ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ--ଓଁଶାନ୍ତି---RIP-///---
ପ୍ରତ୍ୟେକ ମୁହୂର୍ତ୍ତ ରେ ସୋସିଆଲ ମିଡ଼ିଆ ଖୋଲିଦେଲେ କାହାର ନା କାହାର, ଚିହ୍ନଆ ଅଚିହ୍ନଆ ମାନଙ୍କ ଫଟୋ ଫ୍ରେମ ଜଡିତ ପୋଷ୍ଟ ଦେଖିବାକୁ ମିଳୁଛି ।ଆଙ୍ଗୁଳି ସ୍ୱତଃ ପ୍ରବୁର୍ତ୍ତଭାବେ ଓଁଶାନ୍ତି କିମ୍ବା RIP ଲେଖିଦିଏ ।ଲେଖି ସାରିବା ପରେ କାହିଁକି କେଜାଣି ଆଙ୍ଗୁଳି ସହ ଦେହ କିଛି ସମୟ ପାଇଁ ଥରି ଉଠେ ।ମାନସିକ ସ୍ତରରେ ଅନେକ ଚାପ ସୃଷ୍ଟି ହୁଏ ।ଗାଁ, ପଂଚାୟତ କିମ୍ବା ନିଜ ସହର ନୁହଁ ଜିଲ୍ଲା ହଉ କି ରାଜ୍ୟ କିମ୍ବା ମୋ ପବିତ୍ର ଭୂମି ଦେଶର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ଅଟେ ।ଫେସବୁକ ରେ ମହାମାରୀ କୁ ପ୍ରତିହତ କରିବା ପାଇଁ ଘରୋଇ ଉପାୟ ଓ ଫେସବୁକ ୟୁନିଭରସିଟି ର କପିପେଷ୍ଟ ଛାତ୍ର ମାନେ ଏପରି ପୋଷ୍ଟ କରୁଛନ୍ତି ସତେ ତାଙ୍କ ଦ୍ବାରା ପୋଷ୍ଟ ରେ ସୂଚନା ଦେଇଥିବା ଉପାୟ ଅବଲମ୍ବନ କଲେ କରୋନା ଆଉ ପାଖ ମାଡିବନି ନିଜ ଉପରେ କିମ୍ବା ନିଜ ସାହି ପଡିଶା କିମ୍ବା ଗାଁ ଉପରେ ।ଏପରି ପୋଷ୍ଟ ଦେଖି ଟିକେ ମନ ଦୃଢ଼ କରିନିଏ କାରଣ ପୋଷ୍ଟ ରେ ଲେଖା ଯାଇଥିବା ସରଳ ଉପାୟରେ ବି କରୋନା ମହାମାରୀ ରୁ ବଂଚି ଯାଇ ହେବ ।କିନ୍ତୁ ବାସ୍ତବିକତା କିନ୍ତୁ ଭିନ୍ନ ଅଟେ ।ଆଜି ପ୍ରତ୍ୟେକ ଘରେ , ପ୍ରତ୍ୟେକ ବ୍ୟକ୍ତି କରୋନା କୁ ନେଇ ଆଶଙ୍କିତ ।ଫୋନରେ କଥା ହେଲା ବେଳେ ଯଦି ଟିକେ କାଶ ହେଲା ତେବେ ସାଙ୍ଗେ ସାଙ୍ଗେ ଅପର ପକ୍ଷରୁ ଶୁଭେ ଦେହ ଭଲ ନାହିଁକି ।ପରୋକ୍ଷରେ ସୂଚନା ମିଳିଯାଏ କରୋନା ଆକ୍ରାନ୍ତ ନୁହଁ ତ ? ସରକାର ଙ୍କ କରୋନା ନୀତି ବି ବଡ଼ ବିଚିତ୍ର ।ସାଧାରଣ ଜନତା ଙ୍କ ପ୍ରତ୍ୟେକ ମୌଳିକ ସମସ୍ୟା ର ସମାଧାନ କରିଵା ସରକାରଙ୍କ ଦାୟିତ୍ୱ ।କିନ୍ତୁ କରୋନା ର ମୃତ୍ୟୁ ର ତାଣ୍ଡବ ସମୟରେ ସରକାର ଙ୍କ ଅଦୁରଦର୍ଶୀତା ର ପରିଣାମ ଭୋଗୁଛନ୍ତି ସାଧାରଣ ଜନତା ।ଦେଶର 135 କୋଟି ଜନତା ଏହି ମହାମାରୀ ସମୟରେ ମାନସିକ ଯନ୍ତ୍ରଣା ସହ ପ୍ରତ୍ୟେକ ମୁହୂର୍ତ୍ତ ରେ ପରିବାର ସହ ବଂଚିବା ପାଇଁ ସଂଗ୍ରାମରତ ।ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଆର୍ଥିକ ସଙ୍କଟ ଘରର ମୁଖିଆ ଙ୍କ ପାଇଁ ବେଢ଼ି ଉପରେ କୋରଡା ମାଡ଼ ହୋଇ ପଡିଛି ।ନିଜର ପରିବାର ଲୋକଙ୍କ ପେଟରେ ଦାନା ଟିକେ ଦେବା ପାଇଁ ସରକାର ଙ୍କ ଲକଡାଉନ ଘୋଷଣା ସମୟରେ ଘରୁ ବାହାରୁ ଥିବା ଲୋକଙ୍କ ଉପରେ ପୋଲିସ ର ଲାଠିମାଡ଼, ଆର୍ଥିକ ଦଣ୍ଡ , ଦେଖିଲେ ଏମିତି ଲାଗୁଛି ଶୋଷଣର ଶେଷ ପର୍ଯ୍ୟାୟରେ ଆମେ ପହଞ୍ଚି ସାରିଛେ ।ଯୁଗେ ଯୁଗେ ଦୁଃଖ, ଯନ୍ତ୍ରଣା ଓ ସଙ୍କଟ ସମୟରେ କେବଳ ନିମ୍ନ ମଧ୍ୟ ବିତ୍ତ ଓ ମଧ୍ୟ ବିତ୍ତ ପରିବାର ଙ୍କ ଉପରେ ହିଁ ଦାରୁଣ ଯନ୍ତ୍ରଣା ଦେଇଥାଏ ।ଯେଉଁ ମାନେ ପ୍ରଚଣ୍ଡ ସ୍ୱାଭିମାନି ସେମାନେ ନିଜ ଦୁଃଖ କାହାକୁ କହି ପାରନ୍ତି ନାହିଁ କି ପରିବାର ର ଦୁଖଃ ସହି ମଧ୍ୟ ପାରନ୍ତି ନାହିଁ ଏମାନଙ୍କ ସଂଖ୍ୟା ଦେଶରେ ଅଧିକ ।ଆଜି ପ୍ରତ୍ୟେକ ପରିବାରର ପ୍ରତ୍ୟେକ ସଦସ୍ୟ ପ୍ରତ୍ୟେକ ମୁହୂର୍ତ୍ୱ ରେ ଆଶା ଓ ଆଶଙ୍କା ଦେଇ ବଞ୍ଚିଛି କେତେବେଳେ ମୃତ୍ୟୁ କୋଉ ରୂପରେ ଆସି କୋଳେଇ ନେବ କେହି ଜାଣିନି ।ମୃତ୍ୟୁ ପରେ ମଧ୍ୟ ଉପଯୁକ୍ତ ସମ୍ମାନ ସହ ଏ ନଶ୍ୱର ଶରୀର ଇହଧାମ ତ୍ୟାଗ କରିବା ମଧ୍ୟ ସମ୍ଭବ ନୁହେଁ ।ମୃତ୍ୟୁ ପରେ ପରିବାର ଲୋକ ମଧ୍ୟ ଶବ କୁ ସତ୍କାର କରିବା ପରିବର୍ତେ ପାଖ ମାଡୁ ନାହାନ୍ତି କି ଛୁ ମଧ୍ୟ ନାହାନ୍ତି ।ଆଜି ଏ ସଙ୍କଟ ସମୟରେ ସମସ୍ତେ ବଞ୍ଚିଥିବା ମଣିଷ ଙ୍କ ମଧ୍ୟରେ ପ୍ରଚଣ୍ଡ ଧର୍ଯ୍ୟ ର ଆବଶ୍ୟକତା ରହିଛି ।ରାଜ୍ୟ କିମ୍ବା ଦେଶର ସରକାର ଙ୍କ ଠାରୁ କିଛି ଆଶା କରିବା ମଧ୍ୟ ବୃଥା କାରଣ ସରକାର କରୋନା ଜନିତ ମହାମାରୀ ର ମୁକାବିଲା କରିବା କିମ୍ବା ଲୋକଙ୍କୁ ସହାୟତା ଯୋଗାଇ ଦେବାରେ ଅକ୍ଷମ ।କୋଉଁଠି ମୃତ୍ୟୁ ସଂଖ୍ୟା ପ୍ରଶାସନ ଲୁଚାଉ ଛନ୍ତି ତ କୋଉଠି ଶବ ଫୋପାଡ଼ିଦେଇ ନିଜ ଦାୟିତ୍ୱସାରୁଛନ୍ତି ।ଅନେକ ସମୟରେ ପରିବାର ଲୋକ ମଧ୍ୟ ନିଜ ଲୋକଙ୍କ ପରଲୋକ ଖବର ଜାଣି ପାରୁ ନାହାନ୍ତି ।ଏହିପରି ଏକ ବାସ୍ତବିକ ସଙ୍କଟ ସମୟରେ ନିଜ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ସହ ସମସ୍ତ ପରିସ୍ଥିତି କୁ ମୁକାବିଲା କରିବା ପାଇଁ ଦୃଢ଼ ମନୋବଳ ଏକାନ୍ତ ଆବଶ୍ୟକ ।ଭଗବାନଙ୍କ ନିକଟରେ ଏତିକି ଗୁହାରି ପ୍ରଭୁ ଏ ସଙ୍କଟ ରୁ ସମସ୍ତ ଦେଶବାସୀ ଙ୍କୁ ଉଦ୍ଧାର କରିବା ସହ ସମସ୍ତଙ୍କୁ ଭଗବାନ ଏହି ଦାରୁଣ ଦୁଖଃ ରୁ ଉଦ୍ଧାର କରନ୍ତୁ ଓ ସୋସିଆଲ ମିଡ଼ିଆ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ, ଓଁଶାନ୍ତି କିମ୍ବା RIP ଲେଖିବା ପାଇଁ ଯେପରି କାହାକୁ ମଧ୍ୟ ମୌକା ନ ଆଶୁ ଓ ସମସ୍ତେ ଏ ଧରାପୃଷ୍ଠ ରେ ସୁରକ୍ଷିତ ରୁହନ୍ତୁ କାମନା କରୁଛି ।
ମହମ୍ମଦ ଅଲ୍ଲୀ ,
Post a Comment