"ଖାକି ଡ୍ରେସ"
--------------
ଖାକି ପୋଷାକ ବିଶେଷ କରି ଭାରତୀୟ ପୋଲିସ ବିଭାଗ ପାଇଁ ରହିଛି ।କୁଆଡେ ଏ ଡ୍ରେସ ପିନ୍ଧିଦେଲେ ଶରୀରରେ ନୁଆଁ ଉର୍ଜା ଆସିଯାଏ ଶରୀରରେ ।ଇଂରେଜ ଶାସନ ସମୟରୁ ପୋଲିସ ବିଭାଗରେ ଏହି ପୋଷାକ ଚଳୁଛି ।ଦେଶ ସ୍ୱାଧୀନ ହେବା ପୂର୍ବରୁ ସିପାହୀ ମାନେ ଲାଲଟୋପି ରେ ଖାକି କପଡା ଘୋଡେଇ ପିନ୍ଧୁଥିଲେ ।ଗୋଡ଼ରେ ମୋଟା ସେଂଡିଲ ଓ ଆଣ୍ଠୁ ତଲରୁ ପାଦର ଗଣ୍ଠି ଯାଏ ଏକ ଖାକି କମ୍ବଳ ପଟି ମୋଜା ବଦଲରେ ଗୁଡେଇ ହଉ ଥିଲେ ।ପୋଲିସ ର ଉଚ୍ଚ ଅଧିକାରୀ ଙ୍କୁ ଚିନ୍ହିବାକୁ ହେଲେ କାନ୍ଧରେ ଲାଗିଥିବା ଏକ ପଟିରେ ତାରା ଚିନ୍ହ , ଅଶୋକ ସ୍ତମ୍ଭ ଚିନ୍ହ ଲାଗିଥିଵା ଦେଖି ପୋଲିସ ର କେତେବଡ଼ ଅଧିକାରୀ ଜାଣିହୁଏ ।ଇଂରେଜ ଶାସନ ସମୟରେ ଗ୍ରାମାଞ୍ଚଳରେ ଜଣେ ସିପାହୀ କୁ ଦେଖିଦେଲେ ସମ୍ପୂର୍ଣ ଗ୍ରାମରେ ତାଟି କବାଟ ବନ୍ଦ ହୋଇ ପଡୁଥିଲା ।କାରଣ ପୋଲିସ ବିଭାଗର ବଡ଼ ଅଧିକାରୀ ମାନଙ୍କ ନିକଟରେ ସିପାହୀ ମାନେ ନିଜର ପାରିବା ପଣିଆ ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସାଧାରଣ ଲୋକଙ୍କ ଉପରେ ଅତି ନିର୍ଦୟ ଭାବରେ ଅତ୍ୟାଚାର କରୁଥିଲେ ।ଫଳରେ ଗୋରା ମାନେ ସିପାହୀ କୁ ପୃରସ୍କୃତ କରୁଥିଲେ ।ପୋଲିସ ର ଛବି ଇଂରେଜ ଶାସନ କାଳରୁ ସର୍ବ ସାଧାରଣରେ ବିଶ୍ୱାସ ହରେଇଛି ।ସ୍ୱାଧୀନତା ପରବର୍ତୀ ଅନେକ ବର୍ଷ ସେହି ବ୍ରିଟିଶ ଢାଞ୍ଚା ରେ ପୋଲିସ ପ୍ରଶାସନ ଚାଲୁଥିଲା ।ଆମ କଳାହାଣ୍ଡିଆ ଭାଷା ରେ
ପୁରୁଣା ବୁଢା ମାନେ କହୁଥିଲେ " ଜଙ୍ଗଲ କେ ନାଇଁ ବଲବ ପଦା ପୁଲିସ କେ ନାଇଁ ବଲବ ଦଦା" ସେ ସମୟରେ ଓ ଆଜିବି ମୋ ମତରେ ଏହି ଢଗ ର ପ୍ରସଂଗିଗତା ରହିଛି ।ଦେଶ ସ୍ଵାଧୀନ ହୋଇ ସତୁରିବର୍ଷ ଅତିକ୍ରମଣ କରି ସାରିଛି ସତ କିନ୍ତୁ ପୋଲିସ ବିଭାଗରେ କାର୍ଯ୍ୟରତ ତଳ ଠୁ ଉପର କର୍ମଚାରୀ ଙ୍କ ମାନସିକ ପରିବର୍ତନ ହୋଇ ନ ଥିବା ମନେ ହୁଏ ।ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ପୋଲିସ ଦ୍ୱାରା ସାଧାରଣ ଲୋକଙ୍କ ଉପରେ ବିଚ ରାଜ ରାସ୍ତା ରେ ମାଡ଼ ହଉ କି ଥାନା ଭିତରେ ଥାର୍ଡ ଡିଗ୍ରୀ ର ପ୍ରୟୋଗ ହଉ କିମ୍ବା ସରକାରୀ ପ୍ରରୋଚନା ରେ ନିର୍ଦୋଶ ଉପରେ ମିଥ୍ୟା କେଶ କରି ଜେଲ ହଜାତ କୁ ପଠେଇବା ସାଧାରଣ ବିଷୟ । ସରକାର ବିଭିନ୍ନ ସମୟରେ ପୋଲିସ ବିଭାଗରେ ଅନେକ ସଂସ୍କାର ଆଣୁଛନ୍ତି ।ଏଥିସହ ଦେଶର ଉଚ୍ଚ ଶିକ୍ଷିତ ଯୁବ ବର୍ଗ ଙ୍କ ପୋଲିସ ବିଭାଗରେ ପ୍ରବେଶ ଫଳରେ ବହୁତ
ଶୃଙ୍ଖଳିତ ହେବାରେ ଲାଗିଛି ।ବିଶେଷ କରି ଯେବେ ଠୁ ପୋଲିସ ସବ- ଇନିସ୍ପେକ୍ଟର ଓ ଡ଼ିଏସପି ସିଧାସଳଖ ନିଯୁକ୍ତି ସହ ଯୁବ ପିଢ଼ି ରେ IPS ଅଧିକାରୀ ହେବା ପାଇଁ ପ୍ରତିଯୋଗିତା ଫଳରେ ନୂତନ ଯୁବ ପିଢ଼ି ଯୋଗୁଁ ପୋଲିସ ବିଭାଗରେ ଲୋକଙ୍କ ପ୍ରତି ସେବା ମନୋବୃତି ବୃଦ୍ଧି ପାଇଛି ।ତେବେ ହୋମ ଗାର୍ଡ ରୁ ସିପାହୀ ଓ ପୋଲିସ ASI ସ୍ତରରେ ଆଜିବି ସେଇ ବ୍ରିଟିଶ ଶାସନ ର ମାନସିକତା ଦୂର ହୋଇ ନାହିଁ ଓ ଯାହାବି ବେଶୃଙ୍ଖଳା କିମ୍ବା ଆଇନ କୁ ହାତ କୁ ନେବା ପ୍ରସଙ୍ଗ ହଉ ପୋଲିସ ବିଭାଗରେ ଇଂରେଜ ମାନସିକତା ହିଁ ଦାୟୀ କହିଲେ ଅତ୍ୟୁକ୍ତି ହେବନାହିଁ ।କାରଣ ସେଇ ପୋଲିସ ଡ୍ରେସ ର ଖାକି ରଙ୍ଗ ବୋଲି ମୁଁ ଅନୁଭବ କରୁଛି ।ସେଇ ଖାକି ପୋଷାକ ର ଗାରିମା ଆଉ କୌଣସି ପୋଷାକ ରେ ନାହିଁ ।ପୋଲିସ ଯଦି ନିଜ ଖାକି ପୋଷାକରେ ନାହିଁ ତେବେ ସେ ପୋଲିସ ଚାକିରୀ ରେ ଥିଲେ ମଧ୍ୟ ଆଇନର ପରିଧି ଭିତରେ ଥାଏ କିନ୍ତୁ ଡ୍ରେସ ପିନ୍ଧିଦେଲେ ସେ ଖାକି ରଙ୍ଗ ର ପ୍ରଭାବ ଓ ବ୍ରିଟିଶ ସାମ୍ରାଜ୍ୟ ର ଭୁତ ଏପରି ସବାର ହୁଏ ଯେ, ନିଜ ମୌଳିକ କର୍ତବ୍ୟ, ସାଧାରଣ ଲୋକଙ୍କ ପ୍ରତି ସେବା ମନୋଭାବ କୁ ଭୁଲି ଯାଏ ଓ କରିବସେ ଆଇନ ର ଉଲଙ୍ଘନ ।କିନ୍ତୁ ସମ୍ପ୍ରତି ଦେଶରେ 50 ଭାଗ ପୋଲିସ ଅଧିକାରୀ ନିଜ ସେବା ମନୋଭାବ , କର୍ମ ତତ୍ପରତା ଓ ନ୍ୟାୟ ପାଇବା ପାଇଁ ଅପେକ୍ଷା ରତ ଙ୍କୁ ସବୁବେଳେ ଉଚିତ ନ୍ୟାୟ ଦେବାରେ ତତ୍ପର ।ସମୟ ର ପରିବର୍ତନ ସହ ଲୋକଙ୍କ ଓ ପୋଲିସ କର୍ମଚାରୀ ମାନଙ୍କ ମନୋଭାବରେ ଅନେକ ପରିବର୍ତନ ଘଟିଛି ।ସରକାର ଙ୍କ ଜନସାଧରଣ କିପରି ଉଚିତ ନ୍ୟାୟ ପାଇ ପାରିବେ ସେଇଥିପାଇଁ ଉନ୍ନତ ଜ୍ଞାନ କୌଶଳ ର ବିନିଯୋଗ କରି 24 ଘଂଟା ସଚେତନ ରହୁଛନ୍ତି ।କିନ୍ତୁ ସେଇ ବ୍ରିଟିଶ ଅମଳରୁ ଚାଲି ଆସୁଥିବା ଖାକି ପୋଷାକ କେଜାଣି କାହିଁକି ବାଧାସୃଷ୍ଟି କରୁଥିବା ପରି ମନେ ହୁଏ ।କାହିଁକି କେଜାଣି ସେଇ ଖାକି ରଙ୍ଗ ର ପୋଷାକ ଅନେକଙ୍କ ଚାଲ, ଚେହେରା ଓ ଚରିତ୍ର ପରିବର୍ତନ ପାଇଁ ଦାୟୀ ବୋଲି ଜଣାପଡେ ।ସରକାର ଯଦି ପୋଲିସ ବିଭାଗରେ କର୍ମଚାରୀ ମାନଙ୍କ ପାଇଁ ବ୍ରିଟିଶ ଅମଳରୁ ଚାଲି ଆସୁଥିବା ଖାକି ପୋଷାକ ବଦଳରେ ଅନ୍ୟ ରଙ୍ଗ ର ପୋଷାକ ପିନ୍ଧିବା ପାଇଁ ପରିବର୍ତନ କରନ୍ତି ତେବେ ଯାଇ ପୋଲିସ ବିଭାଗରେ ବ୍ରିଟିଶ ମାନସିକତା ଦୂର ହେବା ସହ ସେବା ମନୋଭାବ ବୃଦ୍ଧି ପାଇବ ବୋଲି ବିଶ୍ୱାସ ରହିଛି ।
ବାସ୍ତୁ ଶାସ୍ତ୍ର ରେ ରଙ୍ଗ ମଧ୍ୟ ପ୍ରଭାବ ରହିଛି ।ପୋଲିସ ପୋଷାକରେ ଖାକି ବଦଳରେ ଅନ୍ୟରଙ୍ଗ ର ପୋଷାକ ପରିବର୍ତ୍ତନ ହେଲେ ବ୍ରିଟିଶ ରାଜ ରୁ ଚଳି ଆସୁଥିବା ପୋଲିସ ବିଭାଗରେ ଅତ୍ୟନ୍ତ ମାନସିକ ପରିବର୍ତ୍ତନ ଘଟିବା ସହ ସେବା ମାନିବୃତି ବୃଦ୍ଧି ପାଇବ ବୋଲି ବିଶ୍ୱାସ ।ସ୍ୱାଧୀନ ଭାରତ ରେ ଆଜିବି ଅନେକ ସ୍ଥଳରେ ସେହି ଇଂରେଜ ଶାସନ ର ପରମ୍ପରା ଦେଖିବାକୁ ମିଳୁଛି ।ସରକାର ନିଜର ସ୍ୱତନ୍ତ୍ରତା ସୃଷ୍ଟି ପାଇଁ ଉଦ୍ୟମ କଲେ ଇଂରେଜ ଶାସନ ର ମନୋବୃତ୍ତି ଦୂର ହେବ ବୋଲି ଆଶା ଓ ବିଶ୍ୱାସ ।
ଶୁଭରାତ୍ରୀ........
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ ।
Post a Comment