ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ୨୭ ବର୍ଷ ମଧ୍ୟରେ ଅନେକ ଘଟଣା ଜୀବନରେ ଅଙ୍ଗେ ନିଭେଇଛି ।ତଦନ୍ତ ଭିତ୍ତିକ ନିଉଜ ସଂଗ୍ରହ ର ସଉକ ଜୀବନରେ ଅନେକ ଶିକ୍ଷା ମଧ୍ୟ ଦେଇଛି ।investigation ନିଉଜ ପ୍ରକାଶ ପାଇଲେ ଅନେକ ଆତ୍ମ ସନ୍ତୋଷ ମଧ୍ୟ ମିଳେ ।ଏଇମିତି ଗୋଟିଏ ଘଟଣା ଆଜି ମନେ ପଡିଗଲା ।ଭାବିଲି ବନ୍ଧୁ ମାନଙ୍କୁ ସେଆର କରିବି ।ଆଶା ଆପଣ ମାନଙ୍କୁ ପ୍ରେରଣା ଦେବ ନିଶ୍ଚୟ ।ଘଟଣାଟି ପୋଲିସ ବିଭାଗ ର କଥା ।ସେ ସମୟରେ ଜଣେ ପୋଲିସ ଏଏସଆଇ ଜନୈକା ମହିଳା ଙ୍କ ସହ ଅନୈତିକ ସମ୍ପର୍କ ଗଢିଉଠେ ।ଏଏସଆଇ ଜଣକ ନିଜ ପାୱାର ର ଭୟ ଦେଖାଇ ନିଜ ବିଭାଗର ମହିଳା କର୍ମଚାରୀ ଙ୍କ ସହ ସମ୍ପର୍କ ରଖନ୍ତି ।ତେବେ ଏହା ଡିପାର୍ଟମେଣ୍ଟ ଭିତରେ ସୀମିତ ଥାଏ ।ଦିନେ ଏଇମିତି କିଛି ବନ୍ଧୁ ଙ୍କ ସହ କଥା ବାର୍ତା ସମୟରେ ଏହି ଘଟଣାର ସୁରାକ ପାଇଲି ।ଆରଦିନ ଏ ସମ୍ପର୍କରେ ଖୋଲତାଡ଼ କରିବାକୁ ଏସ ପି ଙ୍କ ପାଖକୁ ଗଲି ।ଜଣେ ସଚ୍ଚୋଟ, କର୍ମଠ, ଓ ନିର୍ଭୀକ ମହିଳା ଏସପି ଥାଆନ୍ତି ।ଖବର ଦେଲି ମତେ ଚେମ୍ବରକୁ ଡାକିଲେ ।କହିଲି ମାଡାମ ଗୁଟେ ଖବର ଜାଣିବା ପାଇଁ ଆସିଛି ।ବୋଧେ ସେ ପୂର୍ବାନୁମାନ କରିଦେଲେ ।କହିଲେ ପ୍ରଥମେ ଚା ନା କଫି କଣ ପିଇବେ ।ମୁଁ କହିଲି ଆପଣ ଙ୍କ ଇଚ୍ଛା ।ତୁରନ୍ତ ଦୁଇ କପ କଫି ମଙ୍ଗେଇଲେ ।କଫି ପର୍ବ ସରିବା ପରେ ପଚାରିଲେ ଏବେ କୁହନ୍ତୁ କଣ ପଚାରିବେ ।ମୁଁ ସିଧା ସଳଖ କହିଲି ମାଡାମ ଜିଲ୍ଲାରେ ପୋଲିସ ବିଭାଗରେ ଉଚ୍ଚ ଅଧିକାରୀ ମାନେ ନିଜ ତଳିଆ ମହିଳା କର୍ମଚାରୀ ମାନଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରୁଛନ୍ତି ଏହା କେତେ ଦୂର ସତ ? ମାଡାମ କିଛି କ୍ଷଣ ଚୁପ ରହିଲେ ।କହିଲେ ଆପଣ ଯୋଉ ଘଟଣା ସମ୍ପର୍କରେ ପଚାରୁଛନ୍ତି ତାହା ସତ ।ମୋ ପାଖକୁ ଅଭିଯୋଗ ଆସିଛି ।ମୁଁ ଉଭୟଙ୍କୁ ନୋଟିସ କରିଛି ଓ ସ୍ପଷ୍ଟ ଭାବରେ କହିଛି ଉଭୟ ଏହାର ସମାଧାନ କରନ୍ତୁ ନଚେତ ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ତା ପରେ କହିଲେ ପୁରୁଷ ମାନଙ୍କ ସହ ତାଳ ଦେଇ ମହିଳା ମାନେ ମଧ୍ୟ ଆଜି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି ।କର୍ମକ୍ଷେତ୍ରରେ ନିଜର ସୁରକ୍ଷା ପାଇଁ ଶୃଙ୍ଖଳିତ ପୋଲିସ ବିଭାଗରେ ସମସ୍ତ ମହିଳା କର୍ମଚାରୀ ସମ୍ପୂର୍ଣ ସକ୍ଷମ ।ମୁଁ ବି ଜଣେ ମହିଳା ଗୋଟିଏ ଛୁଆ ସହିତ ସ୍ୱାମୀ, ପରିବାର ର ବହୁତ ଦୂରରେ ମୁଁ କର୍ତବ୍ୟରତ ।ମୁଁ ମୋ ସୁରକ୍ଷା ପାଇଁ ନିଜେ ସଚେତନ ନ ହେଲେ ଓ ମାନସିକ ସ୍ତରରେ ନିଜକୁ ସୁଦୃଢ଼ ନ କଲେ ଦୈନନ୍ଦିନ ଜୀବନରେ ଚଳିବା ଅସମ୍ଭବ ।ଏଣୁ ଯାହା ବି ଏଇମିତି ଘଟଣା ଘଟେ ସେଥିରେ ମହିଳା ଙ୍କ କମଜୋରି ଅଧିକ ଥାଏ ।ରହିଲା ଆପଣଙ୍କ ପ୍ରଶ୍ନ ବିଷୟରେ ଏତିକି କହିବି ସମସ୍ତେ ଆପଣଙ୍କ ଜିଲ୍ଲାର ଝିଅ ଏଇଠି ଚାକିରୀ କରୁଛନ୍ତି ।ଯଦି ଆପଣ ବାହାଦୁରୀ ନେବା ପାଇଁ ନିଉଜ କରିବେ ମୋର ଆପତ୍ତି ନାହିଁ କିନ୍ତୁ ଆଗାମୀ ଭବିଷ୍ୟତରେ ଆପଣଙ୍କ ଜିଲ୍ଲାର ଝିଅ ମାନଙ୍କୁ ପରିବାର ଲୋକେ ଚାକିରୀ ପାଇଁ ଅନୁମତି ଦେବେତ ? ମୁଁ ସର୍ବ ଭାରତୀୟ ଚାକିରୀ ଏଇଠି କିଛି ଘଟଣା ହେଲେ ଦେଶର ଅନ୍ୟ ରାଜ୍ୟ କିମ୍ବା ସହରକୁ ବଦଳି ହେଇ ଚାଲି ଯିବି ।ହେଲେ ଆପଣଙ୍କ ଜିଲ୍ଲା ର ଝିଅ, ଭଉଣୀ ଏମାନେ କଣ କରିବେ ।ମୁଁ ନିର୍ବାକ, ନିରୁତ୍ତର, ପୁଣି କହିଲେ ଅଲ୍ଲୀ ବାବୁ, ସମାଜ ରେ ଅନେକ ସମୟରେ ଅନେକ ଘଟଣା ଘଟେ ।ସମସ୍ତେ ନିଜ ସଂସ୍କାର ଭିତରେ ରହିବା ତେବେ ଆମେ ସୁରକ୍ଷିତ ରହିବୁ ।ମହିଳା ଙ୍କ କ୍ଷେତ୍ରରେ ଯଦି ଭୁଲ ପଛରେ ନ ଗୋଡେଇ ତାକୁ ସଂଶୋଧନ କରିବା ପାଇଁ ପ୍ରୟାସ କରିବା ଜରୁରୀ ।ଶେଷରେକହିଲେ ନିଉଜ କରିବେ ଯଦି କରନ୍ତୁ କିନ୍ତୁ ସମାଜରେ ଏହି ନିଉଜକୁ ନେଇ କଣ ପ୍ରଭାବ ଓ ପାଠ ପଢ଼ୁଥିବା ଝିଅ, ଓ ଉଚ୍ଚ ଶିକ୍ଷିତା ମହିଳାଙ୍କ ମଧ୍ୟରେ କଣ ପ୍ରଭାବ ପଡିବ ।ବିଚାର କରିବେ ।
ଏହା ପରେ କହିଲେ ଏହି ବ୍ୟକ୍ତିଗତ ଘଟଣାରେ ସମ୍ପୂର୍ଣ ପୋଲିସ ବିଭାଗକୁ
ସାମିଲ କରିବା ଯୁକ୍ତିଯୁକ୍ତ ନୁହଁ ।ସବୁଠି, ଘରେ ବାହାରେ ଏହିପରି ଅନେକ ବ୍ୟତିକ୍ରମ ଘଟଣା ହୁଏ ।ମୁଁ ତୁରନ୍ତ ହାତଯୋଡି ନମସ୍କାର କଲି ଓ କହିଲି ନା ମାଡାମ ଏ ନିଉଜ କରିବି ନାହିଁ କାରଣ ଆପଣ ବିଭାଗ ମୁଖ୍ୟ ଆପଣଙ୍କ ବିଭାଗର ଶୃଙ୍ଖଳା ଆପଣ ଙ୍କ ଉପରେ ।
ଘଟଣାର ସାରମର୍ମ ହେଲା କର୍ମକ୍ଷେତ୍ରରେ ପୁରୁଷ ଓ ମହିଳା ସମାନ ।ଯଦି କିଛି ଅଘଟଣ ଘଟେ ତେବେ ଉଭୟ ଦାୟୀ ।ତାକୁ କୌଣସି ଦଳ, ପାର୍ଟି କିମ୍ବା ସମାଜ ଦାୟୀ ହୋଇ ନ ପାରେ । ସେ ଦିନ ବୁଝିଲି ନିଉଜ ନିଶା ରେ ଭାସି ନ ଯାଇ ଯଦି ବେଳେ ବେଳେ ଘଟଣା କୁ ଚପେଇ ଦିଆ ଯାଏ ତେବେ ଆମ ସମାଜ ର ମହିଳା ମାନଙ୍କ ସମ୍ମାନ ବଜାୟ ରହିବ ।ଯଦି କୌଣସି ମହିଳା ନ୍ୟାୟରୁ ବଂଚିତ ହୁଅନ୍ତି ତେବେ ସ୍ୱର ଉତ୍ତୋଳନ ନିଜର କର୍ତ୍ତବ୍ୟ ହୋଇ ପଡେ ।ଧନ୍ୟବାଦ ।
ମହମ୍ମଦ ଅଲ୍ଲୀ
Post a Comment