//BREAKING//
Loading...

ଝୁଲନ୍ତା ଶବ ଉଦ୍ଧାର ।

 ଭବାନୀପାଟଣା -- ତା-୧୯-୧୦-୨୦୩୦ କାପସରା ଛକ ନିକଟରେ ଝୁଲନ୍ତା ଶବ ଉଦ୍ଧାର।


କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭବାନୀପାଟଣା-ଜୁନାଗଡ଼ 26 ନମ୍ବର୍ ଜାତୀୟ ରାଜପଥ କୂଟରୁ ଖମାର  ,କାପସରା ଛକ ନିକଟ ଶୁଖିଲା ଗଛଠାରୁ  ତନୁରଞ୍ଜନ ପୋଡ଼ ନାମକ ଜନୈକ ଯୁବକ ଙ୍କ  ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟଯେ , ମୃତକଙ୍କ ଘର କେସିଙ୍ଗା ଥାନା ଅନ୍ତର୍ଗତ ଲାଇତରା ପଞ୍ଚାୟତ ଦେଣ୍ଡଗୁଡା ଗ୍ରାମ ର  ତଣୁରଞ୍ଜନ ପୋଡ଼ ବୟସ ୪୫ ବର୍ଷ ଓ ସେ ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଥିଲେ ।  ଗତ ଶୁକ୍ରବାର ଦିନ ରହୁଥିବା ଧର୍ମଗଡ଼ ଘରୁ ମାର୍କେଟକୁ ଯାଇଥିଲେ।ସେଠାରୁ ତନୁରଞ୍ଜନ ପୋଡ଼(୪୫)ଘରକୁ ଫେରିନଥିଲେ । ୪ ଦିନ ବିତିଲା ପରେ ଆଜି 26 ନମ୍ବର୍ ଜାତୀୟ ରାଜପଥ କୂଟରୁଖମାର ପଞ୍ଚାୟତ ,କାପସରା ଛକ ନିକଟରେ ଗୋଟିଏ ସୁଖାଗଛ ରେ ଝୁଲନ୍ତା ଶବ ଦେଖି  ଜନ ସାଧାରଣ ଙ୍କ ସହ ଗଣମାଧ୍ୟମ ପ୍ରତିନିଧି ସଦରପୋଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ ।

ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଶବ ଉଦ୍ଧାରକରୀ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ମୂଖ୍ୟ ଚିକିତ୍ସାଲୟକୁ ପଠାଇ ତଦନ୍ତ ଜାରି ରଖିଛନ୍ତି।

ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା କରି ଗଛରେ ଝୁଲାଇଦେଛନ୍ତି ବୋଲି ଅଭିଯୋଗ କରୁଛନ୍ତି।

ହତ୍ୟା ନା ଆତ୍ମହତ୍ୟା ସନ୍ଦେହଘେରରେ ରହିଛି ।ତେବେ ସଦର ଥାନା ଅଧିକାରୀ ଶ୍ରୀ ପ୍ରଦୀପ ଧାରୁଆ ଘଟଣାର ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି । 

ମହମ୍ମଦ ଅଲ୍ଲୀ, ଙ୍କ ରିପୋର୍ଟ ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe