ଆଜି
ପ୍ରୋଗ୍ରେସିଭ ଯୁଥ୍ ଅଫ କଳାହାଣ୍ଡି ସଂଗଠନ ତରଫରୁ ଭବାନୀପାଟଣା ଗାନ୍ଧୀ ଛକଠାରେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା କୁ ଦାହ କରାଯାଇଛି । ବୈଜୟନ୍ତ ପଣ୍ଡା ସୋସିଆଲ ମିଡିଆ ରେ ଓଡିଶା ଭଳି ଏକ ଶାନ୍ତି ପ୍ରିୟ ରାଜ୍ୟ କୁ ପାକିସ୍ତାନ ସହ ତୁଳନା କରିବା ଘଟଣା କୁ ସଂଗଠନ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି । ସୋସିଆଲ ମିଡିଆରେ ସେ ଦେଇଥିବା ମନ୍ତବ୍ୟ ଆଦୋ ଗ୍ରହଣୀୟ ନୁହେଁ ଏବଂ ଏଥି ପ୍ରତି ସର୍ବସାଧାରଣରେ ବୈଜୟନ୍ତ ପଣ୍ଡା କ୍ଷମା ମାଗନ୍ତୁ ବୋଲି ପ୍ରୋଗ୍ରେସିଭ ଯୁଥ୍ ଅଫ କଳାହାଣ୍ଡି ପକ୍ଷରୁ ଦାବୀ କରାଯାଇଛି ।ଏହି ବିକ୍ଷୋଭ ରେ ସଂଗଠନ ସାଧାରଣ ସମ୍ପାଦକ ରୋମାଞ୍ଚଳ ମେହେର, ବଂଶୀଧର ସେଠୀ, ଚମାର ଗୋପାଲ, ରଫିକ ନାଏକ, ରାଜା ଛତ୍ରିଆ, ଦୁଷ୍ମନ୍ତ ପ୍ରଧାନ, ଲିଲାଧର ମେହେର ପ୍ରମୁଖ ସାମିଲ ହୋଇଥିଲେ ।
ମହମ୍ମଦ ଅଲ୍ଲୀ ଙ୍କ ରିପୋର୍ଟ
Post a Comment