//BREAKING//
Loading...

ଭବାନୀପାଟଣା ଠାରେ 19ତମ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜା୍ନୋତ୍ସବ


 

ଭବାନୀ ପାଟଣା:---( ତର୍ଜମା ନ୍ୟୁଜ)

  ଗତ 22 ଓ 23ତାରିଖ ରେ କଳାହାଣ୍ଡି କରଣ ସମାଜ ତରଫରୁ ଦୁଇଦିନ ବ୍ୟାପି ସ୍ଥାନୀୟ ଭବାନୀପାଟଣା ସ୍ଥିତ ସମାଜ ତରଫରୁ ନୂତନ ଭାବରେ ନିର୍ମାଣ କରାଯାଇଥିବା ପ୍ରଭୁ ଚିତ୍ରଗୁପ୍ତ ଙ୍କ ଭବ୍ୟ ମନ୍ଦିର ଠାରେ 19 ତମ ଶ୍ରୀ ଶ୍ରୀ ଚିତ୍ରଗୁପ୍ତଙ୍କ ପୂଜା୍ନୋତ୍ସବ ମହା ଅIଡ଼ମ୍ବରରେ ପାଳିତ ହୋଇଯାଇଅଛି I କଳାହାଣ୍ଡି କରଣ ସମାଜର ଜିଲ୍ଲା ସଭାପତି ରାମ ଶଙ୍କର ଦାସ ଏବଂ ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଏହି 19ତମ ଚିତ୍ରଗୁପ୍ତ ପୂଜାଟି ହୋଇଅଛି I 


    ପ୍ରଥମ ଦିବସର ସନ୍ଧ୍ୟIରେ ସମାଜର ଶହ ଶହ ମହିଳାମାନଙ୍କ ଦ୍ୱାରା କଳସ ଯାତ୍ରାରେ ସହର ପରିକ୍ରମା କରିଥିଲେ I ଭବାନୀ ଶଙ୍କର ମନ୍ଦିର ସମ୍ମୁଖ ପୁରୁସ୍ତମ ସାଗର ଠାରୁ ପାଣି ଆଣିବାପରେ ପୂଜାବିଧି ଆରମ୍ଭ ହୋଇଥିଲା I ଏହିବର୍ଷ କର୍ତ୍ତା ଭାବରେ ସୁଶ୍ରୀ ସବିତା ପଟ୍ଟନାୟକ ରହିଥିଲେ I ଏହି ପୂଜା ନିମନ୍ତେ ସମାଜର ଛାତ୍ର, ଛାତ୍ରୀ, ମହିଳା ଏବଂ ପୁରୁଷବର୍ଗର ବିଭିନ୍ନ ପ୍ରତିଯୋଗୀତା ମାନ ସମାଜ ତରଫରୁ ଆୟୋଜନ କରାଯାଇଥିଲା I ଏବଂ କୃତି ପ୍ରତିଯୋଗୀମାନଙ୍କୁ ପ୍ରଥମ ଦିବସରେ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ୍ୟ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କ ଦ୍ୱାରା ମଞ୍ଚ ଉପରେ ପୁରସ୍କୃତ କରାଯାଇଥିଲା I ଏହାପରେ କୁନିକୁନି ପୁଅ ମାନଙ୍କ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା I

     


  ଉତ୍ସବର ଦ୍ଵିତୀୟ ଦିବସରେ ସନ୍ଧ୍ୟାରେ କୃତି ପ୍ରତିଯୋଗୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ର ଛତ୍ରପୁରରୁ ପୂର୍ବତନ ସର୍ବଭାରତୀୟ ବ୍ୟାଙ୍କ ସଂଘର ଆବାହକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଉପସ୍ଥିତ ରହିଥିବାବେଳେ କଳାହାଣ୍ଡି କରଣ ସମାଜର ଜିଲ୍ଲା ସଭାପତି ରାମ ଶଙ୍କର ଦାସ, ଜିଲ୍ଲା ସମ୍ପାଦକ ପ୍ରଦୀପ ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଟା କାଳୀ ପ୍ରସାଦ ପଟ୍ଟନାୟକ, ମହିଳା ମଣ୍ଡଳୀର ଅIବାହିକା ସୁଶ୍ରୀ ସବିତା ପଟ୍ଟନାୟକ ଏବଂ ଯୁବ ସମାଜର ଆବାହକ ପ୍ରଦୀପ କୁମାର ଦାସ  ମଂଚାସୀନ ରହିଥିଲେ I ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବାବେଳେ ସାଙ୍ଗଠନିକ ସମ୍ପାଦକ ଦେବାଶିଷ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ I ଲଳିତ ପଟ୍ଟନାୟକ ଓ ରୁବି ମହାନ୍ତି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ I ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ କଳାହାଣ୍ଡି କରଣ ସମାଜ ପ୍ରତି ଅତ୍ୟନ୍ତ ଖୁସି ହୋଇ ଏହାର ଏକ ପ୍ରାଥମିକ ସଦସ୍ୟ ହେବାକୁ ଅନୁରୋଧ ରଖିଥିଲେ ଏବଂ ସମାଜକୁ ଆହୁରି ସୁଦୃଢ କରିବାକୁ କର୍ଣ୍ଣମନ୍ତ୍ର ଦେଇଥିଲେ I ଅନ୍ୟାନ୍ୟ ଅତିଥିଗଣ ଦୀର୍ଘ 19 ବର୍ଷର ଅନୁଭୂତି ସର୍ବସମ୍ମୁଖରେ ରଖିଥିବାବେଳେ ଯୁବସମାଜ ର ଆବାହକ ପ୍ରଦୀପ କୁମାର ଦାସ ମଂଚାସୀନ ସମସ୍ତ ଅତିଥିମାନଙ୍କୁ ସେମାନଙ୍କର ସମାଜ ପ୍ରତି ଅବଦାନ, ନିଷ୍ଠା,ଓ ତ୍ୟାଗ ପାଇଁ ସମାଜ ତରଫରୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞ୍ୟାପନ କରିଥିଲେ ଏବଂ ସମାଜର ଯୁବକ ମାନଙ୍କୁ ସମାଜ ପ୍ରତି ପ୍ରତିବଦ୍ଧତା ରହିବା ପାଇଁ ଆହ୍ୱାନ ଜଣାଇଥିଲେ I ଏବଂ ମନ୍ଦିର ପାଇଁ ସହଯୋଗ କରିଥିବା ସମସ୍ତ ରାଜନେତାମାନଙ୍କୁ, ଆର୍ଥିକ ସାହାଯ୍ୟ କରିଥିବା କରଣ ସମାଜର  ବ୍ୟକ୍ତି ବିଶେଷ ମାନଙ୍କୁ ତଥା ବିଭିନ୍ନ ସମାଜ ଓ ଅନୁଷ୍ଠାନ ର ସହୃଦୟବାନ ବ୍ୟକ୍ତିବିଶେଷ ମାନଙ୍କୁ ମନ୍ଦିର ନିର୍ମାଣ ପାଇଁ ଦେଇଥିବା ଆର୍ଥିକ ଅନୁଦାନ ପାଇଁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞ୍ୟାପନ କରିଥିଲେ I ଜିଲ୍ଲା ର ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ସେମାନଙ୍କର କରଣ ସମାଜ ପ୍ରତି ବିଗତ ଦିନ ମାନଙ୍କରେ ସେମାନଙ୍କ ଲେଖନୀ ମାଧ୍ୟମରେ ସହଯୋଗ କରିଆସୁଥିବାରୁ ଅଶେଷ ଧନ୍ୟବାଦ ଜଣାଇଥିଲେ I ସେହିପରି  ଚିତ୍ତରଞ୍ଜନ ଦାସ, ନରହରି ପଟ୍ଟନାୟକ, ଯୁଗଳ କିଶୋର ପଟ୍ଟନାୟକ, ଲଳିତ ମହାପାତ୍ର, ରବିନ୍ଦ୍ରନାଥ ପଟ୍ଟନାୟକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରୁ ହିମାଂଶୁ ପଟ୍ଟନାୟକ, କାଳିନ୍ଦୀ ପଟ୍ଟନାୟକ, ମନୋଜ ପଟ୍ଟନାୟକ,ଅର୍ଜୁନ ପଟ୍ଟନାୟକ, ମକରନ୍ଦ ପଟ୍ଟନାୟକ, କୁମୁଦ ସାହାଣୀ, ମାନସ ରଞ୍ଜନ ଦାସ, ମନୋରଞ୍ଜନ ଦାସ, କୈଳାସ ପଟ୍ଟନାୟକ,ତୁଷାର ପଟ୍ଟନାୟକ, ଅମୀୟ ସାହୁ, ସୀମା ପୂରସେଠ, ଫକୀର ମହାନ୍ତି, ଦିବ୍ୟ ବହିଦାର,ନଳିନ ପଟ୍ଟନାୟକ, ଅଶୋକ ପଟ୍ଟନାୟକ,  ଭବାନୀ ଶଙ୍କର ପଟ୍ଟନାୟକ,ତୁଳସୀ ରାଜ ପଟ୍ଟନାୟକ, ମାନସ ମହାନ୍ତି, ଅରବିନ୍ଦ ପଟ୍ଟନାୟକ, ଶିବପ୍ରସାଦ ମହାନ୍ତି, ସୁରେନ୍ଦ୍ର ପଟ୍ଟନାୟକ, ଶିବ ପ୍ରସାଦ ପଟ୍ଟନାୟକ, ପ୍ରିୟେଶ ପଟ୍ଟନାୟକ, ଯଶୋବନ୍ତ ପଟ୍ଟନାୟକ(ଡିସୁ ),ରାକେଶ ପାତ୍ର, ସ୍ୱାଧୀନ ପଟ୍ଟନାୟକ, ସୁନିଲ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ସଦସ୍ୟ ଗଣ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ I ସେହିପରି ସୁଶ୍ରୀ ସଂଘମିତ୍ରା କାନୁନଗୋ, ରଚିତା ମହାନ୍ତି, ଜ୍ୟୋତିରାଣୀ ଦାସ, ବସନ୍ତ ପଟ୍ଟନାୟକ, ଦମୟନ୍ତୀ ଦାସ, ପ୍ରୀତି ପଟ୍ଟନାୟକ, ନୁପୁର ପଟ୍ଟନାୟକ, ମିଲି ପଟ୍ଟନାୟକ, ଅନୁରାଧା ବହିଦାର, ରୀନା ପଟ୍ଟନାୟକ, ସୁପ୍ରଭା ପଟ୍ଟନାୟକ ଏବଂ ଅନ୍ୟାନ୍ୟ ସଦସ୍ୟା ବୃନ୍ଦ ବିଭିନ୍ନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ I ମୁଖ୍ୟ ପୂଜକ ଭାବରେ ମଙ୍ଗଳୁ ମିଶ୍ର ପୂଜାବିଧି ସଫଳ ଭାବରେ କରିଥିବାବେଳେ ସୁମନ୍ତ ହୋତା ଏବଂ ବୁଲୁ ତାଙ୍କୁ ସହଯୋଗ କରିଥିଲେ I

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe