//BREAKING//
Loading...

ଶତାବ୍ଦୀ ର ସନ୍ତକ ବ୍ରଜମୋହନ ହାଇସ୍କୁଲ ବେଆଇନ ଭାବେ ପ୍ରସାନିକ କବଜା ରେ!!!



 .






 ଶତାବ୍ଦୀ ର ସନ୍ତକ ବ୍ରଜମୋହନ ହାଇସ୍କୁଲ ।କଳାହାଣ୍ଡି ଗଡ଼ଜାତ ର ଅବିସ୍ମରଣୀୟ କୀର୍ତିରାଜି  ।    ବ୍ରଜମୋହନ ହାଇସ୍କୁଲ  ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ  ସୁନାମଧନ୍ୟ  ପ୍ରତିଷ୍ଠିତ ଅନୁଷ୍ଠାନ । ୨୦୧୬ ମସିହାରେ ବ୍ରଜମୋହନ ହାଇସ୍କୁଲ ର ପୁରାତନ ଛାତ୍ର ସଂସଦ ତରଫରୁ ଶତାବ୍ଦୀ ସମାରୋହ ପାଳିତ ହୋଇ ଯାଇଛି । ଇତିହାସ ର ଆଇନାରେ ବ୍ରଜମୋହନ ହାଇସ୍କୁଲ ର ତୁଳନା ଦେଶର ଅନ୍ୟ କୌଣସି ହାଇସ୍କୁଲ ସହ କରା ଯାଇ ନ ପାରେ ।୧୦୫ ବର୍ଷ ର ଏହି ହାଇସ୍କୁଲ ଦେଶ କୁ ଦେଇଛି ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ, ଡାକ୍ତର, ଇଂଜିନିୟର କ୍ରୀଡ଼ାବିତ, ରାଜନେତା, ଲେଖକ, ସମାଜସେବୀ,କଳାକାର, ଉଚ୍ଚ ପ୍ରଶାସନିକ ଅଧିକାରୀ ଯେଉଁମାନେ କେବଳ ଦେଶ କାହିଁକି ବିଦେଶରେ ମଧ୍ୟ ବ୍ରଜମୋହନ ହାଇସ୍କୁଲ ର ପ୍ରତିଷ୍ଠା ବଜାୟ ରଖିଛନ୍ତି ।ଆଜି ବିଶ୍ୱର ଅନେକ ଦେଶରେ ଏହି ସ୍କୁଲରୁ ଉତ୍ତୀର୍ଣ୍ଣ ଅନେକ ଛାତ୍ର ପ୍ରତିଷ୍ଠିତ ।ତେବେ ଆଜି ୧୦୫ ବର୍ଷ ର ଏହି ପ୍ରତିଷ୍ଠିତ ହାଇସ୍କୁଲ କିଛି ପ୍ରଶାସନିକ ବ୍ୟକ୍ତି ଓ ରାଜନେତା ଙ୍କ ଚକ୍ରାନ୍ତ ଯୋଗୁଁ ଧ୍ୱଂସ ହେବାକୁ ବସିଛି ।ଜିଲ୍ଲା ଶିକ୍ଷା ବିଭାଗରେ ପ୍ରସାନିକ ତ୍ରୁଟି, ବେସରକାରୀ ହାଇସ୍କୁଲ ମାନଙ୍କୁ ସ୍ୱତନ୍ତ୍ର ଅନୁକମ୍ପା ଓ କଳେ ବଳେ କୌଶଳେ ଏହି ହାଇସ୍କୁଲ  ର ଗୌରବମୟ ଇତିହାସ କୁ ଦଳି ଚକଟି ଧ୍ୱଂସ କରିଦେବାର  ପ୍ରୟାସ ଜାରି ରହିଛି ।

   ଭବାନୀପାଟଣା ସହର ସରକାରୀ ଜମି ଜବରଦଖଲ ରେ ସମଗ୍ର  ରାଜ୍ୟରେ ଏକ ପ୍ରମୁଖ ସହର ଅଟେ ।ଭବାନୀପାଟଣା ସହର ରେ ୨୭୦ ଏକର ରୁ ଅଧିକ ସରକାରୀ ଜମି ଜବରଦଖଲ କାରୀ ଙ୍କ କବଳ ରେ ରହିଛି ।ତେବେ ଏ ମାମଲା ରେ ପ୍ରଶାସନ ଙ୍କ ମଧ୍ୟ ଭୂମିକା କମ  ନୁହଁ ।ଯଦି ପ୍ରଶାସନିକ କଳ ରକ୍ଷକ ହୋଇ ଭକ୍ଷକ ସାଜେ ଓ ଜୋର ଜବରଦସ୍ତି ଆଇନ କୁ ଉଲ୍ଲଙ୍ଘନ କରି ବେଆଇନ ଭାବେ ବ୍ରଜମୋହନ ହାଇସ୍କୁଲ ପ୍ରଧାନ ଶିକ୍ଷକ ନାମ ରେ ପଟ୍ଟା ଥିବା ଜମି କୁ ଜବରଦସ୍ତି ଦଖଲ କରି ପୁରାତନ କୀର୍ତିରାଜି କୁ ଭାଙ୍ଗି ଦିଏ ତେବେ ଜିଲ୍ଲାରେ ପ୍ରଶାସନିକ କଳ ପ୍ରତି ସାଧାରଣ ଲୋକଙ୍କ ଭିତରେ ବିଶ୍ୱସନୀୟତା କିପରି ରହିବ ତାହା ମୁଖ୍ୟ ପ୍ରସଙ୍ଗ ଅଟେ ।

      ୧୯୧୬ମସିହାରୁ ପ୍ରତିଷ୍ଠିତ ବ୍ରଜମୋହନ ହାଇସ୍କୁଲ ର ବିଦ୍ୟାଳୟ ଗୃହ ଓ ପ୍ରଧାନଶିକ୍ଷକ ଙ୍କ ଆବାସ ୧୯୩୦ ମସିହାରେ ନିର୍ମିତ ହୋଇଥିଲା । ଏହି ହାଇସ୍କୁଲ ଗଡ଼ଜାତ ସମୟରେ ସମଗ୍ର ଦେଶରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲା ।ବ୍ରଜମୋହନ ହାଇସ୍କୁଲ ରୁ ଉତ୍ତୀର୍ଣ ଛାତ୍ର ସମଗ୍ର ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।ବ୍ରଜମୋହନ ହାଇସ୍କୁଲ ମୋଟ ୮.୧୭୫ ଏକର ଜମି ଉପରେ ପ୍ରତିଷ୍ଠିତ ହୋଇଥିଲା ।ତତ୍କାଳୀନ ମହାରାଜା ବ୍ରଜମୋହନ ଦେଓ ଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ସୁନାମଧନ୍ୟ ହାଇସ୍କୁଲ ଦେଶ ସ୍ୱାଧୀନତା ଲାଭ ପରେ କଳାହାଣ୍ଡି ରାଜ୍ୟ ର ମିଶ୍ରଣ ହୋଇ ଓଡ଼ିଶାର ଏକ ଜିଲ୍ଲା ଭାବରେ ପରିଚିତ ହେଲା । ବ୍ରଜମୋହନ ହାଇସ୍କୁଲ ରାଜ୍ୟ ସରକାରଙ୍କ ଅଧିନ କୁ ଚାଲିଗଲା ।ଏହି ସ୍କୁଲ ରୁ ଉତ୍ତୀର୍ଣ ପୁରାତନ ଛାତ୍ର ସଂସଦ ତରଫରୁ ଶିକ୍ଷା ବିଭାଗଙ୍କ ନିକଟରେ ବାରମ୍ବାର  ଅଭିଯୋଗ କରି ଶିକ୍ଷା ବିଭାଗ ବଦଳରେ ବ୍ରଜମୋହନ ହାଇସ୍କୁଲ ର ସମସ୍ତ ଜମି ବ୍ରଜମୋହନ ହାଇସ୍କୁଲ ନାମରେ କରିବା ପାଇଁ ଅନେକ ପ୍ରୟାସ କଲେ ।ଫଳରେ ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଯୁଗ୍ମ ସଚିବ ପତ୍ର ସଂଖ୍ୟା ୨୨୪୯/ତା-୯-୨-୨୦୧୭ ରେ ଜିଲ୍ଲାପାଳ ଙ୍କୁ ଏକ ପତ୍ର ଜରିଆରେ ବ୍ରଜମୋହନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ନାମରେ ୩,୬୬୫ ଏକର ଜମି  ଖାତା ନମ୍ବର ୧୪୫୮/୧୬୮୪  ପ୍ଲଟ ନମ୍ବର ୧୫୦୪,୧୫୦୩,୧୫୦୨,୧୫୦୧,୧୫୦୦ ଓ  ୧୪୯୯ ରେ ଛଅ ଗୋଟି ପ୍ଲଟ ର   ସ୍ଥାୟୀ ପଟ୍ଟା ପ୍ରଦାନ କରିଥିଲେ ।ଅବଶିଷ୍ଟ ଜମି ଶିକ୍ଷା ବିଭାଗ ଅଧୀନରେ ରହିଛି ।ତେବେ ଶିକ୍ଷା ବିଭାଗ ଅଧୀନରେ ଥିବା ଅବଶିଷ୍ଟ ଜମି ରେ ପ୍ରଶାସନ ପକ୍ଷରୁ ଓ ରାଜ୍ୟସରକାରଙ୍କ ପକ୍ଷରୁ ସମସ୍ତ ନୀତି ନିୟମ କୁ ଉଲଂଘନ କରି ଜିଲ୍ଲା ଓ ଦୌରା ଜଜ କୋର୍ଟ ନିକଟରେ ପ୍ରତିଷ୍ଠା କରାଯାଇଛି ।

     ବ୍ରଜମୋହନ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ସରକାରୀ ବାସଗୃହ ପରି ଏକ ପୁରାତନ କୀର୍ତି କୁ ଅନଧିକାର ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଭ ଭାଙ୍ଗି ଦେଇ ସେଠାରେ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।ଆଇନ ଅନୁଯାୟୀ ଜମି ର ପଟ୍ଟାଦାର କିମ୍ବା ରାଜ୍ୟ ଭୁ ଅଧିଗ୍ରହଣ ର ସମସ୍ତ ଆଇନ କୁ ଉଲ୍କଙ୍ଘନ କରି  ସମ୍ପ୍ରତି ପ୍ରଧାନ ଶିକ୍ଷକ ଙ୍କ ପୁରାତନ ୧୦୫ ବର୍ଷ ର କୀର୍ତି କୁ ଭାଙ୍ଗି ଦେଇଛନ୍ତି । ଜଣେ ଶିକ୍ଷା ବିଭାଗର ଜିଲ୍ଲାର ମୁଖ୍ୟ ଅଧିକାରୀ  ଙ୍କ ଏପରି ବେଆଇନ କାର୍ଯ୍ୟ କଳାପ ଏକଛତ୍ରବାଦ ର ନମୁନା ଅଟେ ।ସହରରେ ବେଆଇନ ଭାବେ ଜବର ଦଖଲ କରିଥିବା ୨୭୦ ଏକର ରୁ ଅଧିକ ମୂଲ୍ୟବାନ ସରକାରୀ ଜମି ଗୁଡିକ ରୁ ଜବରଦଖଲ କାରୀ ଙ୍କ ଠାରୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ପାଖରେ ଦମ ନାହିଁ କିମ୍ବା ପ୍ରଶାସନ  ଜବର ଦଖଲ   ଉଛେଦ ପାଇଁ ଅସହାୟ ହୋଇ ପଡିଛି ।ହୋଇ ପାରେ ରାଜନୈତିକ ଚାପ କିମ୍ବା ପ୍ରଶାସନିକ କଳ ର ଅପାରଗତା ଏଇଥି ପାଇଁ ଦାୟୀ ।

   ଗତ ୩୦ ବର୍ଷ ରୁ ଅଧିକ ହେବ ଏହି      ବ୍ରଜମୋହନ ହାଇସ୍କୁଲ ର ପ୍ରତିଷ୍ଠା କୁ କ୍ଷୁର୍ଣ୍ଣ କରି ବେସରକାରୀ ହାଇସ୍କୁଲ ମାନଙ୍କ ସହ ଜିଲ୍ଲା ଶିକ୍ଷା ବିଭାଗର  ଅନାବିଳ  ମମତା ଫଳରେ ଆଜି ବ୍ରଜମୋହନ ହାଇସ୍କୁଲ କେବଳ ଅତୀତ ର ଇତିହାସ ହେବାକୁ ବସିଛି ।ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ ମାନଙ୍କୁ  ଗତ ୩୦ ବର୍ଷ ଧରି କିଛି ବିଭାଗୀୟ କିରାଣୀ ଯେଉଁ ମାନେ ଜିଲ୍ଲା ର ଅତୀତ ର ଗୌରବମୟ ଇତିହାସ ବିଷୟରେ ଅନଭିଜ୍ଞ, ଯେଉଁମାନେ କେବଳ ପେଟ ପୋଷିବା ପାଇଁ କଳାହାଣ୍ଡି ଜିଲ୍ଲା କୁ ଆସି ଭଙ୍ଗା ଚାଳ ଘରେ ଭଡାରେ ରହି ଜିଲ୍ଲା ର କିଛି ବୁଦ୍ଧିଜୀବୀ ଙ୍କ ଗୋଲାମୀ କରି  ଶିକ୍ଷା ବ୍ୟବସ୍ଥା କୁ ଧ୍ବଂସ ମୁଖକୁ ଠେଲି ଦେଇ ନିଜେ କୋଠାବାଡି ନିର୍ମାଣ କରି ଆଜି ଜିଲ୍ଲାର ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ।ବ୍ରଜମୋହନ ହାଇସ୍କୁଲ ଧ୍ବଂସ ହେଉ କି ଜିଲ୍ଲାର ଅନ୍ୟାନ୍ୟ ପ୍ରତିଷ୍ଠିତ କୀର୍ତିରାଜି ଧ୍ବଂସ ହେଉ ସେମାନଙ୍କ କିଛି ଯାଏ ଆସେ ନାହିଁ ।

     ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ଏହିଭଳି ଏକ ମନୋମୁଖୀ ପଦକ୍ଷେପ ଯୋଗୁଁ ଜିଲ୍ଲାର ଅନେକ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଅସନ୍ତୋଷ  ବୃଦ୍ଧି ପାଇଛି ।ଜିଲ୍ଲାର ଏହି ପୁରାତନଛାତ୍ର ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ରାସ ବିହାରୀ ବେହେରା, ଭକ୍ତ ଚରଣ ଦାସ, ପ୍ରଫେସର ଗୋପବନ୍ଧୁ ବେହେରା, ଅକ୍ଷୟ କୁମାର ନନ୍ଦ, ପୂର୍ବତନ ସାଂସଦ ସୁଭାଷ ଚନ୍ଦ୍ର ନାୟକ, ବ୍ରଜମୋହନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ର ସଭାପତି ରାମ ଶଙ୍କର ଦାସ, ୧୯୭୪ ମାଟ୍ରିକ ବ୍ୟାଚ ର ସଭାପତି ସୁଧାଂଶୁ ଶେଖର ଦେଓ, ଡାକ୍ତର ରବି ନାରାୟଣ ସେନାପତି, ଙ୍କ ସମେତ ଅଧ୍ୟାପକ ସୁରଜିତ ସିଂହ, ବହୁ ବରିଷ୍ଠ ରାଜନେତା, ସାମାଜିକ କର୍ମୀ, ସାମ୍ବାଦିକ ଓ ଆଇନଜୀବୀ ଜିଲ୍ଲା ଶିକ୍ଷା ବିଭାଗ ଓ ପ୍ରଶାସନ ପକ୍ଷରୁ ବେଆଇନ ଭାବେ ପୁରାତନ କୀର୍ତିରାଜି ହାଇସ୍କୁଲ ପ୍ରଧାନଶିକ୍ଷକ ଙ୍କ ବାସଗୃହ ଭାଙ୍ଗିବା ଘଟଣା କୁ ତୀବ୍ର ସମାଲୋଚନା କରିଛନ୍ତି  ।ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସୂତ୍ର ରୁ ପ୍ରକାଶ ଯେ, ଏହି ବାସଗୃହ ଭାଙ୍ଗି ସେଠାରେ ଏକକୋଟି ପଂଚାଅଶୀ ଲକ୍ଷଟଙ୍କା ବ୍ୟୟ ଅଟକଳ ରେ ଜିଲ୍ଲା ଶିକ୍ଷା ବିଭାଗର ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ ।ତେବେ ପ୍ରଶ୍ନ ଉଠେ ଆଇନ କୁ ସଂରକ୍ଷଣ ଦେବା ଓ ଆଇନ ଅନୁସାରେ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ସଂକଳ୍ପବଦ୍ଧ ପ୍ରଶାସନିକ ଅଧିକାରୀ ମାନେ କିପରି ଆଇନକୁ ଉଲଂଘନ କରି   ଏପରି ବେଆଇନ କାର୍ଯ୍ୟ ଆରମ୍ଭ କରିଛନ୍ତି ।ଏଥିସହ ବେଆଇନ ଭାବେ ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟାଳୟ ମଧ୍ୟ ବ୍ରଜମୋହନ ହାଇସ୍କୁଲ ପରିସର ରେ ଚାଲିଛି ।ହାଇସ୍କୁଲ କୁ ଧ୍ବଂସ କରିବା ପାଇଁ ଚକ୍ରାନ୍ତ କରି ଆଜି ଯାଏଁ ସ୍ଥାୟୀ ପ୍ରଧାନ ଶିକ୍ଷକ ମଧ୍ୟ ନିଯୁକ୍ତି ନ କରିବା ବ୍ରଜମୋହନ ହାଇସ୍କୁଲ ପ୍ରତି ଜିଲ୍ଲା ଶିକ୍ଷା ବିଭାଗର କେତେ ଦରଦ ଅଛି ତାହା ସହଜେ ଅନୁମେୟ ।କିଛି କିରାଣୀ ଓ  ସ୍ୱାର୍ଥପର ରାଜନେତା ମାନଙ୍କ ପ୍ରରୋଚନାରେ  ବେସରକାରୀ ହାଇସ୍କୁଲ ମାନଙ୍କୁ ଗୁରୁତ୍ୱ ଦେବା ଓ ବ୍ରଜମୋହନ ହାଇସ୍କୁଲ କୁ କେବଳ ଶ୍ରୁତି ରେ ରଖିଦେବା ପାଇଁ ଏହା ଏକ ହୀନ ଚକ୍ରାନ୍ତ ଛଡା ଆଉ କିଛି ନୁହଁ ।ଏହି ଘଟଣା ଜଣା ପଡିବା ପରେ ସମସ୍ତ ପୁରାତନଛାତ୍ର, ବୁଦ୍ଧିଜୀବୀ, ଆଇନଜୀବୀ ଓ ସାଧାରଣରେ ତୀବ୍ର ସମାଲୋଚନା ପ୍ରକାଶ ପାଇଛି । 

  ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ବ୍ରଜମୋହନ ହାଇସ୍କୁଲ  ଭଳି ସୁନାମଧନ୍ୟ କୀର୍ତିରାଜି କୁ ଅକ୍ଷୁର୍ଣ୍ଣ ରଖିବା ସହ ବେଆଇନ ଭାବେ ଶିକ୍ଷା ବିଭାଗର ନୂତନ କାର୍ଯ୍ୟାଳୟ  କେବଳ ବେଆଇନ ଭାବେ ହାଇସ୍କୁଲ ଜମି ଉପରେ ନିର୍ମାଣ କାର୍ଯ୍ୟରୁ ନିବୃତ ରହିବେ ବୋଲି ଆଶା କରୁଛି ।ଶିକ୍ଷା ବିଭାଗ କାର୍ଯ୍ୟାଳୟ ସ୍ଥାପନ ପାଇଁ ସହରରେ ଅନେକ ସରକାରୀ ଜମି ରହିଛି ଓ ୨୭୦ ଏକର ସରକାରୀ ଜମି ଜବରଦଖଲ କାରୀ ଙ୍କ କବଜା ରେ ଅଛି । ଅନ୍ୟତ୍ର ଏକ ସରକାରୀ ଜମି ରେ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ କରିବା ସହ ବ୍ରଜମୋହନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ନାମରେ ଥିବା ଜମି ଉପରେ ଆଇନକୁ ଉଲଂଘନ କରି ନିର୍ମାଣ କାର୍ଯ୍ୟ କରନ୍ତୁ ନାହିଁ ।

      ସାଧାରଣ ଲୋକଙ୍କ ଅସନ୍ତୋଷ ଓ ପୁରାତନ କୀର୍ତିରାଜି କୁ ଧ୍ବଂସ କରିବା ମନୋବୃତ୍ତି ଜିଲ୍ଲାର ଗୌରବମୟ ଇତିହାସ ଓ ଶତାବ୍ଦୀ ର ସନ୍ତକ ବ୍ରଜମୋହନ ହାଇସ୍କୁଲ ର ଗୌରବମୟ ଗାଥା ଲୋପ ପାଇ ଯିବ ।ଏହିପରି ବେଆଇନ କାର୍ଯ୍ୟ କୁ ଇତିହାସ କେବେ କ୍ଷମା କରିବ ନାହିଁ  ।କଳାହାଣ୍ଡି ଜିଲ୍ଲାର ଏହି ପୁରାତନ କୀର୍ତିରାଜି ବ୍ରଜମୋହନ ହାଇସ୍କୁଲ ଜମି ଜବରଦଖଲ ବିରୁଦ୍ଧରେ  ନିରପେକ୍ଷ ଭାବରେ ସମସ୍ତେ ଏକ ସ୍ୱରରେ ପ୍ରତିବାଦ କରିବା ର ସମୟ ଆସିଛି ।ନଚେତ ଜୀବନ ଜୀବିକା ନିର୍ବାହ ପାଇଁ  ଆସିଥିବା କିଛି ସ୍ୱାର୍ଥପର  ମାନଙ୍କ ଦ୍ୱାରା ଧୀରେ ଧୀରେ କଳାହାଣ୍ଡି ଜିଲ୍ଲାର ସମସ୍ତ ଗର୍ବ, ଗୌରବ କୀର୍ତିରାଜି ଲୋପ ପାଇଯିବ । 

     

ମହମ୍ମଦ ଅଲ୍ଲୀ ଖାଁ, 

ବରିଷ୍ଠ ସାମ୍ବାଦିକ, ପୁରାତନ ଛାତ୍ର, 

ବ୍ରଜମୋହନ ହାଇସ୍କୁଲ , 

ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି ।

Copy right reserve .


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe