//BREAKING//
Loading...

ମାଆ ଙ୍କ ପାଦ ତଳେ ହିଁ ଜନ୍ନତ( ବୈକୁଣ୍ଠ) ଅଛି ।

 " ମାଆ ର ପାଦ ତଳେ ହିଁ ଜନ୍ନତ( ବୈକୁଣ୍ଠ)ଅଛି ।ମାଆ, ଏ ଅମୁଲ୍ୟ ଶବ୍ଦ ର ନିବିଡ଼ତା ଏତେ ମୂଲ୍ୟବାନ ଯେ, କେବଳ ଆଜି ନୁହଁ ପ୍ରତ୍ୟେକ ଦିନ ବିଶ୍ୱ ମାତୃ ଦିବସ ଅଟେ ।ଆଜି ମୋ ବୟସ 63 ବର୍ଷ ଛଅ ମାସ । ଘରର ଆଠ ଭାଈ ଓ ପାଞ୍ଚ ଭଉଣୀ ଠୁ ସବୁଠୁ ବଡ଼ ।ମା ବାପାଙ୍କୁ କେବଳ ମହମ୍ମଦ ଅଲ୍ଲୀ ର ବାପା ବୋଲି ଡାକେ ।ଦିନକୁ ଅତିକମରେ ପଚାଶ ଥର ମାଆ ମୋ ନାମ ତା ପାଟିରେ ଧରି ଥାଏ ।ଘର ଭିତରେ ଥିଲେ ବି ରାସ୍ତା ଉପରେ ମୁଁ ଚାଲି ଗଲା ବେଳେ କେବଳ ପାଦ ର ଶବ୍ଦ ଓ ବାସ୍ନା ଶୁଣି ଜାଣି ଯାଏ ଯେ ବଡ଼ବାବୁ ଆସୁଛି ।ଚେହେରା ଦେଖି ମୋ ହୃଦୟର ବ୍ୟଥା, ଦୁଃଖ ଜାଣିଯାଏ  ।ଆଜି ଯାଏଁ କେବେ ମଧ୍ୟ ମୁଁ ଜାଣିବାରେ ମୋତେ କେବେ କଟୁଶବ୍ଦ, ମୋ ଉପରେ ରାଗିବା କିମ୍ବା ଅଭିମାନ କରିବା ମୁଁ ଜାଣିନି ।ସମୟର କ୍ରମେ ସମସ୍ତ ଭଉଣୀଙ୍କ ବିବାହ ପରେ ସମସ୍ତ ଆଠ ଭାଈ ନିଜ ନିଜର ପରିବାର ନେଇ ଅଲଗା ଅଲଗା ଘର କରି ରହିଛୁ । ଗାଁ ରେ ପ୍ରଥମ ଘରେ ମାଆ, ବାପା ରୁହନ୍ତି ଓ ସମସ୍ତ ଭାଈ ଲାଗି ଲାଗି ନିଜ ଘର ତୋଳି ରୁହନ୍ତି ।ମୁଁ କିନ୍ତୁ ଗାଁ ଶେଷ ମୁଣ୍ଡ ରେ ମୋ ଜମିକୁ ଲାଗି ଘର କରି ରହିଛି ।ଭବାନୀପାଟଣା ନୀତିଦିନ  ସକାଳେ ସନ୍ଧ୍ୟା ରେ ମୁଁ ଯିବା ଆସିବା କରେ ।ଯିବା ଓ ଆସିବା ବାଟକୁ ମାଆ ଏକ ଚେଆର ରେ ବାରଣ୍ଡା ରେ ବସି ଅପେକ୍ଷା କରିଥିବ ।କେଉଁ ଦିନ କେମିତି ରାତିରେ ଘରକୁ ଫେରିବା ବିଳମ୍ବ ହେଲେ ମାଆ ନ ଖାଇ ଅପେକ୍ଷା କରି ଥିବ ।ମୋ ସ୍କୁଟି ର ଶବ୍ଦ ଶୁଣି ବାପା ଙ୍କୁ କହିବ ଏବେ ଆସୁଛି ବଡ଼ ବାବୁ ଚାଲ ବହୁତ ରାତି ହେଲାଣି ଖାଇନେବା ।ମୁଁ ରାସ୍ତା ରେ ଘରକୁ ଫେରିବା ବେଳେ ମାଆ ର କଥା ଶୁଣି ଥାଏ ସ୍କୁଟିକୁ ଟିକିଏରଖି  ଘରକୁ ଫେରେ ।ଅନ୍ୟଦିନ ସକାଳେ ଘରୁ ବାହାରି ଗଲା ବେଳେ ଅପେକ୍ଷା ରେ ଥିବା ମାଆ ପଚାରେ କାଲି ରାତି ଏତେ ଡେରିରେ ଫେରିଲୁ ।ମୋ ପାଖରେ ଉତ୍ତର ନ ଥାଏ ଚୁପ ହୋଇ ଚାଲିଯାଏ ।ଜୀବନ ଯନ୍ତ୍ରଣାରେ ମୋ ସ୍ଵଭାଵ ଟିକିଏ ରାଗି ।ବେଳେ ବେଳେ କୌଣସି କାରଣରୁ ଅତ୍ୟଧିକ ରାଗିଗଲେ ଅସମ୍ଭାଳ କିନ୍ତୁ ସାମ୍ନା ରେ ମାଆ ଆସିଗଲେ ସମସ୍ତ ରାଗ ଶାନ୍ତି ହୋଇ ଯାଏ କାହିଁକି କେଜାଣି ଏକ ଦିବ୍ୟ ଶକ୍ତି ସମ୍ମୁଖରେ ମୁଁ ଅସହାୟ ହୋଇ ପଡେ ନିଶବ୍ଦ ଓ ଶାନ୍ତ ।ଏହାହିଁ ମାଆ ର ମମତା ।ଦୁଇ ଝିଅ କୁ ବାହା କଲି ଝିଅ ମାନଙ୍କୁ ବିଦାୟୀ ସମୟରେ ମାଆ ର ସେହି ଆଶ୍ବାସନା ଆଜିବି ମନେ ପଡେ ଜୀବନ ର ମୂଲ୍ୟ ଓ ବାପା ର କର୍ତବ୍ୟ ବୋଧ ସହ ପରିବାର ର  ଦାଇତ୍ୱ ସମ୍ପର୍କରେ  ଚେତେଇ ଦେବା । ଅପାଠୁଆ ହେଲେ ବି ବିଶ୍ୱରେ ମାଆ ହିଁ ସବୁଠୁ ଜ୍ଞାନୀ, ଗୁଣି ବ୍ୟକ୍ତିତ୍ୱ ।ତା ପାଖରେ ଯେତେ ବଡ଼ ଜ୍ଞାନର ଭଣ୍ଡାର ମଧ୍ୟ ତୁଚ୍ଛ ଅଟନ୍ତି । କାହିଁକି କେଜାଣି ମାଆ ପାଖରେ ଥିଲେ ଆଜିବି ମୁଁ ନିଜକୁ ଶକ୍ତିଶାଳୀ ଓ ସୁରକ୍ଷିତ ଅନୁଭବ କରେ ।ପ୍ରତ୍ୟେକ ମୁହୂର୍ତ୍ତ ରେ ମୋ ମନ ଭିତରେ ଥିବା ସବୁ ବିଷୟ ନିଜ ଦିବ୍ୟ ଦୃଷ୍ଟି ରେ ଜାଣି ପାରେ ମୋ ମାଆ । ଆଜି ବି 82 ବର୍ଷ ବୟସରେ ମୋ ମାଆ ଚଳ ଚଞ୍ଚଳ ।ତେର ଭାଈ ଭଉଣୀ ଥିଲେ ବି ବିଶେଷ କରି ମୋ ପ୍ରତି  ବିଶେଷ ଚିନ୍ତା  ଥାଏ ।କାରଣ ଏକ ଜିଦଦୀ, ରାଗି ସହ ନିଜ  ମର୍ଜି ର ମାଲିକ ମୁଁ କାହାକୁ କେବେ ଖାତିରି କରେନାହି କିନ୍ତୁ ମାଆ କୁ ଦେଖିଦେଲେ ମୁଁ ହୋଇ ଯାଏ ନିଶବ୍ଦ ସରଳ ସେ ଯାହା କହେ ମୁଁ ମାନିନିଏ ।କେବେ ବି ମୋ ମାଆ ମୋ ପାଖରେ ଜିଦ କରିନି କି ଅଭିମାନ କରିନି । ପ୍ରତିକୂଳ ପରିସ୍ଥିତି ରେ ମଧ୍ୟ ଅନେକ ସମୟରେ  ମାଆ ର  ଶାନ୍ତ୍ବନା ମୋର ମନୋବଳ କୁ କାହିଁକି କେଜାଣି ଦୃଢୀଭୂତ କରିଥାଏ ।ସଂସାର ରେ ମାଆ ହିଁ ପ୍ରକୃତରେ ନିଜର ସନ୍ତାନ ର ଦୁଃଖ, ବ୍ୟଥା, କଷ୍ଟ ଓ ମାନସିକ ଦୁଶ୍ଚିନ୍ତା କୁ ଚେହେରା ଦେଖି ପରଖି ନିଏ ଅନୁଭବ କରେ ଓ ସାନ୍ତ୍ୱନା ଦିଏ । ଇସଲାମ ରେ ଭଗବାନ ଓ ମାଆ ଛଡା ଆଉ କାହାର ପାଦ ସ୍ପର୍ଶ କରି ପ୍ରଣାମ କିମ୍ବା ପାଦ ତଳେ ନତ ମସ୍ତକ ହେବା ମନା ଅଟେ । କାରଣ ମାଆ ର ପାଦ ତଳେ ଜନ୍ନତ ( ବୈକୁଣ୍ଠ) ଥାଏ ।କେବଳ ମାଆ ର ପାଦ ସ୍ପର୍ଶ କରିବା ଛଡା ବିଶ୍ୱର ଯେତେ ଶକ୍ତିଶାଳୀ ବ୍ୟକ୍ତି ହେଲେ ବି ତାର ପାଦ ସ୍ପର୍ଶ କରି ପ୍ରଣାମ  କରିବା ପାଇଁ ବାରଣ କରାଯାଇଛି ।କାରଣ ମାଆ ସହ ପୃଥିବୀର କୌଣସି ବ୍ୟକ୍ତି, ବସ୍ତୁ ଶକ୍ତି ସମକକ୍ଷ ହୋଇ ନ ପାରେ ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe