ତା--୧୮-୦୯-୨୦୨୦ କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତରେ ପୋଲିସ ପକ୍ଷରୁ ମିଳିତସର୍ଚ୍ଚ ଅପରେସନ ଜାରି--ବିପୁଳ ପରିମାଣର ମାଓସାମଗ୍ରୀ ବନ୍ଧୁକ ଗୁଳି ଜବତ ।
କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତରେ ମଦନ ପୁର ରାମପୁର ଥାନା ଅନ୍ତର୍ଗତ ଜାରକା ରିଜର୍ଭ ଜଙ୍ଗଲ ଓ ବୁରହାନି ରିଜର୍ଭ ଜଙ୍ଗଲ ରେ ଗତ ୧୫ ଓ ୧୬ ତାରିଖ ଦୁଇଦିନ ଧରି ଉଭୟ ଜିଲ୍ଲା ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିଲେ ।ଏହି ସର୍ଚ୍ଚ ଅପରେସନ ରେ କନ୍ଧମାଳ ଜିଲ୍ଲା ପଟୁ ଦୁଇ ବାଟାଲିୟନ ଫୋର୍ସ ଏବଂ କଳାହାଣ୍ଡି ଜିଲ୍ଲା ପଟୁ ୩ ବାଟାଲିୟନ ଏସଓଜି ଫୋର୍ସ,୨ ବାଟାଲିୟନ ସିଆରପିଏଫ ଓ ୨ ବାଟାଲିୟନ କୋବ୍ରା ଫୋର୍ସ ସାମିଲ ହୋଇଥିଲେ ।ଉଭୟ ପଟୁ ଘଂଚ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ସମୟରେ ୨୦ ରୁ୨୫ ମାଓବାଦୀ ଥିବା ଅନୁମାନ କରିଥିଲେ । ମାଓବାଦୀ ମାନଙ୍କ ତରଫରୁ ପ୍ରଥମେ ପୋଲିସ ଉପରେ ଆକ୍ରମଣ କରିଥିଲେ ।ପୋଲିସ ପକ୍ଷରୁ ଉଭୟ ପଟ ସୀମାନ୍ତରୁ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ବର୍ଷଣ କରାଯାଇଥିଲା ।ଫଳରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିବା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପୋଲିସ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ସମୟରେ ଘଞ୍ଚ ଜଙ୍ଗଲ ମଧ୍ୟରୁ ଗୋଟିଏ ଇନସାସ ରାଇଫଳ, ୯ ଗୋଟି ୫.୫୬ ମି ମି ଗୁଳି, ଗୋଟିଏ ମାଓ ଡ୍ରେସ, ୨ ଟି ମେଗାଯିନ, ଗୋଟିଏ କଲା ବେଲ୍ଟ, ମାଓ ପ୍ରଚାରପତ୍ର, ଗୋଟିଏ ଏମୁନେସନ ପାଉଚ,୩ ଟି ହାବର ସକ, ଏଲିକ୍ଟ୍ରି ତାର ବେଟେରୀ ସମେତ ଅନ୍ୟାନ୍ୟ ଔଷଧ ସାମଗ୍ରୀ ଜବତ କରାଯାଇଛି ।ଉଭୟ ଜିଲ୍ଲା ପୋଲିସ ପକ୍ଷରୁ କୁମ୍ବିଙ୍ଗ ଅପରେସନ କୁ ଜୋରଦାର କରାଯାଇଛି ।କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଏହି ସାମ୍ବାଦିକ ସମ୍ମିଳନୀରେ ମାଓବାଦୀ ମାନେ ରାଜ୍ୟ ସରକାର ଓ ପୋଲିସ ନିକଟରେ ଆତ୍ମସମ୍ପର୍ପଣ କରିବା ପାଇଁ ଅପିଲ କରିବା ସହ ସରକାର ଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ୬୪ ସିଆରପିଏଫ ବାଟାଲିୟନ କମାଣ୍ଡର ବିପ୍ଳବ ସରକାର ଓ କୋବ୍ରା ବାଟାଲିୟନ ର ଡେପୁଟି କମାଣ୍ଡର ପଙ୍କଜ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
କଳାହାଣ୍ଡିରୁ ମହମ୍ମଦ ଅଲ୍ଲୀ ଙ୍କ ରିପୋର୍ଟ ।
Post a Comment