//BREAKING//
Loading...

ସତ୍ୟ ଘଟଣା ର ଶ୍ରୁତି "କୁଳାଙ୍ଗାର ପୁଅ""

 "କୁଳାଙ୍ଗାର ପୁଅ"


ଅନେକ ବର୍ଷ ତଳର ଏକ ସତ୍ୟ ଘଟଣା କେଜାଣି କାହିଁକି ଆଜି ମନେ ପଡ଼ିଲା । ଅବିଭକ୍ତ କଳାହାଣ୍ଡି ଜିଲ୍ଳାର ପଡୋଶୀ ଛତିଶ ଗଡ଼ ସୀମାନ୍ତ ଗ୍ରାମ ରେ ଜଣେ ଚାଷୀ, ନିଜର ଏକ ମାତ୍ର ପୁତ୍ର ର ଭବିଷ୍ୟତ ଗଠନ ପାଇଁ ପ୍ରତିକୁଳ ପରିସ୍ଥିତି ରେ ପେଟ ର ଭୋକ ତୁଣ୍ଡ ରେ ମାରି ନିଜେ ଫଟା, କପଡ଼ା ପିନ୍ଧି, ପେଟ କୁ ମାରି ପୁଅ କୁ ମାଟ୍ରିକ ପର୍ଯ୍ୟନ୍ତ ପଢେଇଲେ । ସେ ସମୟ ରେ ସରକାରୀ ଚାକିରୀ ସହଜରେ ମିଳୁ ଥିଲା ଓ ଭାଗ୍ୟକୁ ପୁଅ କୁ ପୋଷ୍ଟ ଅଫିସରେ ଚାକିରୀ ମିଳି ଗଲା । ପ୍ରଥମ ନିଯୁକ୍ତି କଳାହାଣ୍ଡି ଜିଲ୍ଳାର  ଏକ ସହର ରେ  ମିଳିଗଲା ଓ ସହର ର ଦୁରତ୍ଵ ଗ୍ରାମ ରୁ ପ୍ରାୟ ୧୨୦ କି: ମି: । ବସ ରେ ଯିବା ପାଇଁ ପ୍ରାୟ ୩୦କି: ମି: ପାଦ ରେ ଚାଲି ଦୁଇଟି ବଡ ନଦୀ ଓ ଚାରିଟି ବଡ ନାଳ ପାର ହୋଇ ଯିବାକୁ ପଡେ। ମାଟି ରାସ୍ତା, ଆଣ୍ଠୁଏ କାଦୁଅ ପଚ୍ ପଚ୍ ରାସ୍ତା ପାରିହେଲେ ୮୦କି: ମି: ସରକାରୀ ବସ ରେ ଯିବାକୁ ହୁଏ । ଚାକିରୀ ର ପନ୍ଦର ଦିନ ପରେ  ବାପା ଏତେ ଦୂର ରେ ପୁଅ କେମିତି ରହୁଥିବ ଚିନ୍ତା ରେ ଟିକେ ଦେଖି ଯିବାକୁ   ମନସ୍ଥ କରି ଚାଉଳ, ଓ ଅନ୍ୟାନ୍ୟ ସାମଗ୍ରୀ ଓ କିଛି ଟଙ୍କା ଧାର କରଜ ମାଗି କାନ୍ଧ ରେ ବୋହି ଗଲେ ।୩୦ କି: ମି: ଏତେ ସାମଗ୍ରୀ ବୋହି ଯିବାକୁ ସନ୍ଧ୍ୟା ହେଇ ଗଲା ଓ ବସ ମଧ୍ଯ ନ ଥିଲା । ରାତି ରେ ପାଣି ପିଇ ଭୋକ ରେ  ଶୋଇ ଗଲେ ଏକ ଗଛ ମୂଳ ରେ ସକାଳେ ବସ ପାଇ ଯାଇ ପହଞ୍ଚିଲେ ପୁଅ ପାଖ ରେ, ପୁଅ ର ଠିକଣା ନ ଥିଲା, ୟା କୁ ତାକୁ ପଚାରି ପହଞ୍ଚିଲେ ପୋଷ୍ଟ ଅଫିସ ବାରଣ୍ଡା ରେ । ଚାରି ଆଡେ଼ ବୁଲି ଝର୍କା ପଟୁ ଦେଖିଲେ ନିଜ ପୁଅ କୁ । ଝର୍କା ପାଖରେ ବସି ଥିବା ଅନ୍ୟ ଏକ କର୍ମଚାରୀ ଙ୍କୁ ପୁଅ ର ନାଆଁ ଧରି କହିଲେ ମୋ ପୁଅ କୁ ଟିକେ କହି ଦିଅ ତାର ବାପା ଆସିଛି । ପୁଅ କିନ୍ତୁ ବାରଣ୍ଡା ଆଡ଼କୁ ଦେଖୁ ନ ଥାଏ। ଖବର ପାଇ ପୁଅ ଆସିବାକୁ ଉଦ୍ୟତ ହେବା ବେଳେ ଅନ୍ୟ ଜଣେ ପଚାରିଲେ କିଏ ଜଣେ ଆସିଛନ୍ତି କିଏ କି? ପୁଅ ର ପାଟି ରୁ ବାହାରିଲା ଆମ ହଲିଆ( ଚାକର) ଆସିଛି । ବାପା ପୁଅ ର କଥା ଶୁଣି ଦେଲେ । କିଛି ସମୟ ପରେ ପୁଅ ଆସିଲା , ବାପା କିଛି କହିଲେ ନାହିଁ ଆଣି ଥିବା ଚାଉଳ, ସାମଗ୍ରୀ, ଓ ଧାର କରି ଆଣି ଥିବା ଟଙ୍କା ହୃଦୟ ର କୋହ କୁ ଚାପି ନିରବ ରେ ଦେଇ ଦେଲେ ପୁଅକୁ । ପାଟି ରୁ ବାହାରି ଗଲା ମୁଁ ଯାଉଛି ଓ ଚାଲି ଆସିଲେ ।ପାଖ ରେ ଟଙ୍କା ଟିଏ ମଧ୍ୟ ନ ଥିଲା । ଚିହ୍ନା ପରିଚୟ ମଧ୍ୟ କେହି ନ ଥିଲେ ।୧୨୦ କି: ମି : ରାସ୍ତା ଭୋକ ଉପାସ ରେ ଦୁଇ ଦିନ ଓ ଗୋଟିଏ ରାତି ଚାଲି ଚାଲି ଆସି ଭୋର୍ ସକାଳୁ ପହଞ୍ଚିଲେ ନିଜ ଗାଆଁ ମୁଣ୍ଡ ରେ । ଗୋଟିଏ ପଟେ ଭୋକ, ଜୀବନ ତମାମ କରି ପୁଅ ପାଇଁ କରି ଥିବା  ତ୍ୟାଗ, ତପସ୍ୟା ର ଶ୍ରୁତି କୁ ମନେ ପକାଇ  ଏକ ଗଛ ମୂଳରେ ବସି ଯାଇ ଅନେକ କାନ୍ଦିଲେ ମୁଣ୍ଡ ରେ ହାତ ଦେଇ। ପତ୍ନୀ ନ ଥିଲେ ନିଜେ ମାଆ ଓ ବାପା ଭାବେ ତପସ୍ୟା  ତ୍ୟାଗ କରି  ଶେଷ ରେ ପୁଅ ନିଜ ସାଙ୍ଗ ପାଖ ରେ ଚାକର କହି ଥିବା ଶବ୍ଦ ତାଙ୍କ ମନ, ମସ୍ତିସ୍କ, ହୃଦୟ କୁ ଖିନ୍ନ ଭିନ୍ନ କରି ଦେଉ ଥାଏ । ହତାଟ ଟଳି ପଡିଲେ ସବୁଦିନ ପାଇଁ ନିଜ ଗାଆଁ ମୁଣ୍ଡ ରେ ଥିବା ଗଛ ମୂଳ ରେ । ସୂର୍ଯ୍ୟ ଉଦୟ ହେବା ପରେ ଗାଆଁ ଲୋକ ଦେଖିଲେ ଗଛ ମୂଳେ ଚିର ଦିନ ପାଇଁ ଆଖି ବୁଜି ଦେଇ ଛନ୍ତି ଗାଆଁ ର ଜଣେ ତ୍ୟାଗୀ ,  ଯାହାଙ୍କ ସ୍ଵପ୍ନ ପୁଅର ଗୋଟିଏ ଶବ୍ଦ ରେ ଛାରଖାର କରିଦେଲା ।ସମ୍ପର୍କୀୟ ମାନେ ଆସି ନେଇଗଲେ ଘର କୁ। ପୋଲିସ ଷ୍ଟେସନ ରେ ଭି ଏଚ ଏଫ୍ ଜରିଆରେ ଖବର ଦେଲେ ପୁଅକୁ । ନିର୍ଲଜ ପୁଅ ଆସି ବାପା ର ଶେଷ କୃତ୍ୟ ସଂପନ୍ନ କଲା । ବାପା ଛାଡ଼ି ଯାଇ ଥିବା ଘର, ଅପର୍ଯ୍ୟାପ୍ତ ଜମି, ସମ୍ପତ୍ତି ର ମାଲିକ ହେବା ସହ ପରବର୍ତ୍ତୀ ସମୟରେ ପୋଷ୍ଟ ମାଷ୍ଟର ଭାବରେ ଅବସର ଗ୍ରହଣ କଲା । ଅନେକ ବର୍ଷ  ହେଲା  ବାପା କୁ ଚାକର କହି ଥିବା କୁଳାଙ୍ଗାର ପୁଅ ନାହିଁ କିନ୍ତୁ ପୁଅ ର ଗୋଟିଏ ଶବ୍ଦ ବାପା ର ଜୀବନ ର ସମସ୍ତ ସାଧନା କୁ ସବୁଦିନ ପାଇଁ  ଶେଷ କରିଦେଲା କିନ୍ତୁ ପୁଅ ଜୀବନ ତମାମ ତା ପାଟି ରୁ ଵାପା ପ୍ରତି ବାହାରି ଥିବା ଚାକର ଶବ୍ଦ ପାଇଁ ପ୍ରାୟଶ୍ଚିତ ଟିକିଏ ମଧ୍ଯ କରି ନ ଥିଲା ।

 ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଏବଂ ସ୍ଥାନ, ନାମ ଦେଇ ନ ପାରିବାରୁ ମୁଁ ଆପଣ ମାନଙ୍କ  ନିକଟରେ ଦୁଃଖିତ ।🙏🙏🙏😭😭😭



ମହମ୍ମଦ ଅଲ୍ଲୀ ଖାଁ, ବରିଷ୍ଠ ସାମ୍ବାଦିକ, ମୁଖ୍ୟ ସମ୍ପାଦକ

                       "ତର୍ଜମା"

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe