//BREAKING//
Loading...

ବିଜୁ ବାବୁ ଙ୍କ ସ୍ବପ୍ନ ର ଇକୋଲୋଜି ପାର୍କ ସ୍ବପ୍ନ ରେ ରହି ଗଲା ।

 ବିଜୁ ବାବୁ ଙ୍କ ସ୍ବପ୍ନ ର ଇକୋଲୋଜି ପାର୍କ ସ୍ବପ୍ନ ରେ ରହି ଗଲା ।


 





ଭବାନୀ ପାଟଣା... ଜୁନାଗଡ଼ NH 26 ରିଲାଏନ୍ସ ପେଟ୍ରୋଲ ପମ୍ପ କୁ ଲାଗି ବିଜୁ ବାବୁ 1962 ରେ ଏୟାରପୋର୍ଟ କରିବା ପାଇଁ ଏକ ବିରାଟ ଭୂଖଣ୍ଡ (ଜମି) କିଣି ରଖି ଥିଲେ । ଏବଂ ଜଣ କୁ ପାୱାର ଅଫ ଏଟର୍ନୀ ଦେଇ ରକ୍ଷଣା ବେକ୍ଷଣ ଦାଇତ୍ୱ ଦେଇଥିଲେ । ଅନେକ ବର୍ଷ ବିତି ଗଲା , ବିଜୁ ବାବୁ ଭୁଲି ଗଲେ କଳାହାଣ୍ଡି ରିଷି ଗାଁ ର ଜମି ଓ ଏଆର ର୍ପୋର୍ଟ ନିର୍ମାଣସମ୍ପର୍କ ରେ , କାରଣ  ଉତ୍କେଲା ରେ ଏଆରପୋର୍ଟ ନିର୍ମାଣ ସରକାର କରି ଦେଲେ।ଏହାର ସୁଯୋଗ ନେଇ କେୟାର ଟେକର ପାୱାର ଅଫ ଏଟର୍ଣି ର ସୁଯୋଗ ନେଇ ପ୍ଲଟିଂ କରି ବିକ୍ରି କରିବା ପାଈଁ ଉଦ୍ୟମ ଆରମ୍ଭ କଲେ । ଘଟଣା ଲୋକ ଲୋଚନ କୁ ଆସିଲା । ଏ ସଂପର୍କ ରେ ବିସ୍ତୃତ ଘଟଣା ଚିଠି ଜରିଆରେ ତାଙ୍କ ନିକଟ ତମ ଦୃଢ଼ ସମର୍ଥକ ସ୍ବର୍ଗତ ଗଙ୍ଗାଧର ହୋତା ଜଣାଇ ଥିଲେ । ବିଜୁ ବାବୁ ଉକ୍ତ ଚିଠି ପାଇ ଗୁରୁତ୍ବ ଦେବା ସହ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଏକ ବିରାଟ କାର୍ଯ୍ୟକ୍ରମ କରି ସେହି ଜାଗା ରେ ସଭା କରି ଜିଲ୍ଲାପ୍ରଶାସନ ଓ ସରକାର ଙ୍କୁ ଦାନ ଦେଇ ଜିଲ୍ଲାବାସୀଙ୍କ ପାଇଁ ଏକ ପାର୍କ କରିବା ପାଇଁ ଇଚ୍ଛା କରି ଥିଲେ ।ପ୍ରଶାସନ କିଛି ଉଦ୍ୟମ କରି କିଛି ସେଚ୍ଛା ସେବୀ ସଂଗଠନ, ମାନଙ୍କୁ ନେଇ ରାସ୍ତା କଡ଼ରେ ନାମକୁ ମାତ୍ର ପାର୍କ ର ଗଛ ଲଗେଇବା ଫାର୍ସ କଲେ । ଅବଶିଷ୍ଟ ବିରାଟ ଭୂଖଣ୍ଡ ସେହି ପରି ପଡ଼ି ରହିଲା । ପାର୍କ ପଛ ଜମି ରେ ବର୍ତ୍ତମାନ ଟାଟା ପାୱାର ର ଷ୍ଟକଚର୍ ନିର୍ମାଣ ହୋଇଛି । ପର୍ଯ୍ୟଟନ କାର୍ଯ୍ୟାଳୟ ମଧ୍ୟ ହୋଇଛି । ଏବଂ ଏବେ ବି ବିରାଟ ଭୂଖଣ୍ଡ ପଡ଼ିଛି । ପ୍ରଶ୍ନ ଉଠେ ବିଜୁ ବାବୁ ଙ୍କ ବ୍ୟକ୍ତିଗତ ଜମି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟ ରେ ଉତ୍ସର୍ଗ କରି ଥିଲେ । ପ୍ରଶାସନ କେଉଁ ଅଧିକାର୍ ବଳ ରେ ବିଜୁ ବାବୁ ଙ୍କ  ନିଜର ଶେଷ ଇଚ୍ଛା କରି ଦେଇଥିବା ବ୍ୟକ୍ତିଗତ  ଦାନ ଜମି କୁ ନିଜର ମନ ଇଚ୍ଛା ବ୍ୟବହାର କରିବା ସହ ଟାଟା ପାୱାର କୁ ବିଦ୍ୟୁତ୍ ସବ -   ଷ୍ଟେସନ ନିର୍ମାଣ ପାଇଁ ଟେକି ଦେଲେ ତାହା ଆଜି ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଭବାନୀ ପାଟଣା ସହର ର ୨୮୦ ଏକର ରୁ ଅଧିକ ସରକାରୀ ଜମି ( ଅନାବାଦୀ, ଜଳଚର, ଗୋଚର, ଗ୍ରାମ୍ୟ ଜଙ୍ଗଲ ଜମି, ) ପ୍ରଭୃତି ଜବର ଦଖଲ କାରି ଙ୍କ କବଳ ରେ ରହିଛି । ଯାହାକି ସହର ବାହାରୁ, ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ଆସି ଜବର ଦଖଲ କରି ଛନ୍ତି ଏଥି ସହ ସହର ର ଅନେକ  ପ୍ରତିଷ୍ଠିତ ବ୍ୟକ୍ତି, ସମାଜ ସେବୀ ମାନେ ମଧ୍ୟ ଏ ଜବର ଦଖଲ ରେ ସାମିଲ ଅଛନ୍ତି । ତେବେ ବ୍ୟକ୍ତିଗତ ଜମି କୁ ଜିଲ୍ଳା ବାସୀ ଙ୍କ ପାଇଁ ସମର୍ପି ଥିବା ବିଜୁ ବାବୁଙ୍କ ଇଚ୍ଛା କୁ କୁଠାରଘାତ କରି ପ୍ରଶାସନ ତାର ମନ ଇଛା ବ୍ୟବହାର ବିଜୁ ବାବୁ ଙ୍କ ନିଜ ଇଛା ପ୍ରତି ଅପମାନ ଅଟେ । ବିଜୁ ପ୍ରେମୀ ମାନଙ୍କୁ ଓ ଜିଲ୍ଲା ବାସି ଙ୍କୁ ଅନୁରୋଧ ଏ ସଂପର୍କ ରେ ପ୍ରଶାସନର ମନ ଇଛା ବିଜୁ ବାବୁ ଙ୍କ ନିଜସ୍ଵ ଜମି ଲୁଟ ର ତର୍ଜମା କରି ବିଜୁ ବାବୁ ଙ୍କ ଇଚ୍ଛା ପୂରଣ କରନ୍ତୁ।


ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ, ମୁଖ୍ୟ ସମ୍ପାଦକ,

    " ତର୍ଜମା ନ୍ୟୁଜ"

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe