ମସିହା ମନେ ନାହିଁ ।ଭବାନୀପାଟଣା ଟାଉନ ଥାନାରେ ଥାନା ଅଧିକାରୀ ଥିଲେ ଶ୍ରୀଯୁକ୍ତ ଶିଶିର କୁମାର ସାହୁ ।ଜଣେ ଶାନ୍ତ, ସରଳ ଓ ବିଜ୍ଞ ବ୍ୟକ୍ତି ।ଦିନକର ଘଟଣା ଏକ ରିପୋର୍ଟ ଆସେ ଯେ କାଳୀମନ୍ଦିର ପଡା ର ଜଣେ ବ୍ୟକ୍ତିର ମାଆ ସନ୍ଧ୍ୟା ରୁ ନିଖୋଜ ।ମାଆ ଦିନ ମଜୁରିଆ ଆଉ ସନ୍ଧ୍ୟାରେ ଘରକୁ ଆସି ନାହିଁ ।ପୁଅ ନୂଆ ବସଷ୍ଟାଣ୍ଡ ରେ ସାଇକଲ ମେକାନିକ ।ସକାଳେ ଯାଏ ସନ୍ଧ୍ୟାରେ ଘରକୁ ଫେରେ ।ଘରେ ପତ୍ନୀ ଜଣେ ୧୨/୨୩ ବର୍ଷର ଛୋଟ ଭାଇ ଓ ମାଆ ।ପୋଲିସ ଭାବିଲେ ବୋଧେ ବୋହୁ ସହ କିଛି ଝଗଡା ହୋଇ ମାଆ ଗାଁ କୁ ଯାଇ ଥିବ ।ଗୋଟିଏ ଦିନ ବିତିଲା । ପୋଲିସ ନିଜ ତରଫରୁ ଅନୁସନ୍ଧାନ ଆରମ୍ଭ କଲେ ।ବୋହୁ ଉପରେ ଟିକେ ସନ୍ଦେହ ହେଲା । ବୋହୁ କୁ ଡାକି ପୋଲିସ ପଚରା ଉଚୁରା କଲେ ।ବୋହୁ ଟିକେ ଖନା ।ଟାଉନ ଥାନାରେ ଏବକାର ବ୍ରହ୍ମପୁର ସଦର ଥାନାର IIC ଆଦରଣୀୟ ଶ୍ରୀମତୀ ସନ୍ତୋସିନୀ ଓରାମ ମହିଳା ଓ ଶିଶୁ ଡେସ୍କ ର ସବ- ଇନିସ୍ପେକ୍ଟର ଥାନ୍ତି ।ରାତିରେ ପୋଲିସ ଜାଣିପାରିଲେ ବୋହୂର ଜଣକ ସହ ଅନୈତିକ ସମ୍ପର୍କ ରହିଛି ।ପୋଲିସ ପ୍ରେମିକ କୁ MADHY ତା ଘରୁ ଆଣିଲେ ।ଉଭୟଙ୍କୁ ଅଲଗା ଅଲଗା ଜେରା ହେଲା ।ଜଣା ପଡିଲା ମଧ୍ୟାହ୍ନ ସମୟରେ ଉଭୟ ଅନୈତିକ ସମ୍ପର୍କ ସ୍ଥାପନ ସମୟରେ ବୁଢ଼ୀମା ଘରକୁ ଫେରିଥିଲେ ଓ ଉଭୟଙ୍କୁ ଅସଂଯତ ଅବସ୍ଥାରେ ଦେଖିଥିଲେ ।ଫଳରେ ଉଭୟ ନିର୍ଦୟ ଭାବରେ ମାଆ କୁ ମାରିଦେଇ ପୂଜା ଘରେ ଲୁଚେଇ ଦେଲେ ଓ ଚଟାଣ ର ରକ୍ତ ସଫା କରି ପୁନର୍ବାର ସମ୍ପର୍କ ସ୍ଥାପନ ରେ ମାତି ଗଲେ ।ସ୍କୁଲ ର ଖାଇବା ଛୁଟି ଯୋଗୁଁ ଛୋଟ ଭାଈ ମଧ୍ୟ ଘରକୁ ଆସିଲା ।ସେ ମଧ୍ୟ ଉଭୟଙ୍କୁ ଅସଂଯତ ଅବସ୍ଥାରେ ଦେଖିଦେଲା ।ପ୍ରେମ ରେ ଅନ୍ଧ ଉଭୟ ଛୋଟ ନିଷ୍ପାପ ଶିଶୁ କୁ ହତ୍ୟା କରି ପୂଜା ଘରେ ଥିବା ଏକ ବଡ଼ ଟିଣ ବାକ୍ସ ରେ ଭର୍ତ୍ତି କରି ଲୁଚେଇ ଦେଲେ ।ଆବଶ୍ୟକ ସମସ୍ତ ପ୍ରମାଣ ନଷ୍ଟ କରି ପ୍ରେମିକ ଆଶା ସାଗର ପଛପଟ ଦେଇ ନିଜ ଘରକୁ ଫେରି ଗଲା ।ସନ୍ଧ୍ୟାରେ ସ୍ୱାମୀ ଆସି ଉଭୟ ମଆ ଓ ଛୋଟ ଭାଇ ସମ୍ପର୍କରେ ପତ୍ନୀ କୁ ପଚାରିଲା ।ପତ୍ନୀ ଛଳନା କରି ତୁମ ମାଆ ମୋ ସହ କଳି କରି ଘରୁ ଚାଲି ଯାଇ ଥିବା ପ୍ରକାଶ କଲା ।ପୁଅ ମାଆ ନିଜ ଭାଈ କୁ ବହୁତ ଖୋଜାଖୋଜି କରି ପାଇଲା ନାହିଁ ।ତେଣୁ ପୋଲିସ ରେ ଜଣାଇଲା ।ଉଭୟ ପ୍ରେମିକ ମାଆ କୁ ହତ୍ୟା କରିଥିବା ସ୍ୱୀକାର କରିବା ପରେ ପୋଲିସ ଟିମ ଥାନା ଅଧିକାରୀ ଶ୍ରୀ ଶିଶିର କୁମାର ସାହୁ ଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚି ମାଆ ର ଶବ ଉଦ୍ଧାର କରିବା ସହ ବ୍ୟବହୃତ ଅସ୍ତ୍ର ଜବତ କଲେ ।ଟାଉନପୋଲିସ ସମସ୍ତ କର୍ମଚାରୀ ଓ ପୋଲିସ ବିଭାଗରେ ହାଇଚଇ ସୃଷ୍ଟି ହେଲା ।ଘଟଣାର ଦ୍ଵିତୀୟ ରାତ୍ରିରେ ପୋଲିସ ତରଫରୁ ନିଖୋଜ ଶିଶୁ ସମ୍ପର୍କରେ ଉଭୟ ପ୍ରେମିକ ପ୍ରେମିକା ଙ୍କୁ ପଚାରିଲେ କିନ୍ତୁ କୌଣସି ଖବର ପାଇଲେନାହିଁ ।ଟାଉନ ଥାନାର ସମସ୍ତ ଅଧିକାରୀ ରାତି ରେ ଭୋକରେ ରହି ଶିଶୁ ସମ୍ପର୍କରେ ଜାଣିବା ପାଇଁ ସମସ୍ତ କୌଶଳ ପ୍ରୟୋଗ କଲେ ।ଶେଷରେ ଉଭୟ ପ୍ରେମିକ ଶିଶୁ କୁ ମାରିଦେଇ ଏକ ଟିଣ ବାକ୍ସ ରେ ଲୁଚେଇ ଥିବା କହିଲେ ।ପୋଲିସ କର୍ମଚାରୀ ଙ୍କ ସେହି ସମୟରେ ମାନସିକ ସ୍ଥିତି କଣ ରହି ଥିବ କଳ୍ପନା ର ବିଷୟ ।ତୁରନ୍ତ ଥାନା ଅଧିକାରୀ ଶବ ଉଦ୍ଧାର କରିବା ପାଇଁ ମାଜିଷ୍ଟ୍ରେଟ ରିକୁଜିସନ କରି ଭୋର ସମୟରେ ମୃତକ ଙ୍କ ଘର ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଉଦ୍ଧାର କଲେ ।ଘଟଣା ବିଦ୍ୟୁତ ଗତିରେ ସମଗ୍ର ସହରରେ ଖେଳି ଗଲା ।କାଳୀ ମନ୍ଦିର ପଡା ଓ ଥାନା ଲୋକାରଣ୍ୟ ହୋଇ ଉଠିଲା ।ବହୁକଷ୍ଟ ରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଉତ୍ତେଜନା କୁ ନିୟନ୍ତ୍ରଣ କରି ଶବ ବ୍ୟବଚ୍ଛେଦକରାଗଲା ।ପୋଲିସ ପକ୍ଷରୁ ଉଭୟଙ୍କୁ କୋର୍ଟ ଚାଲାଣ କରାଗଲା ।କିନ୍ତୁ ସମଗ୍ର ଗାନ୍ଧୀ ଚୌକ ଓ ଟାଉନ ଥାନା ବାହାରେ ଏପରି ଭିଡ଼ ଯେ ଛୁଞ୍ଚି ପକେଇବାକୁ ଜାଗା ନାହିଁ ।ଲୋକେ ଏ ପରି ହୃଦୟ ବିଦାରକ ହତ୍ୟାକାଣ୍ଡ କୁ ନେଇ ଉତ୍ତେଜିତ ହୋଇ ଥାଆନ୍ତି । କେତେବେଳେ କଣ ହେବ କହିବା ମୁସ୍କିଲ ।କିନ୍ତୁ ବିଚକ୍ଷଣ ଥାନା ଅଧିକାରୀ ସାହୁ ବାବୁ ଉଭଙ୍କୁ କୋର୍ଟ ଚାଲାଣ ପାଇଁ ଗୋଟିଏ ପୋଲିସ ଭେନ ଓ ରିଜର୍ଭ ରୁ ଆଉ ଦୁଇଟି କମାଣ୍ଡର ଜିପ ମଗେଇଲେ ।ଥାନା କରିଡର ରେ ସମସ୍ତ ଗାଡି ରଖାହେଲା ।ପ୍ରଥମେ ଜିପ ତା ପରେ ପୋଲିସ ଭେନ ଓ ପଛରେ ଦୁଇଟି କମାଣ୍ଡର ।ସନ୍ଧ୍ୟା ସମୟର ପ୍ରଥମ ଜିପ ଥାନା ଗେଟ ରୁ ବାହାରିଲା ଲୋକାରଣ୍ୟ କୁ ଭେଦ କରି ଭେନ ସହ ବାହାରିଲା ଲୋକେ ଭାବିଲେ ଭେନ ଭିତରେ ଉଭୟ ଅଭିଯୁକ୍ତ ଙ୍କୁ ନିଆ ଯାଉଛି ।ସମସ୍ତେ ସେହି ଗାଡି ପଛେ ଦୌଡ଼ିଲେ ।ଗେଟ ଓ ଗାନ୍ଧିଚୌକ ଖାଲି ହେଲା ପରେ ପଛରେ ଥିବା ଅନ୍ୟ ପୋଲିସ ଜିପ୍ ରେ ଉଭୟଙ୍କୁ ମାଜିଷ୍ଟ୍ରେଟ ଙ୍କ ପାଖରେ ହାଜର କରାଯାଇ ଜେଲ ହଜାତ କୁ ପଠେଇ ଦେଲେ ।
ହତ୍ୟାକାଣ୍ଡ ର ତଦନ୍ତ ଅଧିକାରୀ ଏହି ଘଟଣାର ଚାକ୍ଷୁସ ପ୍ରମାଣ ନ ଥାଇ ମଧ୍ୟ ନିଷ୍ଠାପର ଭାବରେ ଚାର୍ଜସିଟ ଦାଖଲ କଲେ ।ସେହି ସମୟରେ ମୁଁ ଟାଉନ ଥାନା ଅଧିକାରୀ ଶ୍ରୀ ସାହୁଙ୍କୁ କହିଥିଲି ଏହା ବିରଳ ରୁ ବିରଳ ଘଟଣା ଅଟେ ଏଣୁ ଏମାନଙ୍କୁ ଫାଶୀ ଅର୍ଡର ହେବା କଥା ।ସାହୁ ସାର କହିଲେ ମୁସ୍କିଲ ହବ । ଉକ୍ତ କେଶ ର ଫଇସଲା ଦିନ ଶନିବାର ଥାଏ ।ମୁଁ ଓ ମୋ ଛୋଟ ଭାଇ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା E TV ଜିଲ୍ଲା କୋର୍ଟ ବାହାରେ ଅପେକ୍ଷା ରେ ଥାଉ । ଅପରାହ୍ନ ୩ଘଂଟା ପରେ କୋର୍ଟ ରାୟ ପ୍ରକାଶ ପାଇଲା ।ଉଭୟଙ୍କୁ ଫାଶୀ ନିର୍ଦେଶ ଦେଇ ଥିଲେ ମାନ୍ୟବର ଜିଲ୍ଲା କୋର୍ଟ ।ମୁଁ ତୁରନ୍ତ ଟାଉନ ଥାନା ଅଧିକାରୀଙ୍କୁ ଫୋନ କଲି କହିଲି ସାର କୋର୍ଟ କୁ ଆସନ୍ତୁ ରାୟ ପ୍ରକାଶ ପାଇଛି ।କଣ ପ୍ରକାଶ ପାଇଛି ତାହା କହିଲିନି ।ତୁରନ୍ତ ଅଳ୍ପ ସମୟ ମଧ୍ୟରେ ସାହୁ ସାର କୋର୍ଟ କୁ ଆସିଲେ ।ମୁଁ ଓ ପ୍ରଶାନ୍ତ ପଣ୍ଡା ସାହୁ ସାର ଙ୍କୁ ଅଭିନନ୍ଦନ ଜଣେଇଲୁ ସେ ହତ ବାକ ।ତୁରନ୍ତ ତାଙ୍କ ସାମ୍ନା ରେ E TV ର ମେଡିଆ ବୁମ ଲଗେଇ ଦେଇ ପଚାରିଲୁ କାଳୀମନ୍ଦିର ଡବଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି ଉଭୟଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି ଆପଣ ଏହି କେଶ ର ତଦନ୍ତ ଅଧିକାରୀ କଣ କହିବେ ? ସେ ସମୟରେ ସାହୁ ସାର ନିର୍ବାକ ଆଖିରେ ଲୁହ, କିଛି କହି ପାରିଲେନି ।କେବଳ ଗୋଟିଏ ଶବ୍ଦ କହି ପାରିଲେ ମୋ ପୋଲିସ ଚାକିରୀ ଜୀବନ ଆଜି ସଫଳ ହୋଇଛି ।ତା ପରେ ସେ ବିଜିଲେନ୍ସ ବିଭାଗକୁ ଚାଲି ଗଲେ ।ଅତିରିକ୍ତ ଏସପି ଭାବରେ ଗତ ବର୍ଷ ଅବସର ଗ୍ରହଣ କରିଛନ୍ତି ।ନିଜର ନିଷ୍ଠାପରତା ଯୋଗୁଁ ସରକାର ତରଫରୁ ଅନେକ ଥର ପୁରସ୍କୃତ ହୋଇଛନ୍ତି ଶ୍ରୀଯୁକ୍ତ ଶିଶିର କୁମାର ସାହୁ ।ବର୍ତ୍ତମାନ ସମୟରେ ଶିଶିର ସାହୁ ସାର ଙ୍କ ବିଚକ୍ଷଣ କାର୍ଯ୍ୟଶୈଳୀ ଓ ନିଜ କର୍ତବ୍ୟ ପ୍ରତି ନିଷ୍ଠାପରତା ଏହି ବିଭାଗରେ କାର୍ଯ୍ୟରତ ଯୁବ ପିଢ଼ି ଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା । ଧନ୍ୟବାଦ ।
ମହମ୍ମଦ ଅଲ୍ଲୀ ।
Post a Comment