ପୁରନ୍ଦର ସାହୁ ,ମହେନ୍ଦ୍ର ଭୋଇ ,ମିଲନ ସାହୁ ,ଆର୍ତ୍ତତ୍ରାଣ ସିଂ ,ଲକ୍ଷାପତି ସାହୁ ,ଉଦ୍ଧବ ସାହୁ ,ନିତ୍ୟା ସାହୁ ,ପ୍ରଦ୍ୟୁମ୍ନ ସାହୁ ତଥା ୧୩ଟି ଗ୍ରାମ ପଞ୍ଚାୟତର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ତଥା ଗ୍ରାମପଞ୍ଚାୟତର ଶିକ୍ଷାବିତ୍ ,ଜନସାଧାରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।ପଲମକୁ ରାଜ୍ୟସରକାର ନୂତନ ବ୍ଲକର ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଏହି ଦାବି ଜାରିରହିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।
Post a Comment