କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଅନେକ ବନ୍ଧୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ସେମାନଙ୍କୁ ଅନ୍ତରରୁ କୃତଜ୍ଞତା ଜଣାଉଛି ।ସମସ୍ତେ ମାଁ ମାଟି ର ସମ୍ନାନ, ସ୍ୱାଭିମାନ, ଓ ନିଜର ସ୍ୱତନ୍ତ୍ର ପରିଚୟ କୁ ମନେ ପକେଇ ଛନ୍ତି ।ଯେତେବେଳେ କଳାହାଣ୍ଡି ର ସଂସ୍କୃତି, ପରମ୍ପରା, ଓ ଗାରିମାମୟ ଇତିହାସର ପ୍ରଶଂଉଠେ ଆମେ ସମସ୍ତେ ଭୂମିପୁତ୍ର ଙ୍କୁ ମନେ ପକାଇ ଥାଉ ।ଆଜିବି ମନେ ପକେଇଛୁ ।କିନ୍ତୁ କେହି ଜଣେ ଭୂମିପୁତ୍ର ର ସଜ୍ଞା ନିରୂପଣ କରିବାକୁ ଅନୁରୋଧ କରିଛନ୍ତି ।ତେବେ ଏ ଭୂମିପୁତ୍ର ମାନେ କିଏ?
ଏ ସମ୍ପର୍କରେ ବେଶି ଦୁରକୁ ନ ଯାଇ ସ୍ୱାଧୀନତା ପୂର୍ବବର୍ତ୍ତୀ ବଦଳରେ ପରବର୍ତୀ ଇତିହାସ ଟିକେ ଟିକେ ସମସ୍ତେ ଜାଣିବା ନିହାତି ଜରୁରୀ ଅଟେ ।କରୁଣା ମୟୀ ମାଁ ମାଣିକେଶ୍ୱରୀଙ୍କ ଅପାର କରୁଣା ଓ ପରକୁ ଆପଣାର କରି ନିଜ ପଣତ କାନି ରେ ସମସ୍ତଙ୍କୁ ଘୋଡେଇ ରଖି ସୁରକ୍ଷା ପ୍ରଦାନ କରିଛନ୍ତି । ଜିଲ୍ଲା ଗଠନ ସମୟରେ ଭବାନୀପାଟଣା ରାଜଧାନୀ ବା ମୁଖ୍ୟାଳୟ ର ଜନସଂଖ୍ୟା ମାତ୍ର ଏଗାର ହଜାର ଭିତରେ ସୀମିତ ଥିଲା ।ଓଡିଶା ଓ ଦେଶରେ ମିଶ୍ରଣ ପରେ ଅନେକ ସରକାରୀ କାର୍ଯ୍ୟାଳୟ, ଶିକ୍ଷାଅନୁଷ୍ଠାନ ଆରମ୍ଭ ହେଲା ।କିନ୍ତୁ ସେ ସମୟରେ ଶିକ୍ଷା ଓଶିକ୍ଷିତ ଙ୍କ ସଂଖ୍ୟା କମ ଥିବା ଯୋଗୁଁ ଅନ୍ୟ ଜିଲ୍ଲାରୁ ଚାକିରୀ ପାଇଁ ଆସିଲେ ।କଳାହାଣ୍ଡି କୁ ସେତେ ବେଳେ ଉପକୂଳବର୍ତୀ ଜିଲ୍ଲା ଲୋକେ "କଳାପାଣି" ବି କହୁଥିଲେ ।କିନ୍ତୁ ମାଁ ମାଣିକେଶ୍ୱରୀ ଙ୍କ କରୁଣା ଓ ଏ ମାଟିର ମଣିଷ ଙ୍କ ଭଲ ପାଇବା, ସ୍ନେହ ଶ୍ରଦ୍ଧା, ଓ ମହକରେ ବାହାରୁ ଆସିଥିବା ଚାକିରିଆ, ଛୋଟ ଛୋଟ ବ୍ୟବସାୟୀ ଅଭିଭୂତ ହୋଇ ନିଜ ନିଜର ଜନ୍ମମାଟି କୁ ବି ଭୁଲିଗଲେ ଓ କଳାହାଣ୍ଡି ଯେଉଁଟା କି ସେମାନଙ୍କ କର୍ମ ଭୂମି ତାକୁ ନିଜ ର କରିନେଲେ ।ସରଳ ଭୂମିପୁତ୍ର ମାନଙ୍କ ସ୍ନେହ ଓ ଶ୍ରଦ୍ଧା ଫଳରେ ସେହିମାନେ ପରବର୍ତୀ ସମୟରେ ଜିଲ୍ଲାର ପ୍ରାୟ ଅଧିକାଂଶ ଗ୍ରାମ ସହରରେ ନିଜର ଆସ୍ଥାନ ଜମେଇ ନିଜର ଆର୍ଥିକ, ସାମାଜିକ, ଓ ରାଜନୈତିକ ସ୍ଥିତି ସୁଦୃଢ଼ କରି ଚାଲିଲେ ।କିନ୍ତୁ ମୂଳ ଭୂମିପୁତ୍ର ମାନଙ୍କ ସ୍ଥିତି ଆଜିବି କିଛି ପରିବର୍ତ୍ତନ ହୋଇନାହିଁ।ପାହାଡ଼ ପର୍ବତ ଘେରା ପ୍ରକୃତି କୋଳରେ ବଞ୍ଚୁଥିବା ମୂଳ କଳାହାଣ୍ଡିଆ ଙ୍କ ଆଜି ବି ନିଜ ମୌଳିକ ଅଧିକାର ରୁ ବଂଚିତ ।ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଓ ସର୍ବୋପରି ନିଜର ସାମାଜିକ ସ୍ଥିତି ସତେ ଯେମିତି ପରାଧୀନ ହୋଇ ପଡିଛି ।ମୂଳ କଳାହାଂଡିଆ ଭାଷା, ସଂସ୍କୃତି, ଓ ପରମ୍ପରା ନିଜର ପରିଚୟ ଖୋଜିବା ପରି ମନେ ହୁଏ ।ଦିନକୁ ଦିନ ହଜି ଯାଉଛି କଳାହାଣ୍ଡିର ମୂଳ ପରମ୍ପରା ଓ ସଂସ୍କୃତି ।କଳାହାଂଡିଆ ଆଜି ନିଜ ସଂସ୍କୃତି ଭୁଲି ଯେଉଁ ମାନେ ନିଜର ଜୀବନ ଜୀବିକା ପାଇଁ ଏଇଠି ଆସି ସ୍ଥାୟୀ ଭାବେ ବସବାସ କଲେ ଓ ନିଜର ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବା ସହ ମୂଳ ସଂସ୍କୃତି କୁ ଅସ୍ତିତ୍ୱ କୁ ଦୋହଲେଇଦେଇ ଚାଲିଲେ ସେମାନଙ୍କ ସଂଖ୍ୟା ଏବେ ଅଧିକ ପରି ମନେ ହୁଏ ।ଏଥିସହ ଜିଲ୍ଲାରେ ଭୂମିପୁତ୍ର ଙ୍କ ସରଳତା ରାଜନୈତିକ କରଣ ହୋଇ ପଡିଛି ।ସରଳ ଭୂମିପୁତ୍ର ମାନେ ବଡ଼ ବଡ଼ ଗାଡି, ଧଳା ନେତା ଡ୍ରେସ ଓ ହସି ହସି ହାତଯୋଡି ନମସ୍କାର କରି ଭୋଟ ନେଇ କେବଳ ନିଜର ଓ ନିଜ ସମର୍ଥକଙ୍କ କଲ୍ୟାଣ କରୁଥିବା ଓ ଭୁମିପୁତ୍ରଙ୍କ ସହ ଛଳନାପୂର୍ଣ ବ୍ୟବହାର ଯୋଗୁଁ ଜିଲ୍ଲାର ଭୂମିପୁତ୍ର ମାନଙ୍କ ପରିଚୟ ଲୋପ ପାଇବାକୁ ବସିଛି ।ଯେଉଁ ଭୂମିପୁତ୍ର ମାନେ ନିଜ ମାଟି ଓ ମାଟିର ମଣିଷଙ୍କ ପାଇଁ ଓ ନିଜର ହକ ପାଇଁ ସ୍ୱର ଉତ୍ତୋଳନ କରିବାକୁ ପ୍ରୟାସ କଲେ ସେମାନଙ୍କୁ ଚକ୍ରାନ୍ତ କରି ଅର୍ଥବଳ ଓ ବହୁବଳ ପ୍ରୟୋଗ କରି ଚପେଇଦେବାର ପ୍ରୟାସ ଆରମ୍ଭ କଲେ ଓ କିଛି ମାତ୍ର ରେ ସଫଳ ମଧ୍ୟ ହେଲେ ।ଜିଲ୍ଲା ଗଠନର 72 ବର୍ଷ ପରେ ମଧ୍ୟ ଆଜି ସମସ୍ତ କଳାହାଂଡିଆ ଙ୍କ ଆତ୍ମ ଚିନ୍ତନ ର ସମୟ ଆସିଛି । ଜାତି, ବର୍ଣ୍ଣ ଧର୍ମ ନିର୍ବିଶେଷରେ ଗତ ପଚାଶ ବର୍ଷ ଭିତରେ ଗୋଟିଏ କପଡା ରେ ଜୀବନ ଜୀବିକା ପାଇଁ ଆସିଥିବା ଲୋକ ଆଜି କୋଟିପତି। ଏପରିକି ରାନ୍ଧିବା ପାଇଁ ଲାଲ ଗାମୁଛା ଖଣ୍ଡେ ଧରି ଆସିଥିବା ଲୋକ ଆଜି ଜିଲ୍ଲାର, ଅର୍ଥନୀତି, ସଂସ୍କୃତି, ଓ ପରମ୍ପରା କୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳେ ।ଯେଉଁମାନେ ଆଜିବି ନିଜ ମୂଳ ଭାଷା କୁ ଓ ଚାଲିଚଳନ ଛାଡି ପାରି ନାହାନ୍ତି ସେମାନେ କଳାହାଣ୍ଡି ଓ କକାହାଣ୍ଡିଆ ଙ୍କୁ ସବୁବେଳେ ନିୟନ୍ତ୍ରଣ କରିବାକୁ ଚେଷ୍ଟିତ ।ଏ ସମସ୍ତ ପ୍ରକାର ଛଳନା ଓ ପ୍ରତାରଣା ପାଇଁ କଳାହାଣ୍ଡି ଭୂମିପୁତ୍ର ମାନଙ୍କ ଉଦାର ଓ ବିରାଟ ହୃଦୟ, ସରଳତା ଓ ନିଷ୍କପଟତା ଓ ମାଁ ମାଣି କେଶ୍ୱରୀଙ୍କ ପରକୁ ଆପଣା କରି ନିଜ ପଣତ କାନି ଭିତରେ ସୁରକ୍ଷିତ କରି କୋଳେଇ ନେଇଥିବା ଯୋଗୁଁ ସମ୍ଭବ ।ତେବେ ଆଜି ସମସ୍ତ ଭୂମିପୁତ୍ର, କଳାହାଣ୍ଡିକୁ ନିଜ ର କର୍ମଭୂମି ଓ ପରେ ଜନ୍ମଭୂମି କରିଥିବା ସମସ୍ତେ ନିଜର ଓ ନିଜ ର ଅତୀତର ଆତ୍ମ ସମୀକ୍ଷା , ଆତ୍ମ ଚିନ୍ତନ କରିବା ଆବଶ୍ୟକ ବୋଲି ମନେହୁଏ ।ବ୍ୟକ୍ତିଗତ ଭାବରେ ମୁଁ କୌଣସି ଆକ୍ଷେପ କିମ୍ବା ନିନ୍ଦା କରୁନାହିଁ ।ଯେଉଁମାନେ କଳାହାଣ୍ଡି ମାଁ ମାଟି ର ଅମୃତ ସନ୍ତାନ ଓ ଭୂମିପୁତ୍ର ଅତ୍ୟନ୍ତ ପକ୍ଷେ ସେମାନଙ୍କୁ ତାଙ୍କ ମୌଳିକ ଅଧିକାର, ଉପଯୁକ୍ତ ସମ୍ମାନ ଓ ସେମାନଙ୍କୁ ନିଜର ଅଧିକାର ରୁ ବଂଚିତ କରା ନ ଯାଉ ।ଇତିହାଶ ସାକ୍ଷୀ ଅଛି 1857 ସିପାହୀ ବିଦ୍ରୋହ ପୂର୍ବରୁ ବିରାଟ ବିଦ୍ରୋହ ଏଇ ମାଁ ମାଟିରେ ଜନ୍ମ ନେଇଥିଲା ଓ ବୀର ଅମର ସହିଦ ରେଣ୍ଡୋମାଝୀ ଙ୍କ ବୀର ଗାଥା ତାର ସନ୍ତକ ଅଟେ ।ମାଁ ମାଣିକେଶ୍ୱରୀ ସମସ୍ତଙ୍କୁ ସଦବୁଦ୍ଧି ଦେବାସହ ଭୂମିପୁତ୍ର ମାନଙ୍କୁ ଛଳନାକାରୀ, ଶୋଷଣ କାରୀ ମାନଙ୍କ କବଳରୁ ସୁରକ୍ଷିତ ରଖିଥାନ୍ତୁ ।
ମାଁ ମାଟି ଆମକୁ କଣ ଦେଲେ ତାହା ଗୁରୁତ୍ୱପୂର୍ଣ୍ଣ ନୁହଁ ଆମେ ମାଁ ମାଟି କୁ କେତେ ସମ୍ନାନ ,ଓ ଶ୍ରଦ୍ଧା କରୁଛୁ କିମ୍ବା ଛଳନା କରି ନିଜର ସ୍ୱାର୍ଥ ହାସଲ ପାଇଁ କଳାହାଣ୍ଡି ପରି ଏକ ପବିତ୍ର ନାମ କୁ ବ୍ୟବହାର କରିଛୁ ତାହା ସମସ୍ତେ ଆତ୍ମ ସମୀକ୍ଷା କରିବା ଆବଶ୍ୟକ ।ଶୁଭରାତ୍ରୀ ......ମହମ୍ମଦ ଅଲ୍ଲୀ,
ସୁନ୍ଦର ଉପସ୍ଥାପନା ଦାଦା
ReplyDeleteGood article Dada
ReplyDeletePost a Comment