//BREAKING//
Loading...

ପ୍ରିୟ ଗୁରୁ ଚନ୍ଦ୍ର ପଣ୍ଡା ଆଜ୍ଞା ଙ୍କୁ ଅଶ୍ରୁପୂର୍ଣ ଶ୍ରଦ୍ଧାଞ୍ଜଳୀ




କଳାହାଣ୍ଡି କ୍ରୀଡା ଜଗତର ଜଣେ ଉଜ୍ଜ୍ୱଳ ନକ୍ଷତ୍ର, ଚିତ୍ରଶିଳ୍ପୀ,ଶିକ୍ଷାବିତ, ବିଜ୍ଞାନ ଓ ଗଣିତ ଛାତ୍ର ଙ୍କ ପଥ ପ୍ରଦର୍ଶକ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା ବିଭାଗ ର ପ୍ରଶାସକ ଚନ୍ଦ୍ର ପଣ୍ଡା ଆଜ୍ଞା ଙ୍କ ପରଲୋକ ଗମନ ଘଟିଛି ।ଏହି  ଦୁଃସମ୍ବାଦ  କଳାହାଣ୍ଡି ମାଟି ମାଆ ଜଣେ ସୁଯୋଗ୍ୟ ସନ୍ତାନ ଓ ଉଜ୍ଜ୍ୱଳ ନକ୍ଷତ୍ର କୁ  ହରେଇଛି ।ପିଲାଟି ଦିନରୁ ମୋ ଆଈ ପାଖରେ ରହି ପାଠ ପଢ଼ୁଥିଲି । ମହାବୀର ପଡା ରେ ଥିବା ଧବଳେଶ୍ବର ପଣ୍ଡା ଙ୍କ ଘର ବର୍ତ୍ତମାନ ର ଭାରତୀ ସାଇକଲ ଷ୍ଟୋର ରେ କଳାହାଣ୍ଡି ଗଡ଼ଜାତ ର ବିଶିଷ୍ଟ ଶିକ୍ଷାବିତ ଇଂରାଜୀ ସାହିତ୍ୟରେ ପ୍ରଗାଢ ଜ୍ଞାନୀ √ନିଳାନ୍ଦ୍ରୀ ପଣ୍ଡା ଆଜ୍ଞା ରହୁଥିଲେ ।ତାଙ୍କ ବଡ଼ପୁଅ ଚନ୍ଦ୍ର ଶେଖର ପଣ୍ଡା ।ଚନ୍ଦ୍ର ପଣ୍ଡା ଆଜ୍ଞା ମାଟ୍ରିକ (୧୨ ଶ୍ରେଣୀ ) ପଢ଼ୁଥିବା ସମୟରେ ମୁଁ ପଞ୍ଚମ ଶ୍ରେଣୀ ଛାତ୍ର ।ଜନାଵ ହାଜି ସାବିର ହୁସେନ ଙ୍କ ଛୋଟ ଭାଈ ବିଶିଷ୍ଟ ଚିତ୍ରଶିଳ୍ପୀ ଜନାଵ ଅହେମାଦ ହୁସେନ ଓ ଚନ୍ଦ୍ର ଆଜ୍ଞା ପଡୋଶୀ ସହ ଗୋଟିଏ ଶ୍ରେଣୀ ରେ ବ୍ରଜମୋହନ ହାଇସ୍କୁଲ ରେ ପଢୁ ଥିଲେ ।ଉଭୟଙ୍କ ଚିତ୍ର କଳା ପ୍ରତି ଗଭୀର ଆକର୍ଷଣ ଥିଲା ।ହାଇସ୍କୁଲ ର କଳା ଶିକ୍ଷକ √ହେମନ୍ତ କୁମାର ପତି ଆଜ୍ଞା ଙ୍କ ଅତି ପ୍ରିୟ ଛାତ୍ର ଥିଲେ ।ଗଣେଶ ପୂଜା ହଉ କି ସରସ୍ୱତୀ ପୂଜା ର ମୂର୍ତି ନିର୍ମାଣ ହଉ ସାବିର ଭୟା ଙ୍କ ରାସ୍ତା କଡରେ ଥିବା ପଢ଼ାଘର ବର୍ତ୍ତମାନ ର (ଓଡିଶୀ ଲଜ ) ଭିତରେ ପୂଜାର ମାସେ ପୂର୍ବରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ ।ଚନ୍ଦ୍ର ଆଜ୍ଞା ଓ ଅହେମଦ ଭୟା ଦିନରାତି ପୂଜା ପୂର୍ବରୁ ମୂର୍ତ୍ତିନିର୍ମାଣ କରୁଥିଲେ ।ଏହି ଦୁଇଜଣ ସେ ସମୟରେ ଯୁବ ଚିତ୍ରଶିଳ୍ପୀ ଭାବରେ ବେଶ ପରିଚିତ ଥିଲେ ।ଚିତ୍ରଶିଳ୍ପୀ ସହ ଚନ୍ଦ୍ର ଆଜ୍ଞାଙ୍କ ଫୁଟବଳ ଖେଳପ୍ରତି ଗଭୀର ଆକର୍ଷଣ ଥିଲା ।ନିୟମିତ ଷ୍ଟାଡିୟମ ରେ ଅଭ୍ୟାସ କରିବା ସହ ଛାତ୍ର ଜୀବନରୁ ସମସ୍ତଙ୍କ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ ।କଳାହାଣ୍ଡି ଫୁଟବଲ ଟିମ ର ଗୋଲ କିପର ଭାବରେ ଦୀର୍ଘଦିନ ଧରି ଖେଳିବା ସହ ଆନ୍ତଃଜିଲ୍ଲା ଫୁଟବଲ ପ୍ରତିଯୋଗିତା ରେ  ବହୁ ସୁନାମ ଅର୍ଜନ କରିଥିଲେ ।ଶିକ୍ଷା ସମାପ୍ତି ପରେ ଚନ୍ଦ୍ର ପଣ୍ଡା ଆଜ୍ଞା ବିଜ୍ଞାନ ଓ ଗଣିତ ଶିକ୍ଷକ ଭାବରେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ ।ଜୁନାଗଡ଼ ହାଇସ୍କୁଲ ରେ ଦୀର୍ଘ ଦିନ ଧରି ଅଧ୍ୟାପନା ପରେ ଭବାନୀପାଟଣା ବ୍ରଜମୋହନ ହାଇସ୍କୁଲ କୁ ବଦଳି ହୋଇ ଆସିଲେ ସେତେ ବେଳେ ଆମେ ଦଶମ ଶ୍ରେଣୀ ଛାତ୍ର । ଜଣେ ଛାତ୍ର ପ୍ରେମୀ ଶିକ୍ଷକ ଭାବରେ ହାଇସ୍କୁଲ ର ସମସ୍ତ ଛାତ୍ର ଙ୍କ ଅତିପ୍ରିୟ ଶିକ୍ଷକ ଥିଲେ ଚନ୍ଦ୍ର ପଣ୍ଡା ଆଜ୍ଞା ।ଅବସର ଗ୍ରହଣ ପରେ ଚନ୍ଦ୍ର ପଣ୍ଡା ଆଜ୍ଞା ନିଜ ଛୋଟ ଭଉଣୀ ଘରେ ରହୁ ଥିଲେ ।ମୋ ପୁଅ ମଧ୍ୟ ଚନ୍ଦ୍ର ପଣ୍ଡା ଆଜ୍ଞା ଙ୍କ ଛାତ୍ର ।ରାସ୍ତା ରେ ଚନ୍ଦ୍ରପଣ୍ଡା ଆଜ୍ଞା ଗଲା ବେଳେ ମୋତେ ଦେଖି ନିଶ୍ଚୟ ଅଟକି ପରିବାର ର ଭଲମନ୍ଦ ପଚାରୁ ଥିଲେ ।ବିଶେଷ କରି ନାତିଆ କେନ୍ତା ଅଛେ , ତତେ ବି ପଢେଇଲି ତୋର ପୁଅ କେ ବି ପଢେଇଲି , ମୁଇଁ ଖୁବ ଭାଗ୍ୟବାନ ବୋଲି କହୁଥିଲେ ।ମୋ ର ଦୁଇଝିଅ ଓ ପୁଅ ର ବାହାଘରେ ମଧ୍ୟ ଯୋଗଦେଇ ଜଣେ ପୁତ୍ରବସ୍ଚଳ ଓ ଛାତ୍ର ବସ୍ଛଲ ଶିକ୍ଷକ, ଅଭିଭାବକ ତଥା ଦିଗଦର୍ଶକ ଭାବେ ନିଜର ଦାୟିତ୍ୱ ସମ୍ପାଦନ କରି ଥିଲେ ।ହଠାତ ଆଜି ଚନ୍ଦ୍ର ପଣ୍ଡା ଆଜ୍ଞାଙ୍କ ପରଲୋକ ଖବର ହୃଦୟକୁ ବହୁତ ଆଘାତ ଦେଇଛି ଏମିତି ଲାଗୁଛି ସତେ ଯେମିତି ଆଜି ଆମେ ଅଭିଭାବକ ଶୁନ୍ୟ ଓ ପଥପ୍ରଦର୍ଶକ ଶୁନ୍ୟ ହୋଇ ଯାଇଛେ ।ଚନ୍ଦ୍ର ପଣ୍ଡା ଆଜ୍ଞା ବିଶେଷ କରି ବ୍ରଜମୋହନ ହାଇସ୍କୁଲ ର 1974 ମସିହା ମାଟ୍ରିକ ବେଚ ଛାତ୍ର ବନ୍ଧୁ ମାନଙ୍କୁ ଗଭୀର ଭାବରେ ଭଲ ପାଉଥିଲେ ।1980 ମସିହା ପରେ ଆମ ବ୍ୟାଚ ର ଅନେକ ଛାତ୍ର କଳାହାଣ୍ଡି ଗ୍ରାମ୍ୟବ୍ୟାଙ୍କ ରେ ନିଯୁକ୍ତି ସହ ରବି ସେନାପତି ଡାକ୍ତର ହେବା , ଚିନ୍ତାମଣି ମହାପାତ୍ର ଜବାହରଲାଲ ୟୁନିଭରସିଟି ରେ ଅଧ୍ୟାପକ ହେବା, ପୂର୍ଣ୍ଣ ମିଶ୍ର IFS ପାଇବା ସହ ଆଭାସ ପଣ୍ଡା, ଜାହାଙ୍ଗିର ଖାଁ, ଅବଦୁଲ ରସିଦ , ରଞ୍ଜନ ନାଏକ, ସହ ଜୟଦେବ ଷଡ଼ଙ୍ଗୀ ଦିଲ୍ଲୀ ସରକାର ରେ IAS ପାଇବା ଓ  ବ୍ୟାଚ ର ପ୍ରାୟ ସମସ୍ତ ବନ୍ଧୁ ଉଚ୍ଚ ପଦପଦବୀ ରେ ନିଯୁକ୍ତି ପାଇଥିବା ଯୋଗୁଁ ବହୁତ ଆନନ୍ଦିତ ହେବା ସହ ଆମ ମାଟ୍ରିକ ବ୍ୟାଚ କୁ ଗୋଳଦଡେନ ବ୍ୟାଚ ବୋଲି କହୁ ଥିଲେ ।ଜଣେ ନିଷ୍ଠାପର ଶିକ୍ଷକ, କ୍ରୀଡ଼ାବିତ ଓ ଚିତ୍ରଶିଳ୍ପୀ ଭାବରେ ହଉ କି ନିଜ ଛାତ୍ର ମାନଙ୍କ ଦିଗଦର୍ଶକ ଓ ମୁରବି ଭାବରେ ଚନ୍ଦ୍ର ପଣ୍ଡା ଆଜ୍ଞା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।କଳାହାଣ୍ଡି ମାଟି ଆଜି ଏକ ଅମୂଲ୍ୟ ରତ୍ନ ହରେଇଛି ।ମୁଁ ଓ ମୋ 1974 ମସିହା ମାଟ୍ରିକ ବ୍ୟାଚ ର ସମସ୍ତ ବନ୍ଧୁ ଅମର ଆତ୍ମାର ସଦଗତି କାମନା କରିବା ସହ ଅଶ୍ରୁପୂର୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛୁ ।

"ଏକ ଚିରାଗ ଔର ବୁଝା ରୋଶନି କମ ହୁଇ "


ମହମ୍ମଦ ଅଲ୍ଲୀ , 

ବରିଷ୍ଠ ସାମ୍ବାଦିକ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe